Loan-to-deposit ratio: ଋଣ-ଜମା ଅନୁପାତ ବଢ଼ାଅ: ୧୮୫ତମ ଏସ୍ଏଲ୍ବିସି ବୈଠକରେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ
ଭୁବନେଶ୍ୱର: ଓଡ଼ିଶାରେ ବ୍ୟାଙ୍କଗୁଡ଼ିକର ଋଣ ଓ ଜମା ଅନୁପାତ ବର୍ତ୍ତମାନ ୭୩.୯୫% ରହିଛି, ଯାହା ଅନ୍ୟ କେତେକ ରାଜ୍ୟ ତୁଳନାରେ କମ୍।
ରାଜ୍ୟରେ ବ୍ରିକ୍-ଆଣ୍ଡ୍-ମୋର୍ଟାର ଶାଖା ଖୋଲି ବ୍ୟାଙ୍କିଙ୍ଗ ସେବାର ପରିସର ବୃଦ୍ଧି କରିବା ସହ ଋଣ ଜମା ଅନୁପାତ ବଢ଼ାଇବା ପାଇଁ ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହ ବ୍ୟାଙ୍କଗୁଡ଼ିକୁ ଆହ୍ୱାନ କରିଛନ୍ତି।
ଏଥସହିତ ଏମ୍ଏସ୍ଏମ୍ଇ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରକୁ ଉଚିତ ସମୟରେ ପର୍ଯ୍ୟାପ୍ତ ଋଣ ସହାୟତା ପ୍ରଦାନ କରିବାକୁ ୧୮୫ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍ବିସି) ବୈଠକରେ ବ୍ୟାଙ୍କଗୁଡ଼ିକୁ ସେ ପରାମର୍ଶ ଦେଇଛନ୍ତି।
ଦୁର୍ବଳ ଓ ଅବହେଳିତ ବର୍ଗ, ବିଶେଷ କରି ମହିଳା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମାନଙ୍କ ପାଇଁ ବିଶେଷ ଆର୍ଥିକ ସହାୟତାକୁ ପ୍ରାଥମିକତା ଦେବାକୁ ଶ୍ରୀ ସିଂହ ଗୁରୁତ୍ୱାରୋପ କରିଛନ୍ତି।
Advertisment Teachers protest: ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା ଏମ୍ଏସ୍ଏମ୍ଇ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ପର୍ଯ୍ୟାପ୍ତ ଋଣ ଦିଅ ୧୮୫ତମ ଏସ୍ଏଲ୍ବିସି ବୈଠକରେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ମଧ୍ୟ ବ୍ରିକ୍-ଆଣ୍ଡ୍-ମୋର୍ଟାର ଶାଖା ଖୋଲି ବ୍ୟାଙ୍କିଙ୍ଗ ସେବାର ପରିସର ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ୟୁକୋ ବ୍ୟାଙ୍କର ଏମ୍ଡି ଓ ସିଇଓ ତଥା ଏସ୍ଏଲ୍ବିସି ଓଡ଼ିଶାର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାବୁ ବ୍ୟାଙ୍କିଙ୍ଗ ସେବା ଓ ସମଗ୍ର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ପାଇଁ ମତ ଦେଇଥିଲେ।
ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ସିବି ମାଥ୍ୟୁସ୍ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହୋଇଥିବା ସଫଳତାକୁ ପ୍ରଶଂସା କରିଛନ୍ତି।
ଏହି ବୈଠକରେ ମହିଳା ଓ ଶିଶୁ ବିକାଶ, କୃଷି ଓ କୃଷକ ସଶକ୍ତୀକରଣ, ଏମ୍ଏସ୍ଏମ୍ଇ ବିଭାଗ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର କମିସନର ତଥା ଶାସନ ସଚିବ, ନାବାର୍ଡର ସିଜିଏମ୍, ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଏସ୍ଏଲ୍ବିସି ଓଡ଼ିଶାର ଆବାହକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
Tata: ବୋର୍ଡ ବୈଠକର ରେକର୍ଡିଂ ପୁଣି ଥରେ ମାଗିଲେ ନୋଏଲ ଟାଟା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
