Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

Jul 01, 2026 - 16:40
Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

"ୟହୁଦୀ ତମେ ଅଛ ବୋଲି ଔପନ୍ୟାସିକ: ପ୍ରିୟବ୍ରତ ପାତ୍ରପ୍ରକାଶକ: ବି.କେ.

ପବ୍ଲିକେଶନ୍‌ସଟଙ୍କପାଣି ରୋଡ, ଭୁବନେଶ୍ବରମୂଲ୍ୟ: ୨୯୯ ଟଙ୍କା, ପୃ‌‌‌ଷ୍ଠା: ୩୦୦ Advertisment ସଲୋମନ ପୁଣି ‌ଫେରିଆସିବ କୋଚିନ୍‌।

ଏଭଳି ବାର୍ତ୍ତାଟିଏ ପାଇ ଖୁସି ହୋଇଯାଆନ୍ତି ଲେଖକ।

ତାଙ୍କୁ ଲାଗିଥିଲା ନିଜର ଘରଲୋକଟିଏ ପୁଣି ଫେରିଆସିବାକୁ ଚାହୁଛି।

ତେବେ ଏ ସଲୋମନ କିଏ?

କୁଆଡ଼େ ସେ ଯାଇଥିଲା, ପୁଣି କାହିଁକି ଯାଇଥିଲା?

ଏଇଠୁ ଆରମ୍ଭ ହୁଏ ଉତ୍କଣ୍ଠାପୂର୍ଣ୍ଣ ଭାବେ ଉପନ୍ୟାସର କାହାଣୀ।

ଲେଖକ କହନ୍ତି, ""ସଲୋମନ ମୋର ଜଣେ ପତ୍ରବନ୍ଧୁ।

ଯୁବାବସ୍ଥାରେ, ଏକ ଝୁଙ୍କରେ ଆମେ ପରସ୍ପରକୁ ଲମ୍ବା ଚିଠି ଲେଖୁଥିଲୁ।"" ଆଶ୍ଚର୍ଯ୍ୟର କଥାଥିଲା ଦୁଇ ଦୁଇଥର ଦେଶାନ୍ତରୀ ହେବା ପରେ ବି ସଲୋମନ ସାଇତି ରଖିଥିଲା ସବୁ ଚିଠି।" ଇସ୍ରାଏଲ୍‌ରୁ ଫେରିବା ପରେ ସଲୋମନ ନିଷ୍ପତ୍ତି ନେଇଥିଲା କୋଚିନ୍‌ରେ ହିଁ ରହିଯିବ।

କୋଚିନ୍‌ ଆଖପାଖ ଲେଖକ ତାହା ସହ ବୁଲିଛନ୍ତି।

ସାରା ପୃଥିବୀରେ ୟହୁଦୀଙ୍କୁ ନେଇ ଚାଲିଥିବା ଘନଘଟା ଭିତରେ ଲେଖକ ପୁଣିଥରେ ସେହି ଜାତିକୁ ନେଇ ଆଗ୍ରହୀ ହୋଇଛନ୍ତି।

ଲେଖକଙ୍କ ଭିତରର ଏହି ଅନୁସନ୍ଧିତ୍ସା ଓ ଅନୁଭବ ଉପନ୍ୟାସରେ ପ୍ରତିଫଳିତ ହୋଇଛି।

ଉପନ୍ୟାସଟି ଭ୍ରମଣକାହାଣୀ ଓ ପତ୍ରୋପନ୍ୟାସ- ଉଭୟର ସ୍ବାଦ ଦିଏ ପାଠକଙ୍କୁ।

ୟହୁଦୀଙ୍କୁ ନେଇ ସ୍ବଅନୁଭୂତି ପର୍ଯ୍ୟବସିତ ଏହି ଉପନ୍ୟାସଟି ପାଠକଙ୍କୁ ଆରମ୍ଭରୁ ଶେଷଯାଏ ବାନ୍ଧିରଖିବ ନିଶ୍ଚୟ।

