Maa Majhighariani: ସୁନାବେଶରେ ଝଟକିଲେ ମହିମାମୟୀ ମା' ମଝିଘରିଆଣୀ

Oct 12, 2026 - 18:08
Maa Majhighariani: ସୁନାବେଶରେ ଝଟକିଲେ ମହିମାମୟୀ ମା' ମଝିଘରିଆଣୀ

"ରାୟଗଡା(ଶିବ ପ୍ରସାଦ ଦୋରା):ରାୟଗଡାର ମହିମାମୟୀ ମା" ମଝିଘରିଆଣୀ ଦକ୍ଷିଣ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ଆରାଧ୍ୟ ଦେବୀ  ।

ରାଜାଙ୍କ ଠାରୁ ଆରମ୍ଭ କରି ପ୍ରଜା ସମସ୍ତେ ମା'ଙ୍କ ଆଶୀର୍ବାଦ ଲାଭ କରିଥିବା ଜନଶ୍ରୁତି ରହିଛି ।

ଚୈତ୍ର ପର୍ବ ଓ ଦଶହରା ମା'ଙ୍କ ଦୁଇଟି ମୁଖ୍ୟ ପର୍ବ ।

ଚୈତ୍ର ପର୍ବରେ ମନ୍ଦିର ପୂଜକ ନିଆଁ ଉପରେ ଚାଲିବା ସହ କଣ୍ଟା ଦୋଳି ଉପରେ ବସି ଝୁଲନ୍ତି ।

ସେହିପରି ଦଶହରା ନବରାତ୍ର ପୂଜା ଆରମ୍ଭ ପୂର୍ବରୁ ମା'ଙ୍କ ଖଣ୍ଡା ପୂଜା ହୁଏ।

ବର୍ଷ ତମାମ ଅଦୃଶ୍ୟ ଭାବେ ରଖାଯାଇଥିବା ୫ଟି ଖଣ୍ଡା ମଧ୍ୟରୁ ଗୋଟିଏ ଖଣ୍ଡାକୁ ଦଶହରାରେ ତହସିଲ ଅଫିସ୍ ପରିସରରେ ପୂଜା କରାଯାଇଥାଏ ।Advertisment ଚଳନ୍ତି ପ୍ରତିମା ଭାବେ ମା'ଙ୍କ ଖଣ୍ଡା ପୂଜା ପାଉଥିବାରୁ ଏହା ଦ୍ଵାରା ଦୈବୀ ଦୁର୍ବିପାକ, ମହାମାରୀର ପ୍ରାଦୁର୍ଭାବ ପଡୁ ନଥିବା ବିଶ୍ଵାସ ରହିଛି।

ମହାଷ୍ଟମୀ ଦିନ ମା' ଚାମୁଣ୍ଡା ରୂପେ ପୂଜା ପାଆନ୍ତି ।

ଆବାହମାନ କାଳରୁ ମା'ଙ୍କ ପୀଠରେ ବଳିପ୍ରଥା ପ୍ରଚଳିତ ଥିବାରୁ ମହାଷ୍ଟମୀ ରାତିରେ ଜାନିପଥର ନିକଟରେ ଗୋଟିଏ ଛେଳିକୁ ପୂଜା କରାଯାଇ ଛାଡି ଦିଆଯାଏ।

ଛେଳି ସ୍ବତଃପ୍ରବୃତ୍ତ ଭାବେ ମା'ଙ୍କ ସମ୍ମୁଖକୁ ଆସିବା ପରେ ରାତିରେ ବଳି ଦିଆଯାଇଥାଏ ।

କିମ୍ବଦନ୍ତୀ ଅନୁଯାୟୀ, ରାଜା ଭୈରବ ଦେବଙ୍କ ମୃତ୍ୟୁ ପରେ ବିଶ୍ଵନାଥ ଦେବ ଶାସନ ଭାର ଗ୍ରହଣ କରିଥିଲେ ।

ବିଶ୍ଵନାଥ ଦେବ ନିଜକୁ 'ନଉଣା ଗଜପତି" ଭାବେ ଘୋଷଣା କରିଥିଲେ I ରାଜାଙ୍କ ଇଷ୍ଟଦେବୀ ଥିଲେ ନାରାୟଣୀ।

ଦୀର୍ଘ ଦିନ ରାଜାଙ୍କ କୌଣସି ସନ୍ତାନ ନ ହେବାରୁ ରାଜ ପରିଷଦର ଜ୍ୟୋତିଷ ତିନି ଥର ରାଜଧାନୀ ପରିବର୍ତନ କଲେ ସନ୍ତାନ ଲାଭ ପାଇଁ ଭବିଷ୍ୟବାଣୀ କରିଥିଲେ ।

ଭବିଷ୍ୟବାଣୀ ଅନୁଯାୟୀ ରାଜା ନନ୍ଦପୁରରୁ ଜୟପୁର, ଜୟପୁରରୁ ରାୟଗଡାକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ।

ପରିବର୍ତିତ ରାଜଧାନୀକୁ ଇଷ୍ଟଦେବୀ ମା' ନାରାୟଣୀ ବିଜେ ହେବା ସହ ରାୟଗଡାର ମଧ୍ୟଭାଗରେ ଅବସ୍ଥିତ କରିଥିବାରୁ ମା' ମଝିଘରିଆଣୀଙ୍କ ନାମରେ ସେ ପରିଚିତ ।

