Lightning Strike ବଜ୍ରପାତରେ ମହିଳା କୃଷି ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

Aug 09, 2026 - 18:57
Lightning Strike ବଜ୍ରପାତରେ ମହିଳା କୃଷି ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

"ଗରଦପୁର(ନବଘନ ନାୟକ): ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ଗ୍ରାମରେ ଆଜି (ରବିବାର) ମଧ୍ୟାହ୍‌ଣରେ ବ୍ରଜପାତ ଘଟି  ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ଅନ୍ୟ ଜଣେ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

ମୃତ ମହିଳା ହେଉଛନ୍ତି ଗରଦପୁର ଗ୍ରାମର ଶୁକଦେବ ମଲ୍ଲିକଙ୍କ ପତ୍ନୀ ଟିକି  ମଲ୍ଲିକ(୪୭) ।

Advertisment lightning death ବଜ୍ରପାତରେ ଜଣେ ମୃତ, ୨ ଗୁରୁତର ଟିକି ଗ୍ରାମର ବାଇଶିଢ଼ିଆ ଚକରେ ଥିବା ଏକ ବିଲରେ ଧାନତଳି ଓପାଡୁଥିବା ସମୟରେ ବଜ୍ରପାତ ଘଟିଥିଲା।

ଫଳରେ ସେଠାରେ ହିଁ ସେ ଟଳି ପଡ଼ିଥିଲେ।

ଖବର ପାଇ ପରିବାର ଲୋକ ତାଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାପରେ ତାଙ୍କ ମରଶରୀରକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

Lightning Strike ବଜ୍ରାଘାତରେ ଯୁବ ଚାଷୀ ମୃତ  ଅପରପକ୍ଷରେ, ଆହତ ହୋଇଥିବା ଅନ୍ୟ ଜଣେ ମହିଳା ଶ୍ରମିକ ସୁଲୋଚନା ସେଠୀ ଗୁରୁତର ଆହତ ହୋଇଥିବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ବୋଲି ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଶାନ୍ତ କୁମାର ଜେନା ସୂଚନା ଦେଇଛନ୍ତି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media