ଆହୁରି ପଢ଼ନ୍ତୁ- Massive Fire Destroys Shop: ଗୋଟିଏ ସେକେଣ୍ଡରେ ପାଉଁଶ ହେଲା ୩୨ବର୍ଷର ପରିଶ୍ରମ, ଜଳିଗଲା ୧୦ଲକ୍ଷର ଜିନିଷ ମୁହୂର୍ତ୍ତ ଗାଳ୍ପିକା: ସୁଚରିତା ବେହେରାପ୍ରକାଶକ: ବ୍ଲାକ୍‌ ଈଗଲ ବୁକ୍‌ସଡବ୍‌ଲିନ୍‌, ଯୁକ୍ତରାଷ୍ଟ୍ର ଆମେରିକାମୂଲ୍ୟ: ୨୦୦ ଟଙ୍କା, ପୃ‌ଷ୍ଠା: ୧୨୯  ଅନେକ ଲଘୁ ଏବଂ କିଛି ଦୀର୍ଘଗଳ୍ପକୁ ନେଇ ପ୍ରକାଶ ପାଇଛି ଏହି ଗଳ୍ପ ସଂକଳନ।

ଗଳ୍ପଗୁଡ଼ିକର ଅନେକ ଚରିତ୍ରଙ୍କୁ ଲେଖିକା କେଉଁଠି ନା କେଉଁଠି ଭେଟିଛନ୍ତି।

ଯେମିତି ‌"ଯୌଥ" ଗଳ୍ପର ଯମୁନା ଚରିତ୍ରଟିକୁ ସେ ଭେଟିଛନ୍ତି ମୟୂରଭଞ୍ଜର ଏକ ଗାଁରେ।

ଆଦୌ ପାଠ ପଢ଼ିନଥିବା ସ୍ତ୍ରୀଲୋକଟି ଜୀବନର ସବୁଠୁ ଦୁଃଖଦ ମୁହୂର୍ତ୍ତରେ ନେଇଥିବା ସାହସିକ ପଦକ୍ଷେପକୁ ଯମୁନା ଚରିତ୍ର ଦେଇ ଲେଖିକା ବାଢ଼ି ଦେଇଛନ୍ତି।

ବଞ୍ଚିବା ପାଇଁ ମଣିଷର ସଂଘର୍ଷ, ମାନବୀୟ ସମ୍ବେଦନା- ଆଉ ଏସବୁ ଭିତରେ ମନୋରଞ୍ଜନର ଖୋରାକ ଖୋଜୁଥିବା ତଥାକଥିତ ସମାଜର ଚିତ୍ରକୁ ବେଶ୍‌ ମର୍ମସ୍ପର୍ଶୀ ଭାବେ ଗାଳ୍କିକା ବାଢ଼ି ଦେଇଛନ୍ତି "ମୃତ୍ୟୁର କୂଅ" ଗଳ୍ପରେ।

ଗୋଟେ ଗୋଟେ ମୁହୂର୍ତ୍ତ ହାତଛଡ଼ା କରିବାକୁ ଇଚ୍ଛାହୁଏ ନାହିଁ।

ଅଥଚ ଦୁର୍ଭାଗ୍ୟ ତାକୁ ସେଇଠି ହିଁ ଛାଡ଼ିଯିବାକୁ ହୁଏ।

ସଂକଳନର ଶୀର୍ଷକ ଗଳ୍ପ "ମୁହୂର୍ତ୍ତ‌"ରେ ମାଲିକର ମାଡ଼ଗାଳିରୁ ପିଲାଟିକୁ ରକ୍ଷା କରିବା ପରେ ପିଲାଟି ଅରୁଣାଙ୍କୁ ଜାବୁଡ଼ି ଧରିଥିଲା।

ଅରୁଣା ତାକୁ ସେଠୁ ଉଦ୍ଧାର କରି ସାଥିରେ ନେଇ ଆସିବା ପାଇଁ ଚାହୁଥିଲେ।

ଅଥଚ ତାହା ସମ୍ଭବ ନଥିଲା।

ସଂକଳନସ୍ଥ ଗଳ୍ପଗୁଡ଼ିକ କଳେବର ଦୃଷ୍ଟିରୁ କ୍ଷୁଦ୍ର ହେଲେ ହେଁ ପାଠକ ମନରେ ଗଭୀର ଛାପ ଛାଡ଼ିଯିବାର ସାମର୍ଥ୍ୟ ରଖେ।

