Loan: ଋଣ ପ୍ରଦାନରେ ସବୁ କ୍ଷେତ୍ରକୁ ପ୍ରାଥମିକତା ଦିଅ

Jun 07, 2026 - 05:13
Loan: ଋଣ ପ୍ରଦାନରେ ସବୁ କ୍ଷେତ୍ରକୁ ପ୍ରାଥମିକତା ଦିଅ

"ଭୁବନେଶ୍ୱର: ରାଜ୍ୟର ସନ୍ତୁଳିତ ଓ ଅନ୍ତର୍ଭୁକ୍ତୀକରଣ ବିକାଶ ପାଇଁ ସବୁ କ୍ଷେତ୍ରକୁଋଣ ପ୍ରଦାନ କର।

ରାଜ୍ୟର ଭିଜନ ଡକ୍ୟୁମେଣ୍ଟ୍‌ ସହ ସମନ୍ବୟ ରଖି ସବୁ କ୍ଷେତ୍ରକୁ ଋଣ ଦିଅ।

ପର୍ଯ୍ୟଟନ, କୃଷିଉଦ୍ୟୋଗ, ଗଭୀର ଜଳରେ ମାଛ ଧରିବା, ଖାଦ୍ୟ ପ୍ରକ୍ରିୟାକରଣ ଭଳି ନୂଆ ନୂଆ କ୍ଷେତ୍ରକୁ ଋଣ ଦେବାରେ ପ୍ରାଥମିକତା ଦିଅ।

ଏଥିସହିତ ରାଜ୍ୟରେ ନିବେଶ ଓ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସାୟ ବାତାବରଣକୁ ଅଧିକ ଅନୁକୂଳ କର।

ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କର।

ଚଳିତବର୍ଷ ପାଇଁ ରଖାଯାଇଥିବା ଲକ୍ଷ୍ୟକୁ ହାସଲ କରିବା ଲାଗି ସବୁ ବ୍ୟାଙ୍କର ମୁଖ୍ୟ, ଏଲ୍‌ଡିଏମ୍‌, ବିଭାଗ ଏବଂ ଜିଲ୍ଲା ପ୍ରଶାସନଗୁଡ଼ିକ ମିଳିତଭାବେ କାର୍ଯ୍ୟ କର ବୋଲି ୧୮୩ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ସଚିବ ଅନୁ ଗର୍ଗ ଏହା କହିଛନ୍ତି।

Advertisment ଆହୁରି ପଢନ୍ତୁ: Maoist: କୁଖ୍ୟାତ ମାଓବାଦୀ ମୁକେଶ ଗଞ୍ଜୁ ଗିରଫ ବୈଠକରେ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ସିକେୱାଇସି ପ୍ରଣାଳୀର ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।

କେନ୍ଦ୍ର ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଶାଳିନୀ ପଣ୍ଡିତ ରାଜ୍ୟର ଋଣ ଜମା ଅନୁପାତକୁ ଜାତୀୟ ହାର ସହ ସମକକ୍ଷ କରିବା ପାଇଁ କହିଥିଲେ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ନେଟୱର୍କ ବିସ୍ତାର ପାଇଁ ଆହ୍ୱାନ କରିଥିଲେ।

ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ସାବୁ ରାଜ୍ୟରେ ବ୍ୟାଙ୍କିଂ କ୍ଷେତ୍ରର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ତିନୋଟି ବ୍ୟାଙ୍କ ଏବଂ ତିନୋଟି ଜିଲ୍ଲାକୁ ପୁରସ୍କୃତ କରାଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।