Maa Maghalhariani temple: ୨ ମାସରେ ଖୋଲିଲା ମଝିଘରିଆଣୀଙ୍କ ହୁଣ୍ଡି, ଗଣତି ଆରମ୍ଭ

Aug 31, 2026 - 11:26
Maa Maghalhariani temple: ୨ ମାସରେ ଖୋଲିଲା ମଝିଘରିଆଣୀଙ୍କ ହୁଣ୍ଡି, ଗଣତି ଆରମ୍ଭ

"ରାୟଗଡ଼ା: ଆଜି ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା" ମଝିଘରିଆଣୀଙ୍କ ମନ୍ଦିରର ୯ ଟି ଦାନହୁଣ୍ଡି ଖୋଲା ଯାଇଛି।

ସକାଳ ୧୦ଟା ବେଳେ ଏହି ଦାନ ହୁଣ୍ଡି ସବୁ କଡ଼ା ସୁରକ୍ଷା ବଳୟରେ ୧୦୦ରୁ ଅଧିକ ସ୍ବେଚ୍ଛାସେବୀଙ୍କ ଦ୍ବାରା ଟଙ୍କା ଓ ସୁନା ଗଣତି ଆରମ୍ଭ ହୋଇଛି।

ଆଜି ସକାଳ ୧୦ଟା ବେଳେ ରାୟଗଡ଼ା ତହସିଲ କର୍ମଚାରୀ  ଓ ପୁଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିରର ୯ଟି ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଛି।

ମନ୍ଦିର ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତ ରହି ଗଣତି ସୁପରିଚାଳନା ପାଇଁ ବ୍ୟବସ୍ଥା କରିଛନ୍ତିIAdvertisment ମା ଙ୍କ ମନ୍ଦିରକୁ ପଡୋଶୀ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ,ଅନ୍ୟାନ୍ୟ ରାଜ୍ୟ ଓ ବିଦେଶରେ ରହୁଥିବା ଭକ୍ତମାନେ ଆସି ଦାନ ହୁଣ୍ଡିରେ ଦାନ ଦେଇଥାନ୍ତି।

ମନ୍ଦିର ପରଚାଳନ କମିଟିର ସଭ୍ୟ ଦେବେନ୍ଦ୍ର ବେହେରା,ପି ବାସୁଦେବ, ରାଧାକୃଷ୍ନ ଦଳାଇ, ଆକାଉଣ୍ଟାଣ୍ଟ ଏସ ଭେଙ୍କଟ ରାଓ, ମନ୍ଦିର ସୁପରିନଟେଣ୍ଡେଣ୍ଟ ଜାନକୀବଲ୍ଲଭ ମହାନ୍ତି, ଏଣ୍ଡୋମେଣ୍ଟ ଇନିସ୍ପେକଟର ପୁଷ୍ପିତା ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଗଣତି ଆରମ୍ଭ ହୋଇଛି ।

ଆଜିର ଗଣତି ଆଦାୟ ଦାନ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜମା ହେବ  ଏଠାରେ ସୂଚନାଯୋଗ୍ୟଯେ ମାଙ୍କ ଦାନ ହୁଣ୍ଡିରୁ ଗତ ଜୁନ ମାସ ୨୯ ତାରିଖ‌ରେ ହୋଇଥିବା ଗଣତିରେ  ନଗଦ ଏକ କୋଟି ୨୨ଲକ୍ଷ ୨୯ ହଜାର ୬୨୩ ଟଙ୍କା, ୩୨ଗ୍ରାମ ସୁନା, ରୂପା ୧୩୦୦ଗ୍ରାମ ଓ ବିଦେଶୀ ମୁଦ୍ରା ମିଳିଥିଲା I ଆଜିର ଗଣତି ଆଦାୟ ଦାନ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜମା ହେବ ବୋଲି ମନ୍ଦିର ପରିଚାଳନା କର୍ତୃପକ୍ଷ ସୂଚନା ଦେଇଛନ୍ତି I Passed Away: ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି ଆଇଜି ସଫିନ ଅହମ୍ମଦଙ୍କ ଅକାଳ ବିୟୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)