Maa-Manikeswari: ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟ ଯାତ୍ରା ସଂପନ୍ନ
"ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମା" ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟ ଯାତ୍ରାସୋମବାର ଶାନ୍ତିଶୃଙ୍ଖଳା, ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶେଷ ହୋଇଛି।
ଜେନାଖାଲ ନିକଟରୁ ମା" ମାଣିକେଶ୍ୱରୀଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ଲାଲ୍ ହୋଇ ଯାଇଥିଲା।
ଭବାନୀପାଟଣା ସହରର ଜେନାଖାଲରୁ ମା" ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଛତର ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।
Advertisment ଛତର ବିଜୟ ଯାତ୍ରା ସକାଳ ୫ଟାରୁ ଆରମ୍ଭ ହୋଇଥିଲା ମହାଷ୍ଟମୀ ରାତିରେ ମାଣିକେଶ୍ୱରୀ ମନ୍ଦିରରେ ମହାବଳି ପରେ ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢ଼ାରଜା ଭୈରବଙ୍କ ସମ୍ମୁଖରେ ପୋଢ଼ ବଳି ଦିଆଯାଇଥିଲା।
ବିଳମ୍ବିତ ରାତିରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରକୁ ଭବାନୀପାଟଣାର ପଶ୍ଚିମ ଦିଗରେ ଜେନାଖାଲ ପର୍ଯ୍ୟନ୍ତ ନିଆଯାଇଥିଲା।
ସୋମବାର ପ୍ରାତଃକାଳରେ ଜେନାଖାଲରେ ବୋଦା ବଳି ଓ ପୂଜାପାଠ ପରେ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ସକାଳ ୫ଟାରୁ ଆରମ୍ଭ ହୋଇଥିଲା।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଘୁମୁରା, ନିଶାଣ, ଘଣ୍ଟ ଆଦି ମଧ୍ୟରେ ଛିଟକନା, ମନ୍ଦାରଫୁଲ, ବେଲପତ୍ର, ମାଳରେ ବସ୍ତ୍ରାବୃତ୍ତ "ଛତର" ଝୁମିଝୁମି ମାଣିକେଶ୍ୱରୀ ମନ୍ଦିରକୁ ସକାଳ ୭ଟା.୪୪ ମିନିଟ୍ରେ ପହଞ୍ଚିଥିଲା।
ଛତରକୁ ମାନସିକ କରିଥିବା ଶ୍ରଦ୍ଧାଳୁମାନେ ଜାତୀୟ ରାଜପଥ ୨୬ର ଦୁଇ ପାର୍ଶ୍ବରେ କୁକୁଡ଼ା, ପାରା, ବୋଦା, ମେଣ୍ଢା ଆଦି ବଳିଦେବା ଫଳରେ ସମଗ୍ର ରାଜରାସ୍ତା ରକ୍ତରଞ୍ଜିତ ହୋଇ ଯାଇଥିଲା।
ଲକ୍ଷାଧିକ ଭକ୍ତ ଛତରକୁ ଛିଟକନା, ଶାଢ଼ି, ନଡ଼ିଆ, ମନ୍ଦାରଫୁଲ, ପାରା ଓ ବେଲପତ୍ର ଆଦି ଅର୍ପଣ କରିଥିଲେ।
ଛତର ସମ୍ମୁଖରେ ଘୁମୁରାନୃତ୍ୟ, ଘଣ୍ଟବାଦ୍ୟ, ନିଶାନ ବାଦ୍ୟ ଆଦି ୨୨ଟି ସାଂସ୍କୃତିକ ଦଳ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।
ମା"ଙ୍କ ଛତର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ମହାରାଜା ଅନନ୍ତପ୍ରତାପ ଦେଓଙ୍କ ସମେତ ତାଙ୍କ ପରିବାରର ସଦସ୍ୟମାନେ ବନ୍ଦାପନା କରି ମନ୍ଦିର ଭିତରକୁ ନେଇଥିଲେ।
ଚଳିତବର୍ଷ ଜନଗହଳି ସାଙ୍ଗକୁ ପୂର୍ବବର୍ଷଠାରୁ ଅଧିକ ବଳି ପଡ଼ିଥିଲା।
ଛତର ଜେନାଖାଲରୁ ଆସିବା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ, ଛତର ଉପରକୁ ଭକ୍ତମାନେ ନଡ଼ିଆ ଖଣ୍ଡ, ଛିଟକନା, ବେଲପତ୍ର ଆଦିର ମାଳ ପକାଉଥିବା ସତ୍ତ୍ୱେ ଛତର ଉପରେ ବସିଥିବା ପାରାଙ୍କ ଉପରେ କୌଣସିପ୍ରକାର ପ୍ରଭାବ ପଡ଼ୁନଥିବା ଘଟଣା ଉପସ୍ଥିତ ଭକ୍ତ ଓ ଦର୍ଶକଙ୍କଙ୍କୁ ବିସ୍ମିତ କରିଥିଲା।