ଆହୁରି ପଢ଼ନ୍ତୁ- World Cup celebration: ମେକ୍ସିକୋ ସିଟି ବିଜୟ ଉତ୍ସବ ବେଳେ ୨ ମୃତ୍ୟୁ ମହାତ୍ମା ଗାନ୍ଧୀ ଲେଖକ: ରୋମାଁ ରୋଲାଁଅନୁବାଦକ: ସଂଗ୍ରାମ ଜେନାପ୍ରକାଶକ: ଶିକ୍ଷା ସନ୍ଧାନଆଇ.ଆର୍‌.ସି ଭିଲେଜ, ଭୁବନେଶ୍ବରମୂଲ୍ୟ: ୨୫୦ ଟଙ୍କା, ପୃଷ୍ଠା: ୨୧୨ ଫରାସୀ ଲେଖକ, ଦାର୍ଶନିକ ଓ ୟୁରୋପର ଯୁଦ୍ଧ ବିରୋଧୀ ଆନ୍ଦୋଳନର ପ୍ରମୁଖ ପ୍ରବକ୍ତା ଥିଲେ ରୋମାଁ ରୋଲାଁ।

ନୋବେଲ୍‌ ବିଜୟୀ ଏହି ଲେଖକଙ୍କ "ମହାତ୍ମା ଗାନ୍ଧୀ" ପୁସ୍ତକଟିରେ ରହିଛି ଗାନ୍ଧୀଙ୍କର ପୋର ବନ୍ଦରରେ ଜନ୍ମଠାରୁ ଲଣ୍ଡନରେ ଶିକ୍ଷାଲାଭ କରି ଭାରତ ଫେରିବା ପର୍ଯ୍ୟନ୍ତ (୧୮୬୯ରୁ ୧୮୯୧) କାଳଖଣ୍ଡର କଥା।

ଏହାପରେ ଗାନ୍ଧୀଙ୍କ ରାଜନୈତିକ ଜୀବନକୁ ଲେଖକ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିଛନ୍ତି।

୧୮୯୩ରୁ ୧୯୧୪ ଦକ୍ଷିଣ ଆଫ୍ରିକାରେ ତାଙ୍କର ସଂଘର୍ଷ ଏବଂ ୧୯୧୫ରୁ ୧୯୨୨ ମସିହା ପର୍ଯ୍ୟନ୍ତ ଭାରତରେ ଉପନିବେଶ ବିରୋଧୀ ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ।

ପୁସ୍ତକର ମୁଖ୍ୟ ପ୍ରସଙ୍ଗ ହେଉଛି ଅସହଯୋଗ ଆରମ୍ଭରୁ ଗାନ୍ଧୀଙ୍କ ଜେଲ୍‌ଦଣ୍ଡ ୧୯୨୨ ମସିହା ଯାଏ।

ପୁସ୍ତକଟି ମୁଖ୍ୟତଃ ଗାନ୍ଧୀ ଓ ଗାନ୍ଧୀବାଦୀ ଚିନ୍ତନ ସମ୍ପର୍କରେ ଏକ ପ୍ରସଙ୍ଗଭିତ୍ତିକ ଆଲୋଚନା ବୋଲି କୁହାଯାଇପାରେ।

ରୋମାଁ ରୋଲାଁଙ୍କର ଏ ପୁସ୍ତକ ଏବଂ ଏଥିରେ ସନ୍ନିବେଶିତ ତାଙ୍କ ଡାଏରି ଓ ଚିଠିପତ୍ର ଗାନ୍ଧୀଙ୍କ ନୀତି, ଆଦର୍ଶ ପନ୍ଥା, ବିଶ୍ବାସ, ବିଚାର, ନୈତିକତା, ମୂଲ୍ୟବୋଧ, ଆଶା, ଅନୁରାଗ ଆଜି ଯେ କେତେ ପ୍ରାସଙ୍ଗିକ ତାହା ଆକଳନ କରିବାରେ ସାହାଯ୍ୟ କରିବ।

ପୁସ୍ତକଟିର ସାବଲୀଳ ଅନୁବାଦ ଏହାକୁ ସୁଖପାଠ୍ୟ କରିଛି।

ଅଧିକ ଦେଖନ୍ତୁ- "