Lord Jagannath: ସ୍ନାନମଣ୍ଡପରେ ସୁନାବେଶରେ ଦର୍ଶନ ଦେଲେ ତିନି ଠାକୁର
"ଢେଙ୍କାନାଳ (ସ୍ବର୍ଣ୍ଣପ୍ରଭା ସେଠୀ): ଢେଙ୍କାନାଳର ଆରାଧ୍ୟଦେବ ପ୍ରଭୁ ଶ୍ରୀଶ୍ରୀ ବଳଦେବଜୀଉଙ୍କ ସ୍ନାନଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।
ମନ୍ଦିର ପରିସରରେ ରହିଥିବା ସ୍ନାନ ମଣ୍ଡପରେ ତିନି ଠାକୁରଙ୍କୁ ସୁନାବେଶରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ଭକ୍ତମାନେ।
ସେହିପରି ରଥରେ ଯାଉଥିବା ମହାପ୍ରଭୁ ଜଗନ୍ନାଥ ଅନ୍ୟ ଏକ ମଣ୍ଡପରେ ରୂପା ଅଳଙ୍କାରରେ ବିମଣ୍ଡିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।
Advertisment ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଢେଙ୍କାନାଳର ଆରାଧ୍ୟ ଦେବ ଶ୍ରୀଶ୍ରୀ ବଳରାମ, ଶ୍ରୀକୃଷ୍ଣ ଏବଂ ସୁଭଦ୍ରାଙ୍କର ସ୍ନାନ ଉତ୍ସବ ମନ୍ଦିର ପରିସରସ୍ଥିତ ସ୍ନାନ ମଣ୍ଡପରେ ଅନୁଷ୍ଠିତ ହୋଇଛି।
ପୂଜା ପଣ୍ଡାମାନେ ପ୍ରାତଃ ସମୟରୁ ଠାକୁରଙ୍କର ସମସ୍ତ ନୀତିକାନ୍ତି ପାରମ୍ପରିକ ରୀତିରେ ବିଧିବଧ ଭାବେ ଆରମ୍ଭ କରିଥିଲେ।
ସକାଳ ୫ଟା ସମୟରେ ଜୟ ମଙ୍ଗଳ ଆରତୀ, ମଙ୍ଗଳାରୋପଣ ,୬ଘଂଟାରେ ଠାକୁରମାନଙ୍କର ମନ୍ଦିର ଭିତରୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ହୋଇଥିଲେ।
ସକାଳ ୭ଘଂଟାା ସମୟରେ ସ୍ନାନ ମଣ୍ଡପରେ ଠାକୁରମାନେ ବିରାଜମାନ ହେବାପରେ ଖିର, ଘିଅ, ଦହି, ମହୁ, ଗୁଡ ଆଦି ପଂଚାମୃତ ସହିତ ଗୋଲମରିଚ, ଡାଲଚିନି, ଗୁଜୁରାତି ଓ ପଇଡଜଳ ମିଶ୍ରି ୧୦୮ ଗରା ପବିତ୍ର ଜଳରେ ଚତୁର୍ଦ୍ଧାମୂର୍ତୀ ସ୍ନାନ କରି ଚନ୍ଦନଲାଗି, ନୂତନ ବସ୍ତ୍ର ପରିଧାନ କରିଥିଲେ।
ପରେ ଠାକୁରମାନଙ୍କର ଅଳଙ୍କାର ଲାଗି ସହ ସୁନାବେଶ ଓ ଗୋପାଳବହ୍ଲବ ବେଶ ହୋଇଥିଲା ଏବଂ ଛେନା ପିଠା, କାକରା, ଗଜାମୁଗ ଓ ଉଖୁଡାରେ ପ୍ରସ୍ତୁତ ବହ୍ଲଭ ଭୋଗ ଲାଗି ହୋଇଥିଲା।
Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ ଜୀଉମାନଙ୍କର ରାଜରାଜେଶ୍ୱର ବେଶକୁ ଭକ୍ତମାନଙ୍କ ଲାଗି ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା।
ତିନି ଠାକୁରଙ୍କର ଏହି ରାଜରାଜେଶ୍ୱରୀ ବେଶ ଦର୍ଶନ ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିଥିଲା।
ଦ୍ୱିପ୍ରହରରେ ପଣା, ଛେନା ପିଠା କାକରା, ମାଲପୁଆ ଆଦି ଭୋଗ ଲାଗି ହୋଇଥିଲା।
ସଂଧ୍ୟାରେ ସଂଧ୍ୟା ଆଳତୀ ପରେ ଅନ୍ନ, ଖିଚୁଡି, ଡାଲ୍ମା, ପୁଳି ଆଜି ଭୋଗ ଲାଗି ହୋଇଥିଲା।
ରାତ୍ର ସାଢେ ୧୦ ଘଂଟା ସମୟରେ ମଙ୍ଗଳାରୋପଣ ହୋଇ ଦକ୍ଷିଣା ବନ୍ଦାପନା ପରେ ଠାକୁର ଅଣବସର ଗୃହକୁ ବିଜେ କରିଥିଲେ।
ସେହିପରି ରଥରେ ଯାଉଥିବା ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଅନ୍ୟ ଏକ ସ୍ନାନ ମଣ୍ଡପରେ ରୌପ୍ୟବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।"