Lord Jagannath: ସ୍ନାନ ପୂର୍ଣ୍ଣିମାରେ ଭକ୍ତିମୟ ପରିବେଶ, ଆତ୍ମବିଭୋର ହେଲେ ଶ୍ରଦ୍ଧାଳୁ
"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବର୍ଷକରେ ଥରେ ସ୍ନାନବେଦୀକୁ ଆସି ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂରତି।
Advertisment ଆଜି ସ୍ନାନ ପୂର୍ଣ୍ଣିମା ଅବସରରେ ଭୋର୍ରୁ ଶ୍ରୀଜିଉଙ୍କ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହେବା ପରେ ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ମହାପ୍ରଭୁ।
ସ୍ନାନମଣ୍ଡପରେ ଜଳାଧିବାସ ନୀତି ସମ୍ପନ୍ନ ହେବା ପରେ ସୁବର୍ଣ୍ଣ କୂପରୁ ଅଣାଯାଇଥିବା ୧୦୮ କଳସ ସୁବାସିତ ଜଳରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଛି।
ଚଳିତ ବର୍ଷ ବେଶ୍ ଉତ୍ସାହର ସହ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ରାଇରଙ୍ଗପୁରରେ।
ମହାପ୍ରଭୁଙ୍କ ଏହି ସ୍ନାନ ରୂପ ଦେଖି ଭକ୍ତମାନେ ଆତ୍ମବିଭୋର ହୋଇପଡ଼ିଛନ୍ତି।
ତେବେ ତା ପୂର୍ବରୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ପ୍ରଭୁ ଧାରଣ କରିବେ ସେହି ଦେବଦୁର୍ଲ୍ଲଭ ଗଜାନନ ବା ହାତୀ ବେଶ।
ଏହି ଅଲୌକିକ ଦୃଶ୍ୟକୁ ନୟନଭରି ଉପଭୋଗ କରିବା ପାଇଁ ଏବେ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି।
ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ତେବେ ମହାପ୍ରଭୁଙ୍କ ଏହି ପବିତ୍ର ସ୍ନାନଯାତ୍ରା ସମଗ୍ର ରାଇରଙ୍ଗପୁର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି।
ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ରାଇରଙ୍ଗପୁରସ୍ଥ ବିପ୍ର ଫାଉଡେସନ ତରଫରୁ ଭକ୍ତମାନଙ୍କୁ ଦହି ଓ ଲେମ୍ବୁ ସରବତ ବଣ୍ଟନ କରିଥିଲେ।
ଏଥିରେ ମନ୍ଦିର ମୁଖ୍ଯ ପୂଜକ ଦେବବ୍ରତ ରଥ ଶର୍ମା, ପୁରୋହିତ ପ୍ରଣବ ହୋତା, ଡାହୁକ କୃଷ୍ଣ ବିହାରୀ ମହାନ୍ତି ଓ ଅଭିଷେକ କୁମାର ମହାନ୍ତି, ରଥ କମିଟିର ଅଧ୍ଯକ୍ଷ ତଥା ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ମୟୂରଭଞ୍ଜ ଜିଲ୍ଲା ପିଡ଼ି ଧର୍ମାନନ୍ଦ ବେହେରା, ମନ୍ଦିର ପରିଚାଳନା କମିଟି ସଭାପତି ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଉଗ୍ରସେନ ଓରାମ, କାର୍ଯ୍ଯକାରୀ ସଦସ୍ଯ ନବୀନ ରାମ, ମନୋଜ ଦାସ, ନିରଜ ପଣ୍ଡା, ବିକାଶ ମହାନ୍ତ, କିଶୋର କୁମାର ରଜକ, ବିକି ଶର୍ମା, ଗୌରବ ଅଗ୍ରଓ୍ବାଲ, ନିହାର ବେହେରା, ଅବସରପ୍ରାପ୍ଚ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ "