lightning strike ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ, ଦୁଇ ବଳଦର ଜୀବନ ଗଲା
"ରାଇରଙ୍ଗପୁର/ଗୋରୁମହିଷାଣୀ: ରବିବାର ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
ଏହା ସହ ଜଣେ ଚାଷୀଙ୍କ ଦୁଇଟି ବଳଦ ମଧ୍ୟ ଜୀବନ ଯାଇଚି।
ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଝୁଲଣ ଗ୍ରାମରେ।
ଗତକାଲି ସନ୍ଧ୍ୟା ସମୟରେ ଉକ୍ତ ଗ୍ରାମର ବାହାଦୁର ନାଏକଙ୍କ ଅବିବାହିତା ଝିଅ ସୁନ୍ଦରୀ ନାଏକ (୪୫) ଶୌଚରୁ ଘରକୁ ଫେରୁଥିଲେ।
ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା।
ବଜ୍ରାଘାତରେ ସୁନ୍ଦରୀଙ୍କ ମୃତ୍ୟୁ ଘଟିଥିଲା।
ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପଠାଇଥିଲା।
ସେଠାରେ ଶବ ଵେବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।
ଏନେଇ ନଂ୭/୨୬ ରେ ଏକ ଅପମୃତ ମାମଲା ରୁଜୁ କରିଛି।
Advertisment ସେହିପରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବାଲିଆଢ଼ିପା ଗ୍ରାମର ପର୍ଶୁ ସୋରେନର ପୁତ୍ର ମାସାଙ୍ଗ ସୋରେନ ନିଜର ବଳଦ ଦୁଇଟିକୁ ଘର ଅଗଣାରେ ଥିବା ଏକ ବାଉଁଶ ବୁଦାରେ ବାନ୍ଧି ଥିବା ବେଳେ ଅଚାନକ ପ୍ରବଳ ଘଡ ଘଡି ସହ ବଜ୍ରପାତ ହୋଇଥିଲା।
ଏଥିରେ ଦୁଇ ବଳଦ ଘଟଣା ସ୍ଥଳରେ ବନ୍ଧା ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ଘଟଣାରେ ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି।
"