ଆତଙ୍କବାଦୀଙ୍କ ପାଇଁ ବ୍ୟବହାର ହୋଇଛି ଆମେରିକାର ଅର୍ଥ, ଏଲନ୍ ମସ୍କଙ୍କ ବୟାନ ବଢାଇଲା ବିବାଦ
ନୂଆଦିଲ୍ଲୀ,୨୪।୬: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଓ ଟେସଲା-ସ୍ପେସ୍ଏକ୍ସ ସିଇଓ ଏଲନ୍ ମସ୍କ ଆମେରିକା ପକ୍ଷରୁ ଗରିବ ଦେଶକୁ ଦିଆଯାଉଥିବା ସାହାଯ୍ୟକୁ ନେଇ କରିଛନ୍ତି ବଡ଼ ଦାବି। ମସ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛନ୍ତି, ଆମେରିକା ଏଜେନ୍ସି USAIDର ଟଙ୍କା ଆତଙ୍କବାଦ ପାଇଁ ବ୍ୟବହାର କରାଯାଉଛି। ସେ ଏକ ରିପୋଟକୁ ଟ୍ୟାଗ୍ କରି ଏହି କଥା କହିଛନ୍ତି। ଏହାପରେ ତାଙ୍କର ଏହି କଥାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ମସ୍କ ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସରେ ଏହି ପୋଷ୍ଟ ଲେଖିଛନ୍ତି। ସେ ଲେଖିଛନ୍ତି, USAIDର ଫଣ୍ଡିଂର ବ୍ୟବହାର ଆତଙ୍କବାଦ ପାଇଁ କରାଯାଇଛି। ଏହାପରେ ଏହି ପ୍ରଶ୍ନ ପୁଣିଥରେ ଉଠିବା ଆରମ୍ଭ ହୋଇଯାଇଛି। ସଙ୍କଟଗ୍ରସ୍ତ କ୍ଷେତ୍ରରେ ୟୁନାଇଟେଡ୍ ଷ୍ଟେଓ୍ ଏଜେନ୍ସି ଫର ଇଣ୍ଟର ନ୍ୟାସନାଲ ଡେଭଲପମେଣ୍ଟ ଦ୍ବାରା ବଣ୍ଟା ଯାଉଥିବା ମାନବୀୟ ସହାୟତାର ଭୁଲ ବ୍ୟବହାର ହେଉଛି।
ଏଲ୍ନ ମସ୍କ ଏକ୍ସରେ ଜଣେ ୟୁଜରଙ୍କ ପୋଷ୍ଟ ଉପରେ ଜବାବ୍ ଦେଇ ଏହି କଥା ଲେଖିଛନ୍ତି। ଏହି ପୋଷ୍ଟରେ ସେହି ଘଟଣାର ବର୍ଣ୍ଣନା କରାଯାଇଛି, ଯେତେବେଳେ ସିରିଆର ଜଣେ ନାଗରିକଙ୍କ ଅଭିଯୋଗ ଥିଲା ସେ ସାଧାରଣ ନାଗରିକଙ୍କ ସାହାଯ୍ୟ ପାଇଁ ପଠାଯାଇଥିବା ଲକ୍ଷାଧିକ ଡଲାରର ସହାୟତାକୁ ଅଲ୍-କାଏଦା ସହ ଜଡିତ ଏକ ଆତଙ୍କବାଦୀ ସଂଗଠନକୁ ଡାଇଭର୍ଟ କରିଛି।
୯୦ ଲକ୍ଷ ଡଲାରର ହେରାଫେରି
୨୦୨୪ ରେ ଜାରି ଏକ ପ୍ରେସ୍ ରିଲିଜ୍ ଅନୁସାରେ, ଏହି ପୁରା ବିବାଦର କେନ୍ଦ୍ରରେ ୫୩ ବର୍ଷୀୟ ସିରିଆର ନାଗରିକ ମହମ୍ମୁଦ ଅଲ୍ ହଫୟାନ ରହିଛି। ଅଲ୍ ହଫୟାନ ସିରିଆରେ ଜଣେ ଏନ୍ଜିଓର ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ଥିଲେ ଓ ଏହା ଅନୁସାରେ ପ୍ରାୟ ୧୬୦ କର୍ମଚାରୀ କାମ କରୁଥିଲେ। ତାଙ୍କ ଉପରେ ଅଭିଯୋଗ ରହିଛି ଯେ,ସେ ସିରିଆର ନାଗରିକଙ୍କ ପାଇଁ ଆସିଥିବା ୯୦ ଲକ୍ଷ ଡଲାର ଅର୍ଥାତ ପ୍ରାୟ ୭୫ କୋଟି ଟଙ୍କାରୁ ଅଧିକ ଆମେରିକୀୟ ରାଶିକୁ ବେଆଇନ୍ ଭାବରେ ଆତଙ୍କୀ ଗୋଷ୍ଠୀଙ୍କୁ ଦେଉଛନ୍ତି। ଏଥିରେ ‘ଅଲ୍ ନୁସରା ଫ୍ରଣ୍ଟ’ ମଧ୍ୟ ସାମିଲ ରହିଛି, ଯାହାକି ଇରାନରେ ଅଲ୍-କାଏଦା ସହ ଜଡିତ ଏକ ବ୍ୟାନ୍ ହୋଇଥିବା ଆତଙ୍କବାଦୀ ସଂଗଠନ।