ରାଜାଙ୍କ ୧୦୮ ରାଣୀ ଥିବା ସତ୍ତ୍ବେ ସେ ଅପୁତ୍ରିକ ଥିବାରୁ ରାଜାଙ୍କ ମୃତ୍ୟୁ ପରେ ସମସ୍ତ ରାଣୀ ସତୀ ହେବା ଲକ୍ଷ୍ୟରେ ମା'ଙ୍କ ଅନୁମତି ଭିକ୍ଷା କରି ରାଜାଙ୍କ ଚିତାଗ୍ନିରେ ଝାସ ଦେଇଥିଲେ।

୧୦୮ ରାଣୀ ଗୋଟିଏ କୁଣ୍ଡରେ ଝାସ ଦେଇଥିବାରୁ ମନ୍ଦିର ଉତ୍ତର ପାର୍ଶ୍ଵରେ ଥିବା କୁଣ୍ଡ ସତୀକୁଣ୍ଡ ନାଁରେ ନାମିତ ।

କୁଣ୍ଡ ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରାଗଲେ କୌଣସି ଗଛ ବଞ୍ଚୁନଥିବାରୁ ସତୀକୁଣ୍ଡର ବିଶେଷତ୍ବକୁ ପ୍ରତିପାଦିତ କରିପାରିଛି।

ସେହିପରି ମନ୍ଦିର ନିକଟସ୍ଥ ରେଳ ଲାଇନ୍ କଡରେ ଛୋଟ ଛୋଟ ପଥର ଗଦା ନିକଟରେ ଥିବା ବିରାଟ ଶିଳାଖଣ୍ଡ ଜାନିପଥର ନାମରେ ପରିଚିତ ।

ଏହି ରାସ୍ତା ଦେଇ ଗଲା ବେଳେ ଛୋଟ ପଥରଖଣ୍ଡ ଜାନିପଥର ନିକଟରେ ଉତ୍ସର୍ଗ କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ଵାସ ରହିଛି।

ମା'ଙ୍କର ଅନ୍ୟ ଆଠ ଭଉଣୀ ଭିତରୁ ୮ ଭଉଣୀ ପାଇକସାହି ଓ ବ୍ରାହ୍ମଣସାହି ଶେଷଭାଗରେ ପୂଜା ପାଉଥିବାରୁ ପ୍ରତିଦିନ ରାତିରେ ଅଶ୍ୱାରୋହ ହୋଇ ମା' ଭଉଣୀଙ୍କୁ ଭେଟିବାକୁ ଯାଇଥାନ୍ତି।

ବିଳମ୍ବିତ ରାତିରେ ଘୋଡାର ଟାପୁ ଶବ୍ଦ ଶୁଣିଥିବା ପୁରୁଖା ଲୋକମାନେ କହିଛନ୍ତି।

ଚୈତ୍ର ଶୁକ୍ଲ ପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜା ଉପାସନା ହୁଏ।

ସେହିପରି ଅଶ୍ୱିନ ଶୁକ୍ଳ ପ୍ରତିପଦା ଠାରୁ ଦଶମୀ ଯାଏଁ ସୁନାବେଶରେ ଦର୍ଶନ ଦିଅନ୍ତି ମାଆ ମଝିଘରିଆଣୀ।

ମାଆ ମଝିଘରିଆଣୀଙ୍କ ସବୁଠାରୁ ଆକର୍ଷଣ ହେଲା ସୁନା ବେଶ ।

ସୁନା ଅଳଙ୍କାରରେ ମା ଝଲସିଥାନ୍ତି।

ସୁନାର ମସ୍ତକ ମୁକୁଟ, ମଥାମଣି, ମଥାପଟି, ଭ୍ରୂଲତା, ଚକ୍ଷୁ, ତୃତୀୟ ନୟନ, କର୍ଣ୍ଣ, ନାସା, ନୋଥ, କର୍ଣ୍ନ କୁଣ୍ଡଳ, ମୁଖ ହାର ପରିଧାନ କରିଥାନ୍ତି।‌।

ମାଆଙ୍କ ଅପୂର୍ବ ବେଶରେ ଶ୍ରଦ୍ଧାଳୁ ଅଭିଭୂତ ହୋଇ ପଡ଼ନ୍ତି ।

ସେହିପରି ମାଆଙ୍କର ବର୍ଷର ଦୁଇଟି ବିଶେଷ ଉତ୍ସବ ହେଉଥ‌ିବାରୁ ମାଆ ଶ୍ରଦ୍ଧାଳୁଙ୍କ ପାଇଁ ଏଭଳି ଅପରୂପ ବେଶ ଧାରଣ କରିଥାନ୍ତି ବୋଲି ପୂଜକ ଚନ୍ଦ୍ରଶେଖର ପୂଜାରୀ।

ମାଆଙ୍କୁ ସୁନାବେଶରେ ଦର୍ଶନ କରିବା ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବାରୁ ମନ୍ଦିର ପରିଚାଳନା କମିଟି ଓ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥାଏ ।

ଆମେରିକା ଅର୍ଥଶାସ୍ତ୍ରୀ ରବର୍ଟ ଇ ହାଲ ଓ ମାଇକେଲ ଉଡଫୋର୍ଡଙ୍କୁ ଅର୍ଥନୀତିରେ ନୋବେଲ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)