Literature: ଗଳ୍ପ ଉତ୍ତର ଅପେକ୍ଷାରେ: ମୂଳ ରଚନା: ଫ୍ରାନ୍ଜ କାଫ୍କା, ଅନୁସୃଜନ କରିଛନ୍ତି ସୂଚନା ପାଢ଼ୀ...
ଉତ୍ତର ଅପେକ୍ଷାରେ ମୂଳ ରଚନା: ଫ୍ରାନ୍ଜ କାଫ୍କା ଅନୁସୃଜନ: ସୂଚନା ପାଢ଼ୀ ସ୍ଥାନଟି ଥିଲା ପିଲାମାନେ ଖେଳୁଥିବା ଏକ ଖେଳ ପଡ଼ିଆ ।
କୋଳାହଳମୟ ପରିବେଶ ମଧ୍ୟରେ ନିଜକୁ ହଜାଇ ଦେଇଥିଲେ ଦାର୍ଶନିକ।
ଦେଖୁଥିଲେ ଜୀବନର ଗତିଶୀଳତା, ଚଳଚଞ୍ଚଳ ଜୀବନ ଧାରାରେ ପ୍ରବାହିତ ଆନନ୍ଦ ଲହରୀ।
କେତେବେଳେ ବ୍ୟସ୍ତ, କେତେବେଳେ କର୍ମମୟ।
ମନୁଷ୍ୟ କାହିଁକି ପ୍ରକୃତ ସତ୍ୟ ଅନୁଭବ କରିପାରେନା ପ୍ରଶ୍ନରେ ଆନ୍ଦୋଳିତ ଦାର୍ଶନିକଙ୍କ ଭାବନା।
Advertisment ଆହୁରି ପଢ଼ନ୍ତୁ- Cyclone Arnab Preparedness: ବାତ୍ୟା 'ଅର୍ଣ୍ଣବ: ମାଲକାନଗିରିରେ ସରଜମିନ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦାର୍ଶନିକ ଆଶ୍ଚର୍ଯ୍ୟ ହୋଇ କିଛି ସମୟ ପର୍ଯ୍ୟନ୍ତ ଏକଲୟରେ ପିଲାମାନଙ୍କୁ ଚାହୁଁଥିଲେ, ପୁଣି କଣ ଭାବିକି ସେ ସ୍ଥାନ ଛାଡ଼ି ଚାଲିଯାଉଥିଲେ।
ଭାବୁଥିଲେ, ପିଲାମାନଙ୍କ ବିରାମହୀନ ଜୀବନ ଶୈଳୀ ସମାଜକୁ ପ୍ରଭାବିତ କରେ କି?
ମଣିଷ କୁ ବ୍ୟସ୍ତ ରଖେ?
କର୍ମବହୁଳ ଜୀବନ ବଞ୍ଚୁଥିବା ମଣିଷ ବାସ୍ତବତା ଜାଣିବା ସୁଯୋଗ ପାଏ ନାହିଁ ବୋଲି ଅଜାଣତରେ ଅନୁଭବ କରେ କି ସତ୍ୟର ସ୍ବରୂପ?
ଆଜୀବନ ସତ୍ୟ ସନ୍ଧାନୀ ଦାର୍ଶନିକ ଙ୍କୁ ସେଦିନ କ୍ରୀଡାରତ ପିଲାମାନେ ମୋହଗ୍ରସ୍ତ କରିଦେଇଥିଲେ।
ପ୍ରକୃତ ସତ୍ୟ ଖୋଜି ପାଇଲେ ନାହିଁ, ରହିଗଲେ ଉତ୍ତର ଅପେକ୍ଷାରେ।
ପିଲାମାନେ ଜୀବନ କଣ, ଦର୍ଶନ କଣ ଜାଣନ୍ତି ନାହିଁ, କିଛି ବୁଝନ୍ତି ନାହିଁ।
ଚଞ୍ଚଳତା ଭିତରେ ଥିବା ଚପଳ ପ୍ରକୃତି ହିଁ ତାଙ୍କ ପରିଚୟ।
ଗତିଶୀଳ ଜୀବନଚକ୍ର ଭିତରେ ମଜ୍ଜିରହି ଆନନ୍ଦ ଅନୁଭବ କରେ ଶିଶୁର ମନ।
ଯଥା ସମୟରେ ପିଲାମାନେ ଖେଳିସାରି ଚାଲିଗଲେ।
ଖେଳ ପଡ଼ିଆର ନିରବ ପରିବେଶ ଦାର୍ଶନିକଙ୍କ ମନକୁ ଭାରାକ୍ରାନ୍ତ କରିଦେଲା।
ପ୍ରଶ୍ନ ଆନ୍ଦୋଳିତ ମନ।
ଜୀବନର ଗତି ଅଟକିବା ପରେ ଜୀବନ ର ଅର୍ଥ ଜଣାପଡ଼େ କି?
କୌଣସି ଜିନିଷର ଆରମ୍ଭ ଜାଣିଲେ ଶେଷ ବି ଜାଣି ହେବ କି?
ଆହୁରି ପଢ଼ନ୍ତୁ- Cricket: ୬ ଓଭରରେ ୧୧୮ ରନ୍, ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଦଳ ଦିନେ ମୃତ୍ୟୁବରଣ କଲେ ବୃଦ୍ଧ ଦାର୍ଶନିକ।
ଆଜୀବନ ଦର୍ଶନ ଗହ୍ୱରରେ ଘୂରି ବୁଲୁଥିବା ସେହି ଚିନ୍ତାଶୀଳ, ମଣିଷ ସମାଜରେ ଚିନ୍ତା କରିବା ପାଇଁ ଭାବନାର ବୀଜ ବୁଣି ଦେଇଥିଲେ।
ମଣିଷ କାହିଁକି ଜୀବନର ଅର୍ଥ ଖୋଜେ ଅଥଚ ବ୍ୟସ୍ତତା ଭିତରେ ରହି ସଫଳ ହୁଏ ନାହିଁ?
ସମୟ ମିଳିବା ବେଳକୁ ବହୁତ ଡେରି ହୋଇଯାଏ!
ମନେରଖ ମନୁଷ୍ୟ!
ମୃତ୍ୟୁ ଦ୍ବାରରେ ଉପନୀତ ଜୀବନ ବି ଉତ୍ତର ଅପେକ୍ଷା କରେ।
ମୋ: ୭୦୦୮୨୯୧୦୪୦ ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
