Liquor smuggling: କ୍ଷୀର ଗାଡ଼ିରେ ମଦ ଚାଲାଣ: ୧୦୮୦ ଲିଟର ଦେଶୀ ମଦ ଓ ଗାଡ଼ି ଜବତ, ଜଣେ ଗିରଫ

Aug 09, 2026 - 08:20
Liquor smuggling: କ୍ଷୀର ଗାଡ଼ିରେ ମଦ ଚାଲାଣ: ୧୦୮୦ ଲିଟର ଦେଶୀ ମଦ ଓ ଗାଡ଼ି ଜବତ, ଜଣେ ଗିରଫ

"ଭୁବନେଶ୍ବର: ପିକ୍‌ଅପ୍ ଗାଡ଼ିରେଲେଖା ହୋଇଛି "ମିଲ୍‌କ ଭ୍ୟାନ୍"।

କିନ୍ତୁ ଗାଡ଼ିରେ ଭର୍ତ୍ତି ହୋଇଛି ଦେଶୀ ମଦ।

ଏଭଳି ଅଭିନବ ଢଙ୍ଗରେ ଦେଶୀ ମଦ କାରବାର କରାଯାଉଥିବା ବେଳେ ଭୁବନେଶ୍ବର ଅବକାରୀ ବିଭାଗ ହାତରେ ଧରାପଡ଼ିଛି।

ପ୍ରାୟ ୧୦୮୦ ଲିଟର ଦେଶୀ ମଦ ସହିତ ଓଡି୦୫ଏସି୭୭୩୯ ନମ୍ବର ବିଶିଷ୍ଟ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି।

ଏହା ସହିତ ଚୋରା ମଦ କାରବାର କରୁଥିବା କଟକର ସେକ୍ ଇସଲାମ୍ ଖାନ୍‌କୁ ଗିରଫ କରିଛି।

Advertisment World Tribal Day: ମହଦେବଡ଼ିହିର ମହେନ୍ଦ୍ର ସର୍ଦ୍ଦାର; 'ଅଲ୍ ଅନଲ୍" ଲିପି ଭୂମିଜ ସମାଜକୁ ଦେଲେ ନୂଆ ପରିଚୟ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ ଏକ ସାମ୍ବାଦିକ ସମ୍ମିଳନୀ‌ରେ ସୂଚନା ଦେଇଛନ୍ତି ଯେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଅବକାରୀ ବିଭାଗର ସ୍ପେସାଲ୍ ଏକ ମିଲ୍କ ଭ୍ୟାନ୍‌ରେ ଦେଶୀ ମଦ ଚାଲାଣ ହେଉଥିବା ସୂଚନା ପାଇଥିଲା।

ମିଲ୍‌କ ଭ୍ୟାନ୍‌ ଲେଖା ଯାଇଥିବା ଏହି ପିକ୍‌ଅପ୍ ଭ୍ୟାନ୍‌ରେ ଦେଶୀ ମଦ ପାଉଚ୍‌ ଭର୍ତ୍ତି ହୋଇଛି ଓ ବିଭିନ୍ନ ବସ୍ତି ବୁଲି ବୁଲି ମାଫିଆଙ୍କୁ ମଦ ଯୋଗାଉଛି।

ସୂଚନା ପାଇ ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍ ଓ ସ୍କ୍ବାଡ୍ ମିଳିତ ଭାବେ ଉତ୍କଳ ହସ୍ପିଟାଲ୍‌ରୁ ଜାଭିୟର ଛକ ମଧ୍ୟରେ ଜଗି ରହିଥିଲେ।

ସେହି କ୍ରମରେ ସମ୍ପୃକ୍ତ ମିଲ୍କ ଭ୍ୟାନ୍ ଆସିବା ମାତ୍ରେ ତାକୁ ପିଛା କରି ଅବକାରୀ ବିଭାଗ ଧରିଥିଲା।

ଗାଡ଼ି ଯାଞ୍ଚ୍ ବେଳେ ସେଥିରୁ ପ୍ରାୟ ୧୦୮୦ଲିଟର ମଦ ପାଉଚ୍ ବାହାରିଥିଲା।

ଯାହାର ବଜାର ମୂଲ୍ୟ ଆନୁମାନିକ ଅଢ଼େଇଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ପଟେଲ ସୂଚନା ଦେଇଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଚୋରା ମଦ କାରବାର ପଛରେ କିଛି ବେପାରୀଙ୍କ ହାତ ଥିବା ନେଇ ଅବକାରୀ ବିଭାଗ ସନ୍ଦେହ କରିଛି।

ତେଣୁ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଜବତ ଗାଡ଼ିର ମାଲିକଙ୍କ ସଂପୃକ୍ତିକୁ ନେଇ ମଧ୍ୟ ଅବକାରୀ ବିଭାଗ ତନାଘନା ଆରମ୍ଭ କରିଛି।

ତେଣୁ ଖୁବ୍ ଶୀଘ୍ର ତାଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

Weekly Horoscope 2026 August 09 to August 15: ଜାଣନ୍ତୁ ଏ ସପ୍ତାହର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media