Legendary footballer: ୧୩ କିଂବଦନ୍ତି ଫୁଟ୍‌ବଲର୍‌ଙ୍କ ଶେଷ ବିଶ୍ବକପ୍‌!

Jun 14, 2026 - 08:39
Legendary footballer: ୧୩ କିଂବଦନ୍ତି ଫୁଟ୍‌ବଲର୍‌ଙ୍କ ଶେଷ ବିଶ୍ବକପ୍‌!

"ଆମେରିକା, ମେକ୍ସିକୋ ଓ କାନାଡାରେ ହେବାକୁ ଥିବା ଆଗାମୀ ଫିଫା ବିଶ୍ବକପ୍‌ ବିଶ୍ବର ପ୍ରାୟ ୧୩ କିଂବଦନ୍ତି ଖେଳାଳିଙ୍କ ଶେଷ ବିଶ୍ବକପ୍‌ ହୋଇପାରେ।

ଏମାନଙ୍କ ମଧ୍ୟରୁ କେତେକ ଏକାଧିକ ବିଶ୍ବକପ୍‌ ଖେଳିବା ସହ ନିଜ ନିଜ ଜାତୀୟ ଦଳର ନେତୃତ୍ବ ନେଇଛନ୍ତି।

କେତେକ ବିଶ୍ବକପ୍‌ ଜିତିବାରେ ସଫଳ ମଧ୍ୟ ହୋଇଛନ୍ତି ଓ ଆଉ କେତେକଙ୍କ ପାଇଁ ଏହି ସ୍ବପ୍ନ ଏବେ ବି ଅଧୁରା ରହିଛି।

ଏହି ତାଲିକାର  ଶୀର୍ଷରେ ରହିଛନ୍ତି ଆର୍ଜେଣ୍ଟିନା ତାରକା ଲିଓନେଲ୍‌ ମେସି।

୩୯ ବର୍ଷରେ ପଦାର୍ପଣ କରିସାରିଥିବା ମେସିଙ୍କର ଏହା ହେବ ଷଷ୍ଠ ବିଶ୍ବକପ୍‌।

୨୦୨୨ କତର ବିଶ୍ବକପ୍‌ ବିଜୟୀ ହେବା ସହ ସେ ନିଜ କ୍ୟାରିୟର୍‌ର ସର୍ବୋଚ୍ଚ ସଫଳତା ହାସଲ କରିସାରିଛନ୍ତି।

ଆସନ୍ତା ୨୦୩୦ ବିଶ୍ବକପ୍‌ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିବ ଓ ସେ ଖେଳିବା ସମ୍ଭାବନା କମ୍‌।

ଏଣୁ ଚଳିତ ଥରର ବିଶ୍ବକପ୍‌ ବିଶ୍ବ ଫୁଟ୍‌ବଲ୍‌ର ଅନ୍ୟତମ ମହାନ ଖେଳାଳିଙ୍କ ଶେଷ ବିଶ୍ବକପ୍‌ ହୋଇପାରେ।

Advertisment BJD: ଓଡ଼ିଆ ଭାଷାର ପ୍ରସାର ପାଇଁ ନିରନ୍ତର କାର୍ଯ୍ୟ କରୁଥିଲେ ନବୀନ ପଟ୍ଟନାୟକ: ବିଜେଡି ମେସିଙ୍କ ପରି ଆଉ ଜଣେ ଲୋକପ୍ରିୟ ଫୁଟ୍‌ବଲର୍‌ ହେଲେ କ୍ରିଷ୍ଟିଆନୋ ରୋନାଲ୍‌ଡୋ।

୪୧ ବର୍ଷରେ ପଦାର୍ପଣ କରିଥିବା ରୋନାଲ୍‌ଡୋଙ୍କର ମଧ୍ୟ ଏହା ଷଷ୍ଠ ବିଶ୍ବକପ୍‌।

କିନ୍ତୁ ତାଙ୍କର ବିଶ୍ବ ବିଜୟ ସ୍ବପ୍ନ ସାକାର ହୋଇନାହିଁ।

ଆସନ୍ତା ବିଶ୍ବକପ୍‌ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିବ, ଏଣୁ ଏଥର ବିଶ୍ବକପ୍‌ ତାଙ୍କର ଶେଷ ସଂସ୍କରଣ ହୋଇପାରେ।

