Madhya Pradesh: ୮ମ ପାସ୍ କରିଥିଲେ ମିଳିବ ୫୦ ଲକ୍ଷ ଟଙ୍କାର ଋଣ, ସରକାର ଦେବେ ୩% ସୁଧ ସବସିଡି
ମଧ୍ୟପ୍ରଦେଶ: ନିଜର ବ୍ୟବସାୟ ଆରମ୍ଭ କରିବାକୁ ଅନେକ ଯୁବକଯୁବତୀ ଇଚ୍ଛା ରଖିଥାନ୍ତି ।
କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ଅନେକଙ୍କ ସ୍ୱପ୍ନ ଅଧାରେ ରହିଯାଏ ।
ଏଭଳି ଯୁବପିଢ଼ିଙ୍କୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ୟମ କ୍ରାନ୍ତି ଯୋଜନା ।
ଏହି ଯୋଜନା ମାଧ୍ୟମରେ ନୂଆ ଉଦ୍ୟୋଗ କିମ୍ବା ଷ୍ଟାର୍ଟଅପ୍ ଆରମ୍ଭ କରିବା ପାଇଁ ୧ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ ।
ବିଶେଷ କଥା ହେଉଛି, ଏଥିପାଇଁ ଉଚ୍ଚଶିକ୍ଷା ର ଆବଶ୍ୟକତା ନାହିଁ ।
ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଯୁବକଯୁବତୀ ମଧ୍ୟ ଏହାର ଲାଭ ଉଠାଇପାରିବେ ।
Advertisment ଏହି ଯୋଜନାର ଲାଭ ପାଇବା ପାଇଁ ଆବେଦନକାରୀଙ୍କ ବୟସ ୧୮ରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଏଥିସହ ଅତିକମରେ ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଦରକାର ।
ଆବେଦନକାରୀଙ୍କ ପରିବାରର ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କା କିମ୍ବା ତା'ଠାରୁ କମ୍ ହେବା ଉଚିତ ।
ଯଦି ଆବେଦନକାରୀ ଆୟକର ଦାଖଲ କରୁଛନ୍ତି, ତେବେ ଗତ ୩ ବର୍ଷର ଆୟକର ରିଟର୍ଣ୍ଣ ( ଆଇଟିଆର ) ଦାଖଲ କରିଥିବା ଆବଶ୍ୟକ ।
ଏହାସହ ସେ କୌଣସି ବ୍ୟାଙ୍କର ଡିଫଲ୍ଟର ହୋଇନଥିବା ଦରକାର ।
ଯୋଜନାରେ କେବଳ ନୂଆ ବ୍ୟବସାୟ ଆରମ୍ଭ ପାଇଁ ଋଣ ମିଳିବ ।
ଋଣର ଅବଧି ରହିଛି ୭ ବର୍ଷ ଋଣର ପରିମାଣ ବ୍ୟବସାୟର ପ୍ରକାର ଉପରେ ନିର୍ଭର କରିବ ।
ଉତ୍ପାଦନ ବା ମାନୁଫାକ୍ଚରିଂ କ୍ଷେତ୍ରରେ ୟୁନିଟ୍ ସ୍ଥାପନ ପାଇଁ ୧ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଏବଂ ସେବା କ୍ଷେତ୍ରରେ ୧ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ ।
ଏହି ଋଣର ଅବଧି ୭ ବର୍ଷ ରହିଛି ।
ଏହାସହ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୩ ପ୍ରତିଶତ ସୁଧ ସବସିଡି ମଧ୍ୟ ମିଳିବ ।
ଉଦାହରଣ ସ୍ୱରୂପ, ବ୍ୟାଙ୍କରୁ ୮ ପ୍ରତିଶତ ସୁଧ ହାରରେ ଋଣ ନେଲେ ସେଥିରୁ ୩ ପ୍ରତିଶତ ସୁଧ ସରକାର ବହନ କରିବେ ।
ବ୍ୟାଙ୍କ ଶାଖାକୁ ଯାଇ ମଧ୍ୟ କରିହେବ ଆବେଦନ ଏହି ଯୋଜନାରେ ଆବେଦନ କରିବାକୁ ହେଲେ ପ୍ରଥମେ ଏକ ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡ଼ିବ।
ଏହାପରେ ଏସଏଏମଏଏସଟି ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିହେବ।
ପୋର୍ଟାଲରେ ପ୍ରଥମେ ପ୍ରୋଫାଇଲ୍ ତିଆରି କରି ମାଇକ୍ରୋ, ସ୍ମଲ ଆଣ୍ଡ ମିଡିୟମ୍ ଏଣ୍ଟରପ୍ରାଇଜେସ୍ ବିଭାଗ ଚୟନ କରିବାକୁ ହେବ।
ଏହାପରେ ଆବେଦନକାରୀଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବା ସହ ଇ-କେଓ୍ବାଇସି ପ୍ରକ୍ରିୟା ଶେଷ କରିବାକୁ ପଡ଼ିବ ।
ଆବଶ୍ୟକ କାଗଜପତ୍ର ଅପଲୋଡ୍ କରି ଆବେଦନ ଦାଖଲ କରିପାରିବେ ।
ଚାହିଁଲେ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ମଧ୍ୟ ଆବେଦନ କରିହେବ।
ଭେଜାଲ୍ ଓ ନିମ୍ନମାନର ଖାଦ୍ୟ ସାମଗ୍ରୀ ଜବତ ଆବେଦନ ପାଇଁ ମଧ୍ୟପ୍ରଦେଶର ବାସିନ୍ଦା ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋ ଏବଂ ପ୍ରୋଜେକ୍ଟ ରିପୋର୍ଟ ଆବଶ୍ୟକ ।
ଆବେଦନ ଦାଖଲ ହେବା ପରେ ବ୍ୟାଙ୍କ ସର୍ବାଧିକ ୬ ସପ୍ତାହ ମଧ୍ୟରେ ତାହାର ନିଷ୍ପତ୍ତି ନେବ ।
ଋଣ ମଞ୍ଜୁର ହେଲେ ପରବର୍ତ୍ତୀ ଏକ ମାସ ମଧ୍ୟରେ ଋଣ ବଣ୍ଟନ ସମ୍ପର୍କିତ ସୂଚନା ପୋର୍ଟାଲରେ ଅପଲୋଡ୍ ହେବ ।
ତେବେ ଏହି ଯୋଜନା କେବଳ ମଧ୍ୟପ୍ରଦେଶର ଯୋଗ୍ୟ ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
