Lord Jagannath: ସିଦ୍ଧଳ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ସ୍ନାନଯାତ୍ରା
ଜଗତସିିଂହପୁର (ଶୁଭକାନ୍ତ ପଢ଼ିଆରୀ): ସିଦ୍ଧଳସ୍ଥ ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରୀଜିଉମାନଙ୍କୁ ସୋମବାର ପ୍ରାତଃ ୭: ୩0 ମିନିଟ ସମୟରେ ଗୋଟିପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ନିଆଯାଇଥିଲାI ସ୍ନାନବେଦୀରେ ମନ୍ଦିରର ପୁରୋଧା ଓ ସେବାୟତମାନଙ୍କ ଦ୍ୱାରା ଶ୍ରୀଜିଉମାନଙ୍କୁ ସୁବାସିତ ଜଳରେ ପ୍ରତ୍ୟକ୍ଷ ସ୍ନାନ କରାଯାଇଥିଲା। ଏହି ଉତ୍ସବ ରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ବେଦ ପାଠ ଏବଂ ସଂକୀର୍ତ୍ତନ ଓ ଘଣ୍ଟ ଘଣ୍ଟା ବାଦ୍ୟରେ ମନ୍ଦିର ପରିସର ପ୍ରକମ୍ପିତ ଦହାଇ ଉଠିଥିଲା। ଏଥି ସହିତ ସ୍ନାନ ବେଦୀରେ ଶ୍ରୀ ଜୀଉ ମାନଙ୍କୁ ଗଜାନନ ବେଶ ରେ ସଜ୍ଜିତ କରାଯାଇଥିଲା।
ଶ୍ରୀଜିଉ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ I ମନ୍ଦିର ପରିଚାଳନା ଟ୍ରଷ୍ଟି ତଥା ଉପଜିଲ୍ଲାପାଳପ୍ରଶାନ୍ତ କୁମାର ତରାଇ ମହାପ୍ରଭୁଙ୍କୁ ଦର୍ଶନ କରି କୃପାଭିକ୍ଷା କରିଥିଲେI ସକାଳ ଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବହୁ ଦୁରଦୁରାନ୍ତରୁ ଭକ୍ତମାନେ ଆସି ସ୍ନାନବେଦୀରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ସହିତ ମଧ୍ୟାହ୍ନ ଧୂପ ବାହାରିବା ପରେ ଭକ୍ତମାନେ ମଧ୍ୟାହ୍ନରେ ପ୍ରସାଦ ସେବନ କରି ଥିଲେI ଆଗାମୀ ରଥଯାତ୍ରା ଉପଲକ୍ଷେ ବିଭିନ୍ନ ଅଞ୍ଚଳରେ ଥିବା ମଠ ମନ୍ଦିର ଆଦିକୁ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ର ନିମନ୍ତ୍ରଣ ପଠା ଯାଇଥିଲା।
ଜୟବଡ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା
ଜଗତସିଂହପୁର ପୌରାଞ୍ଚଳର ଜୟବଡସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜୀଉ ମାନଙ୍କୁ ଭୋର ସମୟରେ ଗୋଟିପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ନିଆଯାଇଥିଲାI ସ୍ନାନବେଦୀରେ ମନ୍ଦିରର ପୁରୋହିତ ଓ ସେବାୟତମାନଙ୍କ ଦ୍ୱାରା ଶ୍ରୀଜିଉମାନଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ଏହି ଉତ୍ସବରେ ମନ୍ତ୍ର ପାଠ ଏବଂ ସଂକୀର୍ତ୍ତନ ଓ ଘଣ୍ଟ ଘଣ୍ଟା ବାଦ୍ୟରେ ମନ୍ଦିର ପରିସର ପ୍ରକମ୍ପିତ ଦହାଇ ଉଠିଥିଲା। ଏଥି ସହିତ ସ୍ନାନବେଦୀରେ ଶ୍ରୀଜିଉମାନଙ୍କୁ ହାତୀବେଶରେ ସଜ୍ଜିତ କରାଯାଇଥିଲା। ଶ୍ରୀଜିଉ ଭକ୍ତମାନଙ୍କୁ ହାତୀବେଶରେ ଦର୍ଶନ ଦେଇଥିଲେI ସେହିପରି ସନ୍ଧ୍ଯାରେ ଶ୍ରୀଜୀଉଙ୍କୁ ପହଣ୍ଡି କରାଯାଇ ଅଣସର ଗୃହକୁ ନିଆ ଯାଇଥିଲା।