Leaders: ବିଶ୍ୱର ବଡ଼ ବଡ଼ ନେତା କ’ଣ ଖାଇବାକୁ ପସନ୍ଦ କରନ୍ତି?
"ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶମାନଙ୍କର ରାଷ୍ଟ୍ରମୁଖ୍ୟମାନେ ଅନ୍ତର୍ଜାତୀୟ ମଞ୍ଚରେ ଯେତିକି ଗାମ୍ଭୀର୍ଯ୍ୟପୂର୍ଣ୍ଣ ଏବଂ କଠିନ ନିଷ୍ପତ୍ତି ନେଇଥା"ନ୍ତି, ସେମାନଙ୍କର ବ୍ୟକ୍ତିଗତ ଜୀବନ ସେତିକି ରୋଚକ।
ବିଦେଶୀ ଗସ୍ତବେଳେ ବଡ଼ ବଡ଼ ରାଜକୀୟ ଭୋଜି ଦେଖିବାକୁ ମିଳୁଥିଲେ ମଧ୍ୟ, ଯେତେବେଳେ ଏହି ନେତାମାନଙ୍କର ବ୍ୟକ୍ତିଗତ ପସନ୍ଦ କଥା ଆସେ, ସେତେବେଳେ ସେମାନଙ୍କର ଖାଦ୍ୟାଭାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ।Advertisment ଆହୁରି ପଢନ୍ତୁ :Taiwan: ଆମେରିକୀୟ ଜେନେରାଲ ବାର୍ଷିକ ସାମରିକ ଅଭ୍ୟାସ ପର୍ଯ୍ୟବେକ୍ଷଣ ପାଇଁ ଆସିଥାନ୍ତି ତାଇୱାନ: ଗୁପ୍ତ ତଥ୍ୟ ପ୍ରକାଶ ୧.
ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର କଠୋର ଜୀବନଶୈଳୀ ଏବଂ ଫିଟନେସ୍ ପାଇଁ ଜଣାଶୁଣା।
୭୦ ବର୍ଷରୁ ଅଧିକ ବୟସରେ ମଧ୍ୟ ତାଙ୍କ ଶକ୍ତିର ରହସ୍ୟ ହେଉଛି ତାଙ୍କର ଶୁଦ୍ଧ ଶାକାହାରୀ ଏବଂ ହାଲୁକା ଖାଦ୍ୟ।
ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପସନ୍ଦ ହେଉଛି ପାରମ୍ପରିକ ଖେଚୁଡ଼ି ।
ଏହାଛଡ଼ା ସକାଳ ଜଳଖିଆରେ ଖମନ ଢୋକଲା, ଫାଫଡ଼ା-ଜଲେବୀ ଏବଂ ସଜନା ଛୁଇଁ ପରଟା ତାଙ୍କର ଅତ୍ୟନ୍ତ ପ୍ରିୟ।
ଆହୁରି ପଢନ୍ତୁ :B Harish: ୧୩ ଲକ୍ଷ ଅନୁଗାମୀ, ୫ ବର୍ଷର ପରିଶ୍ରମ ଓ ଗୋଟିଏ ଭିଡିଓ....
ଫାଇନାନ୍ସ ଇନଫ୍ଲୁଏନ୍ସର୍ଙ୍କ ରହସ୍ୟମୟ ମୃତ୍ୟୁ ୨.
ଡୋନାଲ୍ଡ ଟ୍ରମ୍ପଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଖାଦ୍ୟାଭାସ ଜଣେ ସାଧାରଣ ଯୁବକ କିମ୍ବା ପିଲାଙ୍କ ପରି ରହିଛି।
ତାଙ୍କୁ ମହଙ୍ଗା ବ୍ୟଞ୍ଜନ ଅପେକ୍ଷା ଆମେରିକୀୟ ଫାଷ୍ଟ ଫୁଡ୍ ଅଧିକ ଭଲ ଲାଗେ।
ମ୍ୟାକଡୋନାଲ୍ଡ୍ସର ବର୍ଗର, ଫ୍ରାଏଜ୍ ଏବଂ କେଏଫ୍ସିର ଚିକେନ୍ ତାଙ୍କର ଅତି ପସନ୍ଦ।
ଏହାବ୍ୟତୀତ ସେ ମିଠାରେ ଚକୋଲେଟ୍ କେକ୍, ଅଧିକ ଭାନିଲା ଆଇସ୍ କ୍ରିମ୍ ଏବଂ ଦିନସାରା ପ୍ରାୟ ଏକ ଡଜନ ଡାଏଟ୍ କୋକ୍ ପିଇବା ପାଇଁ ଜଣାଶୁଣା।
ଆହୁରି ପଢନ୍ତୁ :Pakistan: ମୁନିରଙ୍କ କ୍ଷମତା ବୃଦ୍ଧି ପାଇବା ଯୋଗୁଁ ଆମେରିକା ଏବଂ ୟୁରୋପ ପଳାଇଛନ୍ତି ସରକାରୀ ଅଧିକାରୀ: ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଖୋଲି କହିଲେ ୩.
ଭ୍ଲାଦିମିର ପୁଟିନରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର କଠୋର ଶାରୀରିକ ଶୃଙ୍ଖଳା ପାଇଁ ବିଶ୍ୱବିଖ୍ୟାତ।
ସେ ତେଲିଆ ଖାଦ୍ୟ ଏବଂ ମିଠାରୁ ବହୁ ଦୂରରେ ରୁହନ୍ତି।
ସକାଳେ ଦଲିଆ, ରୁଷିଆନ୍ କଟେଜ୍ ଚିଜ୍ ଏବଂ ମହୁ ଖାଆନ୍ତି।
ତେବେ ଏତେ କଠୋର ଅନୁଶାସନ ଭିତରେ ବି ପୁଟିନଙ୍କର ଗୋଟିଏ ଦୁର୍ବଳତା ହେଉଛି ତାଙ୍କର ସବୁଠାରୁ ପ୍ରିୟ 'ପିସ୍ତା ଆଇସ୍କ୍ରିମ୍'।
ଆହୁରି ପଢନ୍ତୁ :Good Job: ମାସକୁ ଲକ୍ଷେ ଟଙ୍କା ଦରମା, ତଥାପି ଚଲାଉଛନ୍ତି ରାପିଡୋ ବାଇକ୍!
୪.
ସି ଜିନପିଙ୍ଗଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ପୂର୍ଣ୍ଣ ଭାବରେ ନିଜର ପାରମ୍ପରିକ ଚାଇନିଜ୍ ଖାଦ୍ୟ ସହିତ ଜଡ଼ିତ।
ତାଙ୍କୁ ଚାଇନିଜ୍ ଷ୍ଟିମ୍ଡ୍ ବନ୍ (ଚିକେନ୍, ପନିପରିବା ଭର୍ତ୍ତି ଥାଏ) ଖାଇବାକୁ ସବୁଠାରୁ ଅଧିକ ଭଲ ଲାଗେ।
ଏହାବ୍ୟତୀତ ସେ ପାରମ୍ପରିକ ଚାଇନିଜ୍ ଡମ୍ପଲିଂସ ମଧ୍ୟ ବେଶ୍ ପସନ୍ଦ କରନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