ଏଥର ବିଶ୍ବକପ୍‌ ଜିତି ସେ ନିଜ କ୍ୟାରିୟରର ଅଧୁରା ସ୍ବପ୍ନ ପୂରଣ କରିବାକୁ ଉଦ୍ୟମ କରିବେ।

Lightning dead: ଭଦ୍ରକରେ ବଜ୍ରପାତ, ୨୫ ବର୍ଷରେ ୧୪୪ ମୃତ ଜର୍ମାନୀର ମାନୁଏଲ୍‌ ନିଉର୍‌ଙ୍କୁ ବିଶ୍ବ ଫୁଟ୍‌ବଲ୍‌ର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଗୋଲ୍‌ କିପର୍‌ ମାନ୍ୟତା ପ୍ରଦାନ କରାଯାଇଥାଏ।

ପୂର୍ବରୁ ଅବସର ନେଇ ପୁଣି ଫେରିଥିବା ନିଉର୍‌ଙ୍କର ଏହା ପଞ୍ଚମ ବିଶ୍ବକପ୍‌।

୨୦୧୪ରେ ତାଙ୍କ ବିଶ୍ବକପ୍‌ ବିଜୟ ସ୍ବପ୍ନ ସାକାର ହୋଇସାରିଛି ଓ ସେହି ବିଶ୍ବକପ୍‌ରେ ସେ ଗୋଲ୍ଡେନ୍‌ ଗ୍ଲୋଭ୍‌ସ ପୁରସ୍କାର ମଧ୍ୟ ପାଇଥିଲେ।

୪୦ ବର୍ଷୀୟ ନିଉର୍‌ଙ୍କ ଏହା ଶେଷ ବିଶ୍ବକପ୍‌ ହୋଇପାରେ।

ବ୍ରାଜିଲ୍‌ର ନେମାର୍‌ ଜୁନିଅର୍‌ଙ୍କର ବୟସ ୩୪ ବର୍ଷ ହୋଇଥିଲେ ବି ସେ ପୂର୍ବରୁ ଏକାଧିକ ଥର ସଂକେତ ଦେଇସାରିଛନ୍ତି ଯେ ଏହା ତାଙ୍କର ଶେଷ ବିଶ୍ବକପ୍‌ ହେବ।

ଏମାନଙ୍କ ବ୍ୟତୀତ ଇଜିପ୍ଟର ମହମ୍ମଦ ସାଲା, ମେକ୍ସିକୋର ଗୁଲେର୍ମୋ ଓଛା, ଆର୍ଜେଣ୍ଟିନାର ନିକୋଲାସ ଓଟାମେଣ୍ଡି, ବ୍ରାଜିଲ୍‌ର କାସେମିରୋ, ନେଦରଲାଣ୍ଡସ୍‌ର ଭିଜିଲ୍‌ ଭାନ୍‌ ଡିଜିକ୍‌, କଲମ୍ବିଆର ଜେମ୍ସ ରଡ୍ରିଗ୍ସ, ଦକ୍ଷିଣ କୋରିଆର ସୋଙ୍ଗ୍‌ ହ୍ୟୁଙ୍ଗ ମିନ୍‌, ବୋସନିଆ ଆଣ୍ଡ୍‌ ହର୍ଜିଗୋଭିନାର ଏଡିନ୍‌ ଡିଜେକୋ, କ୍ରୋଏସିଆର ଲୁକା ମୋଡ୍ରିକ୍‌ ଆଦି ଲୋକପ୍ରିୟ ଖେଳାଳିଙ୍କର ଏହା ଶେଷ ବିଶ୍ବକପ୍‌ ହୋଇପାରେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।