Mahanadi: ତୃତୀୟ ପକ୍ଷ ମଧ୍ୟସ୍ଥତାରେ ହେବ ମହାନଦୀ ବିବାଦର ସମାଧାନ

Jul 23, 2026 - 22:32
Mahanadi: ତୃତୀୟ ପକ୍ଷ ମଧ୍ୟସ୍ଥତାରେ ହେବ ମହାନଦୀ ବିବାଦର ସମାଧାନ

"ନୂଆଦିଲ୍ଲୀ: ଆସନ୍ତା ମାସେ କିମ୍ବା ଦୁଇମାସ ମଧ୍ୟରେ ମହାନଦୀ ଜଳ ବଣ୍ଟନ ବିବାଦର ସମାଧାନ ହେବା ଆଶା ଉଜ୍ଜ୍ବଳ ରହିଛି।

ବିବାଦର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି।

ଉଭୟ ରାଜ୍ୟ ମଧ୍ୟରେ ମହାନଦୀ ବିବାଦର ଆପୋସ ସମାଧାନକୁ ନେଇ ମହାନଦୀ ଟ୍ରିବ୍ୟୁନାଲଅଧକ୍ଷ ଖୁସି ବ୍ୟକ୍ତ କରିଛନ୍ତି।

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବଣ୍ଟନକୁ ନେଇ ଅନେକଗୁଡ଼ିଏ ପ୍ରସଙ୍ଗରେ ମତଭେଦ ରହିଛି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ ପକ୍ଷଙ୍କ ମଧ୍ୟସ୍ଥତାରେ ଏହି ବିବାଦର ସମାଧାନ କରିବାକୁ ଯେଉଁ ପ୍ରସ୍ତାବ ଦେଇଥିଲେ ତାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଗ୍ରହଣ କରି ଏହାର ଉତ୍ତର ଦେଇଥିଲେ।

ସେହି ଚିଠିର ଉତ୍ତର ଆଜି ମହାନଦୀ ଟ୍ରିବ୍ୟୁନାଲ ଅଧକ୍ଷଙ୍କ ନିକଟରେ ଦାଖଲ ହୋଇଥିଲା।Advertisment ଆହୁରି ପଢନ୍ତୁ: India: ରାହୁଲ ଗାନ୍ଧୀଙ୍କ ବାସଭବନରେ ଇଣ୍ଡିମେଣ୍ଟ ନେତାଙ୍କ ବୈଠକ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ଜଳ ଆୟୋଗ ପ୍ରତିନିଧିଙ୍କ ମଧ୍ୟସ୍ଥତାରେ ବିବାଦ ସମାଧାନର ସୂତ୍ର ଆପୋସ ଆଲୋଚନା ମାଧ୍ୟମରେ ଉଭୟ ରାଜ୍ୟ ବାହାର କରିବେ।

ଏହି ଆଲୋଚନାରେ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟର ବୈଷୟିକ ପ୍ରତିନିଧି ପଦାଧିକାରୀ ଉପସ୍ଥିତ ରହିବେ।

ଆଜିର ଶୁଣାଣି ପରେ ଏହି ସୂଚନା ଦେଇଛନ୍ତି ଓଡ଼ିଶାର ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।

ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତ ଅଗଷ୍ଟ ୨୧ ତାରିଖରେ ହେବ।

ଏଠାରେ ଉଲ୍ଲେଖଯୋଗ୍ୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନର ବିବାଦୀୟ ବିଷୟକୁ ଆପୋସ ଆଲୋଚନାରେ ସମାଧାନ କରିବା ପାଇଁ ଇତିମଧ୍ୟରେ ଉଭୟ ରାଜ୍ୟର ବୈଷୟିକ ପ୍ରତିନିଧିମାନେ ୨୦ରୁ ଊର୍ଦ୍ଧ୍ବ ବୈଠକ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।