Loot: ସ୍ପଷ୍ଟ ଦିବାଲୋକରେ ଘରୁ ୬ ଭରି ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ
"ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଧୂମାଭଟା ପଞ୍ଚାୟତ ଅନ୍ତର୍ଗତ କଲଚିକଚ୍ଛାର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ୬ ଭରି ସୁନା ଗହଣା ଲୁଟ କରି ଦୁର୍ବୃତ୍ତ ଫେରାର ମାରି ଥିବା ଜଣାପଡିଛି।Advertisment ମାମଲା ରୁଜୁ ମିଳିଥିବା ସୂଚନା ଅନୁଯାୟୀ, କଲଚିକଚ୍ଛାର ଗ୍ରାମ ଛକରେ ଲୋକେ ସୁକତେଲରୁ ବିସ୍ଥାପିତ ହୋଇଥିବା ଟୁନୁ ବୁଡେକ ଚାଷ କରିବା ନେଇ ସକାଳୁ ଜମିକୁ ଯାଇଥିଲେ।
ଘରକୁ ଫେରିବାରୁ ଘର କବାଟ ଓ ଆଲମାରୀର କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ।
ଆଲମାରୀରେ ସେ ରଖିଥିବା ୬ଭରି ସୁନା ଗହଣା ଲୁଟ୍ ହୋଇଥିବା ନେଇ ବେଲପଡ଼ା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।
ଅଭିଯୋଗକୁ ଭିତ୍ତି କରି ବେଲପଡ଼ା ପୁଲିସ ମାମଲା ରୁଜୁ କରିଥିବା ଜଣାପଡିଛି।
ଘଟଣା ସ୍ଥଳରେ ବେଲପଡ଼ା ପୁଲିସ, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରୁଥିବା ନେଇ ବେଲପଡ଼ା ପୁଲିସ କହିଛି।
Journalist: କାନ୍ଥ ପଡ଼ି ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
