Love Case: ବିବାହ ପୂର୍ବରୁ ସ୍ବାମୀଙ୍କ ପାଖରେ ପହଞ୍ଚିଲା ଅଶ୍ଲୀଳ ଫଟୋ-ଭିଡିଓ, ଜୀବନ ହାରିଲେ ପରିବାର

Jun 24, 2026 - 16:51
Love Case: ବିବାହ ପୂର୍ବରୁ ସ୍ବାମୀଙ୍କ ପାଖରେ ପହଞ୍ଚିଲା ଅଶ୍ଲୀଳ ଫଟୋ-ଭିଡିଓ, ଜୀବନ ହାରିଲେ ପରିବାର

ନୂଆଦିଲ୍ଲୀ: ଘରେ ସମସ୍ତେ ବେଶ ହସଖୁସିରେ ଥିଲେ । ବାଜା ବାଜୁଥିଲା, ମିଠା ଖାଇ ଖୁସି ମନାଉଥିଲେ । ଯେଉଁଘରୁ ଝିଅର ଶବାରୀ ଉଠିଥାନ୍ତା,ସେଠାରୁ ଉଠିଛି କୋକେଇ । କେବଳ ଝିଅର ନୁହେଁ ତାଙ୍କ ସହ ଆତ୍ମହତ୍ୟା କରିଛନ୍ତି ବାପା ଏବଂ ମାଆ । ବିବାହ ପୂର୍ବରୁ ତାଙ୍କୁ ଭଲ ପାଉଥିବା ଯୁବକ ବହୁ ଅଶ୍ଲୀଳ ଫଟୋ ଏବଂ ଭିଡିଓ ତାଙ୍କର ହେବାକୁ ଥିବା ସ୍ବାମୀଙ୍କ ପାଖକୁ ପଠାଇଥିଲେ । ଯେଉଁ କାରଣରୁ ଝଗଡ଼ା ଉଗ୍ରରୂପ ନେଇଥିଲା ଏବଂ ଚରମ ନିଷ୍ପତ୍ତି ନେଇଥିଲେ ପରିବାର ଲୋକେ । ପୁଲିସ ଏହି ଘଟଣାର ତଦନ୍ତ କରୁଥିବାବେଳେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

କର୍ଣ୍ଣାଟକୁରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ଉଲ୍ଲାସ ଗୌଡ଼ା ନାମକ ଯୁବକ ଯୁବତୀଙ୍କ ବିବାହ ପୂର୍ବରୁ ଫଟୋ-ଭିଡିଓ ଲିକ୍ କରିଥିଲେ । ସେ ଯୁବତୀଙ୍କୁ ଭଲ ପାଉଥିବାବେଳେ ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ । ମାତ୍ର ଝିଅର ପରିବାର ଏହା ଚାହୁଁନଥିଲେ । ଏମିତିକି ପୂର୍ବରୁ ଝିଅର ବାପାଙ୍କୁ ଯୁବକ ଜଣକ ମଧ୍ୟ ଜଣାଇଥିଲେ । କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଆଉ ଝିଅର ବିବାହ ଅନ୍ୟ ଜାଗାରେ ଠିକ୍ କରି ଦେଇଥିଲେ । ଅନେକ ସମୟରେ ଯୁବକ ଜଣକ ହଇରାଣ ମଧ୍ୟ କରାଉଥିବା ଅଭିଯୋଗ ହୋଇଛି ।

ବିବାହ ଠିକ୍ ହେବା ପରେ ରାଗି ଯାଇଥିବା ଉଲ୍ଲାସ ଝିଅର ବହୁ ଅଶ୍ଲୀଳ-ଫଟୋ ଭିଡିଓକୁ ତାଙ୍କ ଭାବି ସ୍ବାମୀଙ୍କ ପାଖକୁ ପଠାଇ ଦେଇଥିଲା । ଯାହାକୁ ନେଇ ବାହାଘର ଭାଙ୍ଗିବା ପର୍ଯ୍ୟନ୍ତ କଥା ଯାଇଥିଲା । ବାହାଘରକୁ ମାତ୍ର ୨ଟା ଦିନ ବାକିଥିବାବେଳେ ଏଭଳି କଥା ଶୁଣିବା ପରେ କେଉଁ ବାପା-ମାଆ ସହିପାରିବେ ଯେ । ଶେଷରେ ଲୋକନିନ୍ଦାରେ ଜୀବନ ହାରିଥିଲେ । ଆଉ ଯୁବତୀ ଜଣକ ମଧ୍ୟ ଜୀବନ ହାରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରୁଥିବାବେଳେ ଅଭିଯୁକ୍ତ ଉଲ୍ଲାସ ଫେରାର ରହିଛି ।

ଏହାସହ ପଢ଼ନ୍ତୁ : ଟିମ୍ ଇଣ୍ଡିଆରେ ବୈଭବଙ୍କ ଡେବ୍ୟୁ ପୂର୍ବରୁ ବୟସକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର