Literature: ଗଳ୍ପ ପୃଥିବୀର କାନ୍‌ଭାସ୍‌: ଗାଳ୍ପିକ ଲକ୍ଷ୍ମଣ କୁମାରଙ୍କ କଲମରୁ ନିଃସୃତ...

Nov 04, 2026 - 18:46
Literature: ଗଳ୍ପ ପୃଥିବୀର କାନ୍‌ଭାସ୍‌: ଗାଳ୍ପିକ ଲକ୍ଷ୍ମଣ କୁମାରଙ୍କ କଲମରୁ ନିଃସୃତ...

ପୃଥିବୀର କାନ୍‌ଭାସ୍‌ ଲକ୍ଷ୍ମଣ କୁମାର ତୁମେ ମୋର ଚିତ୍ର ଟିଏ ଆଙ୍କିଲ?

ସେଦିନ ଗୋଟେ ମଧୁରସଞ୍ଜରେ ମୋ ରୁମ୍‌ରେ ପହଞ୍ଚି ଆଲିଶା ହଠାତ୍ ମୋତେ ନିର୍ଦ୍ଦେଶ ଦେବା ଭଳି ସ୍ବରରେ କହିଲା।

ମୁଁ ଜାଣେ ଆଲିଶା କୋମଳ ଓ ହୃଦୟବାନ ଝିଅଟେ।

ମାତ୍ର ଅଳ୍ପ ଅଭିମାନିନୀ, ଅଳ୍ପ ଜିଦିଆ।

Advertisment : ତୁମର ଚିତ୍ର କ'ଣ ଦରକାର ଆଲିଶା!

ତୁମେ ନିଜେ ହିଁ ତ ସୁନ୍ଦର ଚିତ୍ରଟିଏ- କେଉଁ ଅଦେଖା ଚିତ୍ରଶିଳ୍ପୀ ର। : ହଁ କି! : ନିଶ୍ଚିତ। : ତେବେ ବି ମୋର ଚିତ୍ରଟିଏ ଆଙ୍କ। : ମୁଁ ତ ସେମିତି ଚିତ୍ରକର ନୁହେଁ- ମୁଁ କ'ଣ ଲିଓନାଡୋ ଡାଭିନ୍‌ସି ଯେ ମୋତେ ତୁମର ଚିତ୍ର ଆଙ୍କିବାକୁ କହୁଛ। : ଆରେ ବାବା...

ତୁମେ ଲିଓନାଡୋ ଡାଭିନ୍‌ସି ନୁ‌ହଁ କି ମୁଁ ମୋନାଲିସା ନୁହେଁ।

କିନ୍ତୁ ତୁମେ ଯାହା ବି ଆଙ୍କିବ ଭଲ ହିଁ ଲାଗିବ ମୋତେ। : ସତରେ!

ତେବେ ମୋନାଲିସା ଓ ଆଲିଶା ମଧ୍ୟରେ ବିଶେଷ କିଛି ଫରକ ନାହିଁ।

ମୁଁ କହିଲି। : ଆଉ ଶୁଣ- ଲିଓନାଡୋ ଡାଭିନ୍‌ସି ଓ ତୁମ ଭିତରେ ବି ବେଶି କିଛି ଫରକ ନାହିଁ। : କେମିତି?

ମୁଁ ପଚାରିଲି। : ବରଂ ବହୁତ ବେଶି ଫରକ।

ମୁଁ କହିଲି।

ଲିଓନାଡୋ ଡାଭିନ୍‌ସି ଜଣେ ପ୍ରସିଦ୍ଧ ଓ ସୁଦକ୍ଷ ଚିତ୍ରଶିଳ୍ପୀ ଥିଲେ।

ଆଉ ମୁଁ ତ ଜମାରୁ ଚିତ୍ରଶିଳ୍ପୀ ବି ନୁ‌ହଁ।

ତେବେ ମୋ ଖୁସିରେ ଅନାବନା ରେଖାଚିତ୍ର କିଛି ମୁଁ କେବଳ ଆଙ୍କୁଥାଏ କେବେକେବେ ଓ ଚିତ୍ର ଆଙ୍କିବା ଦେଖୁଥାଏ।

ଯେମିତି ଅନଭ୍ୟସ୍ତ ହାତରେ ଗିଟାର ଧରି ମୁଁ ଟୁଂଟାଂ କରୁଥାଏ।

ମୋତେ ଗିଟାର ବଜାଇବା ଯେମିତି ଜୀବନ ସାରା ଆସିବନି, ଏ ଚିତ୍ର ଆଙ୍କିବା ବି ସେମିତି।

ହେଲେ ନା ମୁଁ ଗିଟାର ଧରି ଟୁଂଟାଂ କରିବା ଛାଡ଼ିପାରେ ନା ମୁଁ ତୂଳୀ ଧରି କାନ୍‌ଭାସ୍‌ରେ ଚିତ୍ର ଆଙ୍କିବା ଛାଡ଼ିପାରେ।

ତା' ଉପରେ ପୁଣି ତୁମେ କହୁଛ ତୁମର ଚିତ୍ର ଆଙ୍କିବାକୁ।

ଏହା ଠିକ୍ ସେମିତି ହେବ- ଦିଅଁ ଗଢୁଗଢୁ ମାଙ୍କଡ଼ ହେବା ହିଁ ସାର।

ତୁମେ ଯଦି ମୋ ହାତରେ ମାଙ୍କଡ଼ୀ ହେବାକୁ ପ୍ରସ୍ତୁତ ତା' ହେଲେ ନୋ ପ୍ରୋବ୍ଲେମ୍। : ତୁମେ ତ ମାଙ୍କଡ଼।

ଆ‌ଉ ମୁଁ ମାଙ୍କଡ଼ୀ ହେବାରେ ଅସୁବିଧା କ'ଣ?

ହସିଲା ଆଲିଶା।

ମାଙ୍କଡ଼ ପାଇଁ ମୁଁ ମାଙ୍କଡ଼ୀ ହେବିନି ତ ଆଉ କ'ଣ ହେବି?

ସେ କହିଲା।

ଆହୁରି ପଢ଼ନ୍ତୁ- EOW Raids Raja Chakra in Keonjhar ରାଜା ଚକ୍ରଙ୍କ ବଢ଼ିଲା ଅଡ଼ୁଆ, ନୁନଝରଣ କ୍ରସର ଜବରଦଖଲ ମାମଲାରେ ଅର୍ଥନୈତିକ ଅପରାଧ ଶାଖାର ଚଢ଼ାଉ ମୋର ମନେପଡ଼ିଲା ଛୋଟଦିନର କଥା ସବୁ।

ପ୍ରାଇମେରି ସ୍କୁଲରେ ପଢୁଥିବା ବେଳେ ଚିତ୍ର ଆଙ୍କିବା ସଉକ କଥା।

ମୁଁ ଘର କାନ୍ଥରେ ଚକ୍‌ଖଡ଼ି ଧରି ଚିତ୍ର ଆଙ୍କୁଥିଲି।

ବିଶେଷକରି ଗୋଟିଏ ନିର୍ଦ୍ଦିଷ୍ଟ ଚିତ୍ର ଆଙ୍କିବାରେ ମୁଁ ବେଶି ଅଭ୍ୟସ୍ତ ଥିଲି।

ସେ ଚିତ୍ରରେ ଥିଲା- ଗୋଟେ ପାହାଡ଼ , ସେଠାରୁ ଝରିଆସୁଥିଲା ଗୋଟେ ଝରଣା, ସେ ପାଖରୁ ଉଇଁ ଆସିଥିଲା ସୂର୍ଯ୍ୟ, ତଳେ ଝରଣା କୂଳରେ ଥିଲା ଗୋଟେ ଦି'ଟା ଘର, ଘର ଆଗରେ ଦି'ଚାରିଟା ଗଛ, ଆକାଶରେ ଉଡ଼ି ଯାଉଥିବା କେତୋଟି ଚଢ଼େଇ।

ବାସ୍, ଏଇ ଚିତ୍ର ଆଙ୍କି ବାପାମାଆ ଓ ବଡ଼ଭାଇଙ୍କଠାରୁ ପ୍ରଚୁର ପ୍ରଶଂସା ପାଉଥିଲି।

ବଡ଼ଭାଇ କହୁଥିଲେ- ବଡ଼ ହେଲେ ମୁଁ ଗୋଟେ ଚିତ୍ରକର ହେବି।

କିନ୍ତୁ ମୁଁ ସେମିତି ପ୍ରାଇମେରି ସ୍କୁଲ ସମୟର ଚିତ୍ରକର ହୋଇ ରହିଯାଇଛି।

ପ୍ରାୟ ଦଶବର୍ଷ ତଳର କଥା।

ମୁଁ ପାଠପଢ଼ା ସାରି ଭୂତ ପରି ଖାଲି ବୁଲୁଥାଏ।

ସେହି ସମୟରେ ଗାଆଁ ର ମୋର ଜଣେ ଜେଜେଶ୍ରେଣୀୟ ଚଇତୁ ଦାଦା କ୍ୟାନ୍‌ସରରେ ପୀଡ଼ିତ ଥା'ନ୍ତି।

ଚଇତୁ ଦାଦାଙ୍କୁ ତାଙ୍କ ରୋଗ ବିଷୟରେ କୁହାଯାଇ ନଥାଏ।

ହୁଏତ ସେ ଭାଙ୍ଗିପଡ଼ିବେ ବୋଲି।

ମାତ୍ର ଆମେ ସମସ୍ତେ ନିରବରେ ଅନୁଭବ କରୁଥାଉ ଚଇତୁ ଦାଦାଙ୍କ ଜୀବନ ସୂର୍ଯ୍ୟ କ୍ରମଶଃ ଅସ୍ତ ହୋଇଆସୁଛି।

ଏହା ମୋତେ ଭାରି ଉଦାସ କରିଦେଉଥାଏ।

ବାପା ବି ବିଷଣ୍ଣ ରହୁଥାନ୍ତି ତାଙ୍କ ଚଇତୁ କକେଇଙ୍କ ପାଇଁ।

ଦିନେ ବାପା କହିଲେ: ବାବୁ, ଚିତ୍ରଟେ ଆଙ୍କିବୁ ତ। : କେଉଁ ଚିତ୍ର ବାପା?

ମୁଁ ପଚାରିଲି।

ବାପା ଉତ୍ତର ଦେଲେ- ଅନ୍ଧାରର ଚିତ୍ର। : ଅନ୍ଧାରର ଚିତ୍ର? : ହଁ, କେବଳ ଅନ୍ଧାର।

ଆଉ କିଛି ନୁହଁ।

ଅନ୍ଧାରରେ କିଛି ବି ଦେଖାଯାଉ ନଥିବ।

ନା ଘରଦ୍ବାର, ନା ରାସ୍ତାଘାଟ, ନା ଆକାଶ ପୃଥିବୀ, କିଛି ବି।

ସେଠି ଆଦୌ ଆଲୁଅ ନ ଥିବ।

ଟିକେ ବି। : ଠିକ୍ ଅଛି ବାପା।

ମୁଁ କହିଲି।

ଆହୁରି ପଢ଼ନ୍ତୁ- Ownership Claim on Government Land ରାଜସ୍ବ ପରିଷଦ ରାୟ; ସରକାରୀ ଜମି ଉପରେ ଘରୋଇ ବ୍ୟକ୍ତି ନିଜର ମାଲିକାନା ଜାହରି କରିପାରିବେନି ତୂଳୀ ଧରି କଳାରଙ୍ଗ ନେସି ନେସି ଗୋଟେ ଧଳା କାଗଜ ଉପରେ ଅନ୍ଧାରର ଚିତ୍ର ଆଙ୍କିବା ବେଳେ କ୍ୟାନ୍‌ସର ପୀଡ଼ିତ ଚଇତୁ ଦାଦାଙ୍କ ମୁହଁ ହିଁ ସ୍ପଷ୍ଟ ଦିଶୁଥାଏ।

ଜୀବନ ଏମିତି ପୃଷ୍ଠାଏ ଧଳା ଫିନ୍‌ଫିନ୍ ସାଦା କାଗଜ ହୋଇ ଆରମ୍ଭ ହୋଇଥାଏ।

ଅବଶେଷରେ ଜୀବନର ଧଳାପୃଷ୍ଠା ଦିନେ ସଂପୂର୍ଣ୍ଣ କଳା ହୋଇଯାଏ।

ଜୀବନର ସୂର୍ଯ୍ୟ ଅସ୍ତମିତ ହୋଇ ଯେବେ ରାତ୍ରି ଘୋଟିଆସେ। : ଓଃ..

ବହୁତ କଷ୍ଟ ଏଇ ଅନ୍ଧାରର ଚିତ୍ର ଆଙ୍କିବା। : କ'ଣ ଭାବୁଛ?

ଆଲିଶା ପ୍ରଶ୍ନ କଲା। : ଆରେ ମୁଁ ଟିକେ ଅତୀତକୁ ଫେରିଯାଇଥିଲି। : କେଉଁ ଅତୀତ? : ଗୋଟେ ଭୁଲି ହେଉ ନଥିବା ଅତୀତ ।

ୟାଡୁ ସିଆଡୁ କିଛି ଅନାବନା ରେଖାଚିତ୍ର ଆଙ୍କିଦେଲେ ବି ଆଲିଶା ଆଖିରେ ସେସବୁ ସୁନ୍ଦର ଦିଶେ ଓ ମୁଁ ଆଶ୍ଚର୍ଯ୍ୟ ହୁଏ। : ତୁମେ ଯାହା ବି ଆଙ୍କିଲେ ମୋତେ ସୁନ୍ଦର ଲାଗେ।

ଆଲିଶା କହିଲା।

ମୁଁ କହିଲି- କାରଣ ତୁମ ଆଖିରେ ଭଲପାଇବାର ରଙ୍ଗ।

ତେଣୁ ସବୁ ସୁନ୍ଦର ଦିଶୁଛି। : ଆଲିଶା, ତୁମେ ତ ଜାଣିଛ ମୁଁ କେବଳ ନିଜ ସଉକରେ ଚିତ୍ର ଆଙ୍କେ ଅନଭ୍ୟସ୍ତ ହାତରେ ଅନାବନା ଚିତ୍ର।

ନା ମୋର ସ୍ବୀକୃତି ପାଉ ବୋଲି ମୁଁ ଆଶା ରଖେ ନା ଚିତ୍ରକରର ପରିଚୟ ‌ମୁଁ ଲୋଡ଼େ।

ଏଇ କଥାବାର୍ତ୍ତା ଭିତରେ ଆଲିଶାର ଚିତ୍ର ଆଙ୍କିବା ମୁଁ ଆରମ୍ଭ କରିଥିଲି।

ପ୍ରଥମେ ଆଲିଶାର ଓଠ , ଆଖି, କପାଳ, ଭ୍ରୂଲତା, ତା'ର ସୁନ୍ଦର ମୁହଁ, ତା'ର ମସୃଣ ବେକ, ତା'ର ଘଞ୍ଚ ଗହଳ କେଶରାଶି- ଏସବୁକୁ ଆଙ୍କିଲି।

ମାତ୍ର କେତେ ପରିମାଣରେ ମୁଁ ଆଲିଶାକୁ ଆଙ୍କିପାରୁଥିଲି ଜଣାନାହିଁ।

ଆଲିଶା କିନ୍ତୁ ଖୁସି ହେଉଥିଲା। : ତୁମର ମୁହଁ ଓ ବେକ ପର୍ଯ୍ୟନ୍ତ ଆଙ୍କିଛି।

ତୁମର ସାରା ଦେହ ଆଙ୍କିବା ବାକି ଅଛି- ତୁମର ପଦ୍ମପାଦ ପର୍ଯ୍ୟନ୍ତ, ତୁମର ଚମ୍ପାକଢ଼ି ଅଙ୍ଗୁଳି ପର୍ଯ୍ୟନ୍ତ। : ମୋ ଚିତ୍ର ଆଙ୍କିବା ସେତିକି ଥାଉ ବାବା।

ଏବେ ଆଉ ଗୋଟିଏ ଚିତ୍ର ଆଙ୍କ- ପୃଥିବୀ ର ଚିତ୍ର। : ପୃଥିବୀର ଚିତ୍ର!

ତା'ହେଲେ ମୋତେ ତ ମହାକାଶକୁ ଯାଇ ଆଙ୍କିବାକୁ ହେବ। : ନା, ନା, ଏଇଠି ଥାଇ ଆଙ୍କ।

ତୁମେ ତ ମହାକାଶରୁ ପୃଥିବୀ କେମିତି ଦେଖାଯାଏ, ସେ ଚିତ୍ର ଦେଖିଛ।

ସେଇଭଳି ଗୋଟିଏ ଆଙ୍କ। : ପୃଥିବୀର ଚିତ୍ର ଅର୍ଥ ପୃଥିବୀର ଜୀବନଚକ୍ରର ଚିତ୍ର ନ ଆଙ୍କିବା ଯାଏ ତାହା ସଫଳ ହେବନି ଆଲିଶା।

ଏତେବଡ଼ ଜୀବନ୍ତ ପୃଥିବୀର ଚିତ୍ର ଆଙ୍କିବାକୁ ମୁଁ ଅସମର୍ଥ।

କାରଣ ପୃଥିବୀର ଚିତ୍ର ତ ପ୍ରତି ମୁହୂର୍ତ୍ତରେ ବଦଳି ଚାଲିଥାଏ।

ସୂର୍ଯ୍ୟୋଦୟଠୁ ସୂର୍ଯ୍ୟାସ୍ତ ଯାଏ ପ୍ରତି ମୁହୂର୍ତ୍ତରେ ଅସଂଖ୍ୟ ଚିତ୍ର।

ମୁଁ ଅସମର୍ଥ ଆଲିଶା।

ଆହୁରି ପଢ଼ନ୍ତୁ- Cricket: 'ବିରାଟ ଭାଇ ଯେତେବେଳେ ପଡ଼ିଆରେ ଥାଆନ୍ତି…' ମନର କଥା କହିଲେ ଯୁବ ଅଧିନାୟକ ଆଲିଶା ବୁଝିଲା।

କହିଲା: ହଁ, ଠିକ୍ କହୁଛ। : ଆଲିଶା, ସ୍ବର୍ଗର ଗ୍ୟାଲେରିରେ ବସି ଜଣେ ମହାନ ଚିତ୍ରକର ପୃଥିବୀର ଚିତ୍ର ଆଙ୍କୁଥାଏ କାନ୍‌ଭାସ୍‌ରେ।

ଆଶ୍ଚର୍ଯ୍ୟ, ପ୍ରତି ମୁହୂର୍ତ୍ତରେ ସେ ଲିଭାଉଥାଏ ଓ ପୁଣି ନୂଅା ଚିତ୍ର ଆଙ୍କୁଥାଏ।

ତୁମେ ଓ ମୁଁ ମଧ୍ୟ ସେ ଚିତ୍ରକରର ଏକ ଏକ ଚିତ୍ର।

ଯେଉଁଦିନ ଚିତ୍ରକର ପୃଥିବୀର ଚିତ୍ର ଲିଭାଇ ଦେଇ ନୂଅା ଚିତ୍ର ଆଙ୍କିବନି, ସେଦିନ ପୃଥିବୀ ମଧ୍ୟ ନ ଥିବ ଏଇ ମହାଶୂନ୍ୟର କାନ୍‌ଭାସ୍‌ରେ। : ତୁମେ ମୋତେ କୁଆଡୁ ନେଇ କୁଆଡ଼େ ପହଞ୍ଚାଇଦେଲ।

ଆଲିଶା କହିଲା।

ଆସ, ଆମେ ସେ ଚିତ୍ରକରକୁ କହିବା- ବାରମ୍ବାର ଚିତ୍ର ଆଙ୍କି ନିଭାଅ ନାହିଁ।

ଆମକୁ କଷ୍ଟ ହେଉଛି।

ଗୋଟେ ସ୍ଥିର ଚିତ୍ର ଆଙ୍କ ପୃଥିବୀର।

ମୋ: ୯୪୩୯୦୪୦୯୩୭ ଅଧିକ ଦେଖନ୍ତୁ-

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)