ବହୁ ପୁଲିସ ଅଧିକାରୀ ମୁତୟନ କଳାହାଣ୍ଡି ସହ ଓଡ଼ିଶାର ବିଭିନ୍ନ ଜିଲ୍ଲା, ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଶହଶହ ଭକ୍ତ ଛତର ଦର୍ଶନ କରିବା ପାଇଁ ଆସିଥିଲେ।
ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତା, ବୁଦ୍ଧିଜୀବୀ ଓ ଜନସାଧାରଣ ମା"ଙ୍କ ଛତରକୁ ଦର୍ଶନ କରିଥିଲେ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବହୁ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା।
କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଏସ୍ପି ନାଗରାଜ ଦେବରକୋଣ୍ଡା ଉପସ୍ଥିତ ରହି ଆଇନଶୃଙ୍ଖଳା ତଦାରଖ କରିଥିଲେ।
ଲୋକସମ୍ପର୍କ ବିଭାଗ ପକ୍ଷରୁ ଘୋଡ଼ାଘାଟ ଛକ ଓ ମନ୍ଦିର ନିକଟରେ ଧାରା ବିବରଣୀ ପ୍ରଦାନ କରାଯାଇଥିଲା।
Ambulance Accident: ଭଦ୍ରକରେ ଆମ୍ବୁଲାନ୍ସ ଦୁର୍ଘଟଣା: ୨ ମୃତ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି ।
ସୁରକ୍ଷା ବ୍ୟବସ୍ଥା ପାଇଁ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ସୂଚନା ଦେଇଛନ୍ତି ।
ସେହିପରି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୨୫ଟି ଛକରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ, ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ସହ ୨୫ଟି ସିସିଟିଭି କ୍ୟାମେରା ପୈାର ପରିଷଦ ପକ୍ଷରୁ ଲଗାଯାଇଛି ।
ଟାଉନଥାନାଠାରେ କଣ୍ଟ୍ରୋଲ ରୁମରୁ ନିୟନ୍ତ୍ରଣ କରାଯିବ ।
ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୩ ଜଣ ଅତିରିକ୍ତ ଏସପି, ୯ଜଣ ଡିଏସପି, ୨୦ଜଣ ଇନ୍ସପେକ୍ଟର, ୩୨ଜଣ ସବ ଇନ୍ସପେକ୍ଟର, ୪୭ଜଣ ଏଏସଆଇ, ୧୦୩ ଜଣ ହୋମଗାର୍ଡ ଓ କନଷ୍ଟେବଲ ନିୟୋଜିତ ହେବେ ।
କଲେଜ ପଡିଆ, ଡିଆଇଇଟି ପଡିଆ, ଦୟାନିଧି ଛକ, ହିଲଟାଉନ, ପୁଲିସ ସ୍କୁଲ, ରେଳୱେ ଛକଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।
ହାଲୁକା ଓ ଭାରି ଯାନ ଗୁଡିକ ବାଇପାସରୁ ବାହାରକୁ ଯିବେ ।
ଭକ୍ତ ମାନେ ସିଧା ସଳଖ ସିସିଟିଭି ନଜରରେ ରହିଛନ୍ତି ।
ସେହିପରି ଚଳିତ ଛତର ଯାତ୍ରାରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ୩୫ଟି ସାଂସ୍କତିକ ଦଳ ଯୋଗଦେଇଛନ୍ତି।
ଚଳିତବର୍ଷ ସମସ୍ତ ସାଂସ୍କୃତିକ ଦଳଗୁଡିକ ପ୍ରଦେଶୀପଡା ଛକ ମୁଖ୍ୟଗେଟ ନିକଟରେ ରହିବେ ।
କେବଳ ମାଁ" ମାଣିକେଶ୍ବରୀ ମନ୍ଦିରର ଜେନାବାଦ୍ୟ ଓ ଘୁମୁରା ପ୍ରତିଯୋଗୀତାର ଶ୍ରେଷ୍ଠ ୨ଟି ଘୁମୁରା ଦଳ ଜେନାଖାଲରୁ ଛତର ଯାତ୍ରାରେ ସାମିଲ ହେବେ ।
ସାଂସ୍କୃତିକ ଦଳମାନଙ୍କୁ ଅସ୍ତ୍ରଶସ୍ତ୍ର ଧରିବା ପାଇଁ ବାରଣ କରାଯାଇଛି ।
ଡ଼୍ରୋନ ସର୍ଭିଲେନ୍ସରେ ଛତର ଯାତ୍ରା ଉପରେ ପୁଲିସ ନଜର ରଖିଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
