Madras HC Cancels Vijay Govt's Jobs Order: ବିଜୟଙ୍କୁ ହାଇକୋର୍ଟ ଝଟକା, କରୁର ଟ୍ରାଜେଡିରେ ବଦଳିଗଲା ସରକାରୀ ନିଷ୍ପତ୍ତି
ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ହାଇକୋର୍ଟ ଝଟକା। କରୁର ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ସରକାରୀ ଚାକିରି ଦେବା ନିଷ୍ପତ୍ତି ରଦ୍ଦ କଲେ ହାଇକୋର୍ଟ। ଗତବର୍ଷ କରୁରରେ TVK ରାଲି ବେଳେ ଘଟିଥିବା ଦଳାଚକଟାରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସରକାରୀ ଚାକିରି ଦେବାକୁ ବିଜୟ ସରକାର ନିଷ୍ପତ୍ତି ନେଇଥିଲେ।
ନିକଟରେ ମୁଖ୍ୟମନ୍ତ୍ରୀ ୩୨ ଜଣ ମୃତକଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏହାକୁ ସରକାରଙ୍କ ରିଲିଫ୍ ଓ ପୁନର୍ବାସ ପ୍ୟାକେଜର ଅଂଶ ବୋଲି କୁହାଯାଇଥିଲା। ତେବେ ସୋମବାର ମାଡ୍ରାସ ହାଇକୋର୍ଟ ଏହି ସରକାରୀ ଚାକିରି ପ୍ରଦାନ ନିଷ୍ପତ୍ତିକୁ ବାତିଲ କରିଛନ୍ତି। ଏହାଫଳରେ ମୃତକଙ୍କ ପରିବାରକୁ ଚାକିରି ଦେବା ପ୍ରକ୍ରିୟା ଉପରେ ଅନିଶ୍ଚିତତା ସୃଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ, କରୁର ଦଳାଚକଟା ଘଟଣାର ତଦନ୍ତ CBI କରୁଛି। ରାଲିରେ ଭିଡ଼ ପରିଚାଳନା, ବ୍ୟବସ୍ଥାପନା ଓ ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।