liquor seized: ବିପୁଳ ପରିମାଣରେ ମଦ ଜବତ: ଏପଟେ ସଚେତନତା, ସେପଟେ ଦେଶୀମଦ ବେପାର
"ଭୁବନେଶ୍ବର: ଆଜି ନୂଆପଲ୍ଲୀସ୍ଥିତ ସାଲିଆସାହିରେ ବସ୍ତିରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି।
ଗୋଟେ ପଟେ ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ "ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ" ଅବସରରେ କିଛି ବରିଷ୍ଠ ଅଧିକାରୀ ଓ ବସ୍ତି ବାସିନ୍ଦାଙ୍କୁ ନେଇ ସଚେତନ ଦିବସ ପାଳନ ହେଉଥିଲା।
ଆଉ ଅପରପଟେ ଦେଶୀ ମଦ ବେପାରୀ ଅବାଧରେ ଚୋରା ମଦଭାଟି ଖୋଲି ବ୍ୟବସାୟ ଚଳାଇଥିଲେ।
ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ଅବକାରୀ ବିଭାଗ ମଦଭାଟିରେ ଚଢ଼ଉ କରିଥିଲା।
ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଥିଲା।
ମାତ୍ର ମଦବେପାରୀ ଖସିଯାଇଥିଲେ।Advertisment Horoscope 2026 June 27: ଜାଣନ୍ତୁ ଆଜିର ରାଶିଫଳ...
ବିପୁଳ ପରିମାଣରେ ମଦ ଜବତଖସିଗଲେ ଦେଶୀ ମଦ ବେପାରୀ ଖବର ଅନୁସାରେ, ଆଜି ଦିନ ପ୍ରାୟ ୧୦ଟା ବେଳେ ଅବକାରୀ ବିଭାଗରସାଲିଆସାହିରେ ନିଶା କାରବାର ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା।
ଏଥିରେ ଭୁବନେଶ୍ବର ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ୍ଙ୍କ ନେତୃତ୍ବରେ ଏକ ବିରାଟ ପଟୁଆର୍ ମେ" ଫାୟାର୍ ପଛ ପାର୍ଶ୍ବରୁ ବାହାରିଥିଲା।
ଏହି ସମୟରେ ଖବର ଆସିଥିଲା ଯେ ସାଲିଆସାହିସ୍ଥିତ ଇଡ୍କୋ ବସ୍ତିରେ ଏକ ଦେଶୀ ମଦଭାଟି ଚାଲିଛି।
ବିପୁଳ ପରିମାଣରେ ପୋଚ ରନ୍ଧାଚାଲିଛି।
କିଛି ଲୋକ ଦେଶୀ ମଦ ପିଇବାକୁ ରୁଣ୍ଡ ମଧ୍ୟ ହୋଇଛନ୍ତି।
ଏଭଳି ଖବର ସାମ୍ନାକୁ ଆସିବା ପରେ ଅଧିକାରୀମାନେ ସଚେତନ କାର୍ଯ୍ୟକ୍ରମ ଛାଡ଼ି ମଦଭାଟି ନିକଟକୁ ଦୌଡ଼ିଥିଲେ।
ହେଲେ ଘଟଣାସ୍ଥଳରେ ପହଞ୍ଚିବା ଆଗରୁ ନିଶା ମାଫିଆମାନେ ଖସିଯାଇଥିଲେ।
ଫଳରେ ଅବକାରୀ ବିଭାଗର ଅଧିକାରୀମାନେ ପୋଚ ନଷ୍ଟ କରିବା ସହ ବିପୁଳ ପରିମାଣରେ ମଦ ଜବତ କରିଥିଲେ।
ଏହି ଘଟଣାର ଅବକାରୀ ବିଭାଗ ୨ଟି ମାମଲା ରୁଜୁ କରିବା ସହ ମଦ ବେପାରୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
Agriculture: ଆଧୁନିକତାରେ ହଜିଯାଉଛି ହଳ-ଲଙ୍ଗଳ"