06 JUNE 2026

Welcome!

Unlock your personalized experience.
Sign Up

Corporate fraud: ୧୫ ଲକ୍ଷ କୋଟିର କର୍ପୋରେଟ୍‌ ଜାଲିଆତି: ରାଜେଶ ଏକ୍ସପୋର୍ଟସ୍‌ ସିଏମ୍‌ଡି ପୁଞ୍ଜି ବଜାରରୁ ବାସନ୍ଦ

Jun 05, 2026 - 07:19
Corporate fraud: ୧୫ ଲକ୍ଷ କୋଟିର କର୍ପୋରେଟ୍‌ ଜାଲିଆତି: ରାଜେଶ ଏକ୍ସପୋର୍ଟସ୍‌ ସିଏମ୍‌ଡି ପୁଞ୍ଜି ବଜାରରୁ ବାସନ୍ଦ

ନୂଆଦିଲ୍ଲୀ: ସୁନା ବିଶୋଧନ ଓ ଗହଣା ନିର୍ମାଣ କରୁଥିବା ‘ରାଜେଶ ଏକ୍ସପୋର୍ଟସ୍‌’ ଓ ଏହାର ମୁଖ୍ୟ ରାଜେଶ ମେହେଟ୍ଟାଙ୍କ ବିରୋଧରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ବେଙ୍ଗାଲୁରୁଭିତ୍ତିକ ଏହି କମ୍ପାନିରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ଜାଲିଆତି ହୋଇଛି। କମ୍ପାନିର ବାସ୍ତବ ପ୍ରଦର୍ଶନ ତୁଳନାରେ କାଗଜପତ୍ରରେ ଅଧିକ କାରବାର ଦର୍ଶାଯାଇଛି। ଏହି ସଂଖ୍ୟା ବିଶ୍ବର ବହୁ ଦେଶର ଅର୍ଥନୀତିଠାରୁ ବଡ଼। ଏହି ଘଟଣାରେ ସେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କମ୍ପାନିର ସିଏମ୍‌ଡି ରାଜେଶ ମେହେଟ୍ଟାଙ୍କୁ ପୁଞ୍ଜି ବଜାରରୁ ଅନ୍ୟାଦେଶ ପର୍ଯ୍ୟନ୍ତ ବାସନ୍ଦ କରିଛି। 

SEBI: ଭୁବନେଶ୍ବରରେ କାର୍ଯ୍ୟାଳୟ ଖୋଲିବ ‘ସେବି’

‘ସେବି’ ଏହାର ୧୦୯ ପୃଷ୍ଠା ବିଶିଷ୍ଟ ଅନ୍ତରୀଣ ରିପୋର୍ଟରେ ଆସନ୍ତା ୩୦ ଦିନ ଭିତରେ ସବୁ ଠିକ୍‌ ତଥ୍ୟ ଉପସ୍ଥାପନ କରିବାକୁ କମ୍ପାନିକୁ କହିଛି। ତଦନ୍ତରେ ସହଯୋଗ କରିବାକୁ କମ୍ପାନିର ସିଇଓ ଶ୍ରୀ ମେହେଟ୍ଟାଙ୍କୁ କୁହାଯାଇଛିି। ତେବେ ‘ସେବି’ର ଅଭିଯୋଗକୁ ରାଜେଶ ଏକ୍ସପୋର୍ଟସ୍‌ ଖଣ୍ଡନ କରିବା ସହ ପ୍ରକାଶିତ ରାଜସ୍ବ ତଥ୍ୟ ସମ୍ପୂର୍ଣ୍ଣ ଠିକ୍‌ ବୋଲି କୁହାଯାଇଛି। ସେବିକୁ ୪୦୦ ଜିବି ସମ୍ବଳିତ ତଥ୍ୟ ପ୍ରଦାନ କରାଯାଇଛି। ଏହି ତଥ୍ୟ ସେବିକୁ ଦ୍ବନ୍ଦ୍ବରେ ପକାଇଥାଇପାରେ। ଆର୍ଥିକ ଅନିୟମିତତା ଅଭିଯୋଗ ଆଣି ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିବା ପୂର୍ବରୁ ସେବି ସେହି ତଥ୍ୟକୁ ସଂପୂର୍ଣ୍ଣ ଭାବେ ଅନୁଧ୍ୟାନ କରିଥାଇ ନପାରେ। କମ୍ପାନିର ରାଜସ୍ବ ଓ ମୋଟ ଲାଭ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ ଭୁଲ୍‌ ବୁଝାମଣା ହୋଇଥାଇ ପାରେ। ସେବି ୧୫.୫ ଲକ୍ଷ କୋଟି ଟଙ୍କାର ଯେଉଁ ଅନିୟମିତତା ପ୍ରସଙ୍ଗ ଉଠାଇଛନ୍ତି ତାହା ଗତ ୫ ବର୍ଷର ମୋଟ ରାଜସ୍ବ ଏବଂ ଏହାର ସଂଖ୍ୟାର କୌଣସି ବଢ଼ାଚଢ଼ା ପ୍ରଦର୍ଶନକୁ ସୂଚିତ କରୁନାହିଁ ବୋଲି ଶ୍ରୀ ମେହେଟ୍ଟା କହିଛନ୍ତି। 

'SEBI' chief Tuhin Kant Pandey: ଆସୁଛନ୍ତି ‘ସେବି’ ମୁଖ୍ୟ ତୁହିନକାନ୍ତ ପାଣ୍ଡେ

ଏହି ଘଟଣାରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)କୁ କଂଗ୍ରେସ ଟାର୍ଗେଟ୍‌ କରିଛି। ରାଜେଶ ଏକ୍ସପୋର୍ଟସ୍‌ ଭଳି କମ୍ପାନିର ୧୦.୮ ପ୍ରତିଶତ ସେୟାରକୁ ଏଲ୍‌ଆଇସି କିଣିଛି। ଏଭଳି ଏକ କମ୍ପାନିର ଏତେ ସେୟାରକୁ କିଣିବା ପଛର ଅଭିପ୍ରାୟ ବିଷୟରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରଶ୍ନ କରିଛନ୍ତି। ଶାସକ ଦଳର ଇଙ୍ଗିତରେ ଏଲ୍‌ଆଇସି ସେହି ନିବେଶ କରିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜେଶ ଏକ୍ସପୋର୍ଟସ୍‌ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେଲେ ତାହା ହେବ ଭାରତୀୟ କର୍ପୋରେଟ୍‌ ଜଗତର ସବୁଠୁ ବଡ଼ ଠକେଇ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।