'Love Jihad: ‘ଲଭ୍ ଜିହାଦ’ ଅଭିଯୋଗର ଉତ୍ତର
"ଗତ ୫ ତାରିଖରେ ଅଭିନେତା ଆମିର ଖାଁ ତୃତୀୟ ବିବାହ କରିବା ପରଠାରୁ ବିବାଦ ତାଙ୍କ ପିଛା ଛାଡୁନାହିଁ।
ଗୌରୀ ସ୍ପ୍ରାଟ୍ଙ୍କ ସହିତ ତାଙ୍କ ବିବାହର ଦୃଶ୍ୟଗୁଡ଼ିକ ଭାରତୀୟ ଜନସାଧାରଣଙ୍କ ପାଇଁ ବିରଳ ଥିଲା, କାରଣ ତାଙ୍କ ଦୁଇ ପୂର୍ବ ପତ୍ନୀ ରୀନା ଓ କିରଣ ଏହି ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ ଆସିଥିଲେ।
ଆମିରଙ୍କ ପୁଅଝିଅମାନେ ମଧ୍ୟ ତାଙ୍କର ତୃତୀୟ ବିବାହରେ ଉପସ୍ଥିତ ଥିଲେ।
ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଯାବତୀୟ ଥଟ୍ଟାମଜା ଦେଖିବାକୁ ମିଳିଲା।
ତେବେ କେତେଜଣ ରାଜନେତା ଏହି ବିବାହ ସହିତ "ଲଭ୍ ଜିହାଦ" ପରି ବିବାଦୀୟ ପ୍ରସଙ୍ଗକୁ ଯୋଡ଼ି ମନ୍ତବ୍ୟ ଦେବା ପରେ ଆମିରଙ୍କ ଚିନ୍ତା ବଢ଼ିବା ସ୍ବାଭାବିକ।
ତେଣୁ ସେ ଶେଷରେ ଏ ନେଇ ମୁହଁ ଖୋଲିଛନ୍ତି।
ସେ ସ୍ପଷ୍ଟ କରି କହିଛନ୍ତି ଯେ ତାଙ୍କ ପତ୍ନୀ ଗୌରୀ ହିନ୍ଦୁ ନୁହନ୍ତି, ସେ ଜଣେ ଖ୍ରୀଷ୍ଟିଆନ୍।Advertisment Rath Yatra: ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା ଆମିର ଆହୁରି ମଧ୍ୟ କହିଛନ୍ତି ଯେ ଧର୍ମ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ କେବେହେଲେ ପ୍ରଭାବିତ କରିନାହିଁ।
ତାଙ୍କୁ ବିବାହ କରିବା ପାଇଁ ରୀନା କିମ୍ବା କିରଣ ସେମାନଙ୍କ ଧର୍ମ ବଦଳାଇ ନଥିଲେ କି ଗୌରୀ ମଧ୍ୟ ସେପରି କରି ନାହାନ୍ତି।
ସେ ସବୁଥର "ସିଭିଲ୍ ମ୍ୟାରେଜ୍" କରିଛନ୍ତି, ଯେଉଁଥିରେ କାହାରିକୁ ନିଜର ଧର୍ମ ବଦଳାଇବାକୁ ପଡ଼େ ନାହିଁ।
ତେଣୁ "ଲଭ୍ ଜିହାଦ"ର ପ୍ରଶ୍ନ ଉଠୁନାହିଁ।
ପରିବାରର ଆଭିମୁଖ୍ୟ ନେଇ ଆମିର କହିଛନ୍ତି ଯେ ତାଙ୍କ ପରିବାର ଅନ୍ତର୍ଧର୍ମ ବିବାହ ନେଇ ଖୁବ୍ ଉଦାର।
ତାଙ୍କ ଦୁଇ ଭଉଣୀ ଓ ଝିଅ ଜଣେ ଜଣେ ହିନ୍ଦୁଙ୍କୁ ବିବାହ କରିଛନ୍ତି।
ତେବେ ଆମିରଙ୍କୁ ଏବେ ଆଉ ଏକ ନୂଆ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।
ଅଣ-ମୁସଲମାନ ମହିଳାଙ୍କୁ ବିବାହ କରିଥିବାରୁ ଉତ୍ତରପ୍ରଦେଶର ଜଣେ ମୌଲାନା ତାଙ୍କ ନାମରେ ଫତ୍ଵା ଜାରି କରିଛନ୍ତି।
Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ କଲେ ବିଧାୟକ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।