Lilamaya: ଲାଗିଲା ଲୀଳାମୟଙ୍କ ଲୀଳା: ‘ସେବା ପାଇନୁ, ଦିବ୍ୟ ସେବାର ଅନୁଭବ ଲଭିଛୁ’
"ପୁରୀ: ମହାପ୍ରଭୁଙ୍କ ଜ୍ବର ଜର୍ଜରିତ ଶରୀରକୁ ଘଷା ମୋଡ଼ା କରି ଉପଶମ କରୁଛନ୍ତି ଦଇତାପତି ସେବକ।
ଏକୋଇଶିଆ ପିଲାଙ୍କଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା ନିମଜ୍ଜିତ ହୋଇଛନ୍ତି।
ଦଇତାପତିମାନେ ସେବା ଦେବାକୁ ଘରୁ ଆରମ୍ଭ କରୁଥିବା ପ୍ରସ୍ତୁତିଠୁ ନେଇ ଫେରିବା ପର୍ଯ୍ୟନ୍ତ, ସେମାନଙ୍କ ସେବାରେ ନିୟୋଜିତ ହେଉଛନ୍ତି ଘରର ମହିଳା ସଦସ୍ୟା।
ମା" ହୁଅନ୍ତୁ ଅବା ପତ୍ନୀ, ଭଉଣୀ ହୁଅନ୍ତୁ ଅବା ଝିଅ।
ଉଷାକାଳରୁ ଉଠି ଚୁଲି ଲିପି ପ୍ରସ୍ତୁତ କରୁଛନ୍ତି ହବିଷ୍ୟାନ୍ନ।
କେବେ ଚୁଲିର ଧାର ଧାରୁନଥିବା ମହିଳାମାନେ ମଧ୍ୟ ଚୁଲି ଧୂଆଁର କୋପ ସହୁଛନ୍ତି।
କେହି କେହି ଗ୍ୟାସର ବ୍ୟବହାର କରୁଥିଲେ ହେଁ ମାଟି ପାତ୍ରରେ ରୋଷେଇ କରନ୍ତି।
ଶ୍ରୀମନ୍ଦିରରେ ସେବା ଦେବାର ଅଧିକାର ପାଇନଥିଲେ ହେଁ ମାସଯାକ ସେଇ ହବିଷ୍ୟାନ୍ନ ଖାଇ ଶୁଦ୍ଧ ପୂତ ଜୀବନ ଜୀଉଁଛନ୍ତି।
ମହାପ୍ରଭୁଙ୍କୁ ଘଷାମୋଡ଼ା କରି ଫେରୁଥିବା ସ୍ବାମୀ, ପୁଅ, ଭାଇ, ବାପାମାନଙ୍କର ଦେହ ଘଷି ମୋଡ଼ି ଦେଉଛନ୍ତି।
ପ୍ରଚ୍ଛଦପଟ୍ଟରେ ରହି ସେବା ଦେଉଥିବା ମହିଳା ସଦସ୍ୟାଙ୍କର ଭୂମିକା ଘର ଭିତରେ ସୀମିତ ରହୁଥିଲେ ହେଁ ସେମାନଙ୍କଠୁ ଢେର ଅଧିକ ବୋଲି ସ୍ବୀକାର କରନ୍ତି ଦଇତାପତି ସେବକବୃନ୍ଦ।
ଦଇତାପତି ଘରର ମହିଳାମାନେ କୁହନ୍ତି, ଆମେ ସିନା ମହାପ୍ରଭୁଙ୍କୁ ସେବା ଦେଉନାହୁଁ, କିନ୍ତୁ ଆମ ଘରୁ ସେବା ଦେବାକୁ ଯାଉଥିବା ପୁରୁଷ ସଦସ୍ୟମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା କରି ଫେରିବା ପରେ ତାଙ୍କ ସେବା କରି ଦିବ୍ୟ ସେବାର ଅନୁଭବ ଲାଭ କରୁଛୁ।
Advertisment Weekly Horoscope 2026 July 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ ଦଇତାପତିଙ୍କ ସେବା ପଛରେ ପରିବାରର ମହିଳା ଏକବସ୍ତ୍ରୀ ହୋଇ ସେବା ଦେଉଛନ୍ତି ଦଇତାପତି ସ୍ନାନପୂର୍ଣ୍ଣିମାଠାରୁ ଆଷାଢ଼ ଅମାବାସ୍ୟା ଯାଏ ଠାକୁରଙ୍କୁ ଅଣସର ଗୁପ୍ତ ସେବା ଯୋଗାଇ ଦେବା ଯାଏ ଖାଲି ସେବା ସୀମିତ ରୁହେନାହିଁ, ବରଂ ନୀଳାଦ୍ରି ବିଜେରେ ରଥରୁ ମହାପ୍ରଭୁଙ୍କୁ ନେଇ ରତ୍ନ ସିଂହାସନରେ ପହଞ୍ଚାଇବା ପର୍ଯ୍ୟନ୍ତ ସେବା ଦିଅନ୍ତି ଦଇତାପତି ସେବକ।
