Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

Jul 24, 2026 - 17:26
Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

"ବୈକୁଣ୍ଠ ସମାନ ସେହି ଘର ସଂକଳକ: କୃଷ୍ଣଚନ୍ଦ୍ର ପ୍ରଧାନଗିରୀଶ ଚନ୍ଦ୍ର ସାହୁପ୍ରକାଶକ: ବିଦ୍ୟା ପବ୍ଲିଶିଙ୍ଗ୍‌ ଇଙ୍କ୍‌ଟରୋଣ୍ଟୋ, କାନାଡ଼ାମୂଲ୍ୟ: ୫୫୦ ଟଙ୍କା, ପୃ‌ଷ୍ଠା: ୫୩୧Advertisment ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।

ଘରକୁ ସୁନ୍ଦର କରିଥାଏ ସମ୍ପର୍କ।

ଏହି ସଂକଳନରେ ସମ୍ପର୍କକୁ ନେଇ ପଚାଶଟି ମନୋଜ୍ଞ ଗଳ୍ପ ରହିଛି।

ଘର, ଜେଜେବାପା, ଜେଜେମା", ବାପା, ବୋଉଙ୍କୁ କେନ୍ଦ୍ର କରି ଗଳ୍ପଗୁଡ଼ିକ ଗଢ଼ିଉଠିଛି।

ଗୋପୀନାଥ ମହାନ୍ତି, ଜଗନ୍ନାଥ ପ୍ରସାଦ ଦାସ, ଗଣେଶ୍ବର ମିଶ୍ର, ରାମଚନ୍ଦ୍ର ବେହେରା ପ୍ରମୁଖଙ୍କ "ଘର" ଶୀର୍ଷକ ଗଳ୍ପ ସହ ସୁରେନ୍ଦ୍ର ମହାନ୍ତି, ଅଚ୍ୟୁତାନନ୍ଦ ପତି, ମନୋଜ ଦାସ, ଫକୀରମୋହନ ସେନାପତି, ବୀଣାପାଣି ମହାନ୍ତି, ବିଭୂତି ପଟ୍ଟନାୟକ, ପଦ୍ମଜ ପାଳ, ସଦାନନ୍ଦ ତ୍ରିପାଠୀ, ଚନ୍ଦ୍ରଶେଖର ରଥ, ଶାନ୍ତନୁ ଆଚାର୍ଯ୍ୟ, ପ୍ରତିଭା ରାୟ, ଜଗଦୀଶ ମହାନ୍ତି, ତରୁଣକାନ୍ତି ମିଶ୍ର ପ୍ରମୁଖ ପଚାଶଜଣ ଗାଳ୍ପିକ ଗାଳ୍ପିକା ବିଭିନ୍ନ ସମ୍ପର୍କକୁ କେନ୍ଦ୍ରକରି ଲେଖିଥିବା ଗଳ୍ପ ଏହି ସଂକଳନଟିରେ ସ୍ଥାନିତ ହୋଇଛି।

ସଂକଳନଟି ସୁସମ୍ପାଦିତ ଓ ସଂଗ୍ରହଯୋଗ୍ୟ।

ଆହୁରି ପଢ଼ନ୍ତୁ- Flipkart Launch Food Delivery Service: ଖାଦ୍ୟ ଡେଲିଭରି କରିବ ଫ୍ଲିପ୍‌କାର୍ଟ: ସ୍ବିଗି, ଜୋମାଟୋ ସହ କରିବ ପ୍ରତିଯୋଗିତା ପିଲାଙ୍କ ଗାନ୍ଧୀ ଗପ ଲେଖକ: ଗୋଲକ ବିହାରୀ ଧଳସମ୍ପାଦନା: ସନ୍ତୋଷ କୁମାର ମହାନ୍ତିପ୍ରକାଶକ: ଆମ ଓଡ଼ିଶାବି-୩, ୟୁନିଟ୍‌-୮, ଭୁବନେଶ୍ବରମୂଲ୍ୟ: ୧୨୦ ଟଙ୍କା, ପୃଷ୍ଠା: ୭୯ ବିଶିଷ୍ଟ ଭାଷାବିତ୍‌ ପ୍ରଫେସର୍‌ ଗୋଲକ ବିହାରୀ ଧଳ ଗାନ୍ଧିଜୀଙ୍କ ଗୁଣାବଳିକୁ ଜୀବନୀ ଆକାରରେ ପିଲାଙ୍କ ନିକଟରେ ପହଞ୍ଚାଇଛନ୍ତି।

ଲେଖକଙ୍କ ଆତ୍ମଜୀବନୀ "ଉଷାର ଆଲୋକ" ତାଙ୍କ ତିରୋଧାନର ୫୦ତମ ବର୍ଷରେ "ଆମ ଓଡ଼ିଶା" ପ୍ରକାଶ କରିଛି।

ଏବେ ପ୍ରକାଶ ପାଇଛି ସ୍ବର୍ଗତ ଧଳଙ୍କ "ପିଲାଙ୍କ ଗାନ୍ଧୀ ଗପ" ସଂକଳନ। "ମେରୀର ଲୁହ", "ଗରିବର ଉପହାର", "ବିଲାତ ରଜାଙ୍କ ଦୋହରା ପୋଷାକ", "ସତ୍ୟର ଜୟ", "ଆପଣ ବି ମୋର ବନ୍ଧୁ" ପରି ବହିଟିରେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଦଶଟି ମନଛୁଆଁ ଗପ ରହିଛି।

ସତ୍ୟ ଘଟଣା ଆଧାରିତ ଏହି ଗପଗୁଡ଼ିକରେ ଗାନ୍ଧିଜୀଙ୍କ ଉତ୍ତମ ଗୁଣାବଳିର କଥା ବର୍ଣ୍ଣିତ।

ଗପଗୁଡ଼ିକର ଭାବ, ଭାଷା ତଥା ଲିଖନ ଶୈଳୀ ଏ‌ତେ ସରଳ ଓ ସାବଲୀଳ ଯେ, ପାଠକଙ୍କ ମନକୁ ତାହା ଛୁଇଁବ ବୋଲି ଆଶା କରାଯାଏ।

ଏହି ପୁସ୍ତକର ଶେଷଭାଗରେ ରହିଛି ଗାନ୍ଧିଜୀଙ୍କ କେତେକ ଚିଠିର ଅନୁବାଦ ବା ସାରାଂଶ।

ଗପଗୁଡ଼ିକ ପରି ଏହା ମଧ୍ୟ ବେଶ୍‌ ଶିକ୍ଷଣୀୟ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।