Lingaraj: ଲିଙ୍ଗରାଜଙ୍କ ରଥଦାଣ୍ଡରେ ବଢ଼ୁଛି ଭିଡ଼, ଚୁପ୍ ବସିଛନ୍ତି ବିଏମ୍ସି
ଭୁବନେଶ୍ବର: ଲିଙ୍ଗରାଜଙ୍କ ରଥଦାଣ୍ଡ କଥା ବୁଝିବାକୁ ଯେମିତି କେହି ନାହାନ୍ତି। କେବଳ ରଥ ଯାତ୍ରା ବେଳେ ଦୋକାନ ସାଇଡ୍ ହେଉଥିବା ବେଳେ ବର୍ଷତମାମ ଜବରଦଖଲ ଯୋଗୁ ନାହିଁ ନଥିବା ଭିଡ଼ ହେଉଛି। ଡ୍ରେନ୍ ସହିତ ୧୦ଫୁଟ୍ ରାସ୍ତା ଉପରକୁ ଜବର ଦଖଲ କରି ବେପାର କରୁଥିବାରୁ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଓ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ବହୁ ପ୍ରକାର ସମସ୍ୟା ଭୋଗୁଛନ୍ତି।
ଡ୍ରେନ୍ ଜବରଦଖଲ ଯୋଗୁ ସମସ୍ୟାରେ ଶ୍ରଦ୍ଧାଳୁ
ଚୁପ୍ ବସିଛନ୍ତି ବିଏମ୍ସି
KIIT: ଆଜିଠାରୁ କିଟ୍ରେ ସର୍ବଭାରତୀୟ ଜେକେଏ ପ୍ରତିଯୋଗିତା
ସେହିପରି ଉକ୍ତ ଡ୍ରେନ୍ ଜବର ଦଖଲ ଯୋଗୁ ସେଗୁଡ଼ିକ ସଫା ହୋଇପାରୁନାହିଁ। ଏନେଇ ଓଲ୍ଡଟାଉନ ବିକାଶ ପରିଷଦ, ଏଠାରେ ଭିଡ଼ ଅସମ୍ଭାଳ ହେଉଥିବା ଏବଂ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁନଥିବା କହିଛି। ପୂର୍ବ ସରକାର ଏକାମ୍ର ପ୍ରୋଜେକ୍ଟ ତାଲିକା ଅନୁଯାୟୀ ବିନ୍ଦୁସାଗର ରୋଡ଼୍ରୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ଭିଡ଼ ହେଉଥିବାରୁ ପର୍ଯ୍ୟଟକଙ୍କ ପାଇଁ କେବଳ ପାଦଚଲା ରାସ୍ତା ରଖିବାକୁ ଯୋଜନା କରିଥିଲା। ହେଲେ ସରକାର ବଦଳିଲା ପରେ ଏହି ଅଞ୍ଚଳ ଏବେ ଅଣଦେଖା ହୋଇଯାଇଛି। ଏଠାରେ ଭିଡ଼କୁ ଅଣଦେଖା କରାଯାଉଛି।
Education: ସିଇଇ ଅନଲାଇନ୍ ଆବେଦନର ଶେଷ ତାରିଖ ୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି
ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ବିନ୍ଦୁସାଗର ଉତ୍ତରେଶ୍ବରଠାରୁ ବଢ଼େଇବାଙ୍କ ପର୍ଯ୍ୟନ୍ତ ରାସ୍ତାକୁ ମଡ଼ାଇ ଦୋକାନ ଯୋଗୁ ଅସମ୍ଭାଳ ଭିଡ଼ ହେଉଛି। ବଢ଼େଇବାଙ୍କଠାରୁ ଲିଙ୍ଗରାଜ ମନ୍ଦିରକୁ ଯିବାବେଳେ ଡ୍ରେନ୍ ବ୍ୟତୀତ ୧୦ଫୁଟ୍ ରାସ୍ତା ଜବରଦଖଲ ହୋଇଥିଲେ ହେଁ ବିଏମ୍ସି କିମ୍ବା ବିଡିଏ କାହାରି ନଜର ପଡ଼ୁନାହିଁ। ଭିଡ଼ ଯୋଗୁ ପର୍ଯ୍ୟଟକ ଓ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ସେହିପରି ରଥଦାଣ୍ଡର ଦୁଇ ପାର୍ଶ୍ୱ ଉପରେ ଦୁଇ ଥାକିଆ ପାର୍କିଂ ହେଉଥିଲେ ହେଁ ବିଏମ୍ସି ବିଡିଏ ଏହି ସମସ୍ୟା ପ୍ରତି ଆଖିବୁଜି ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।