ଶ୍ରୀମନ୍ଦିରରେ ଏହା ଏକମାତ୍ର ଗୋଷ୍ଠୀଗତ ସେବା।
ଅର୍ଥାତ ଏକକାଳୀନ ଶତାଧିକ ଦଇତାପତି ସେବକ ଅଣସର ଗୃହରେ ଗୋଷ୍ଠୀଗତ ଭାବେ ସେବା ଯୋଗାଇଥାଆନ୍ତି।
ଦଇତାପତି ସେବକ ଅମିତ ଦାସ ମହାପାତ୍ରଙ୍କ କହିବା ଅନୁଯାୟୀ, ସେମାନଙ୍କର ସେବା ଆରମ୍ଭ ହେଲେ ପୁରୀ ବାହାରକୁ ଯାଆନ୍ତି ନାହିଁ।
ବାହାରୁ ଖାଦ୍ୟ ଗ୍ରହଣ କରନ୍ତି ନାହିଁ।
ପାଣି ଟୋପେ ମଧ୍ୟ ପିଅନ୍ତି ନାହିଁ।
ଗୋଟେ ଓଳା ହବିଷ୍ୟାନ୍ନ ଖାଇ ସେବା ଯୋଗାଇବାର ପରମ୍ପରାକୁ ଅନୁକରଣ କରନ୍ତି ବୋଲି କହିଛନ୍ତି।
Weekly Horoscope 2026 July 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ ଦଇତାପତି ସେବକ କୀର୍ତ୍ତି ଦାସ ମହାପାତ୍ରଙ୍କ କହିବା ମୁତାବକ, ମହାପ୍ରଭୁ ଏକବସ୍ତ୍ରୀ ହୋଇ ଧଳା ଲୁଗାଟିଏ ପିନ୍ଧିଥାଆନ୍ତି।
କୌଣସି ସୁନା ରୁପା ଅଳଙ୍କାର ପିନ୍ଧନ୍ତି ନାହିଁ।
ଯେପରି ମଣିଷର ଦେହ ଖରାପ ହେଲେ ସେ ନିଜ ଶରୀରକୁ ହାଲକା ରଖିବାକୁ ଇଚ୍ଛା କରେ, ମହାପ୍ରଭୁ ମଧ୍ୟ ସେଇଭଳି।
ଆମେ ମଧ୍ୟ କୌଣସି ଅଳଙ୍କାର ନପିନ୍ଧି ଏକବସ୍ତ୍ରୀ ହୋଇ ସେବା ଦେଇଥାଉ।
ମଣିଷ ଦେହ ଖରାପ ହେଲେ ଯେପରି ନିରୋଳା, ଅନ୍ଧାରରେ ରହିବାକୁ ପସନ୍ଦ କରେ ମହାପ୍ରଭୁଙ୍କ କ୍ଷେତ୍ରରେ ମଧ୍ୟ ଏହା ପାଳିତ ହୋଇଥାଏ।
ଦୁନିଆର ଦୁଃଖ କଷ୍ଟ ଲାଘବ କରୁଥିବା ମହାପ୍ରଭୁ ଯେ ମାନବୀୟ ଲୀଳା ସଂରଚନା ପୂର୍ବକ ଜ୍ବର ପୀଡ଼ା ପାଉଛନ୍ତି।
ତେଣୁ ଯେବେ ମହାପ୍ରଭୁଙ୍କ ଅସୁସ୍ଥ ହୋଇଛନ୍ତି, ସେଇ ସମୟରେ ଆମେ ମହାପ୍ରଭୁଙ୍କ ପାଖେ ପାଖେ ରହି ସେବା ଦେବା ହିଁ ସବୁଠୁ ଆପଣାର ପଣ ଅନୁଭବ ଦେଉଛି।
କୁହାଯାଏ ବିପଦ ବେଳରେ ଛିଡ଼ା ହେଉଥିବା ବ୍ୟକ୍ତି ହିଁ ପ୍ରକୃତ ବନ୍ଧୁ।
ତେଣୁ ଆମେ ମଧ୍ୟ ଭାଇଟିଏ ଭଳି ମହାପ୍ରଭୁଙ୍କୁ ସେବା ଦେଉଛୁ ବୋଲି ସେ କହିଛନ୍ତି।"