Landslide Management ଭୂସ୍ଖଳନ ମୁକାବିଲା ପାଇଁ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର

Nov 19, 2026 - 19:14
Landslide Management ଭୂସ୍ଖଳନ ମୁକାବିଲା ପାଇଁ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର

ଭୁବନେଶ୍ୱର: ରାଜ୍ୟର ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ଦେଖାଦେଉଥିବା ଭୂସ୍ଖଳନ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଓଡ଼ିଶା ଓ ଉତ୍ତରାଖଣ୍ଡ ମିଳିତ ଭାବେ କାର୍ଯ୍ୟ କରିବେ।

ଏନେଇ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସଡମା) ଏବଂ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ୟୁଏସଡିଏମଏ) ମଧ୍ୟରେ ଖୁବ୍‌ଶୀଘ୍ର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହେବ।

ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ଓ ଥଇଥାନ ସଚିବ ବିନୋଦ କୁମାର ସୁମନ ଏବଂ ଓସଡମା ଉପଦେଷ୍ଟା ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଆଲୋଚନାରେ ଏହି ସହମତି ପ୍ରକାଶ ପାଇଛି।

Advertisment Landslide Fears: ଭୂସ୍ଖଳନ ଭୟ: ଜିଲ୍ଲାପାଳଙ୍କୁ ଭେଟି ଥଇଥାନ ପାଇଁ ନେହୁରା ହେଲେ ବଲିଙ୍ଗିଆ ଓ ବାଙ୍ଗୁରୀ ବାସିନ୍ଦା ଡକ୍ଟର କମଳ ଲୋଚନ ମିଶ୍ରଙ୍କ ନେତୃତ୍ବରେ ଓସଡମାର ଏକ ବିଶେଷଜ୍ଞ ଦଳ ଡେରାଡୁନ୍‌ସ୍ଥିତ ଉତ୍ତରାଖଣ୍ଡ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (ୟୁଏସଡିଏମଏ) ପରିଦର୍ଶନ କରିଛନ୍ତି।

ଏହି ଅବସରରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପରାମର୍ଶଦାତା କମିଟିର ଉପାଧ୍ୟକ୍ଷ ବିନୟ ରୁହେଲା ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ରଘୁବୀର ସିଂହ ଭଣ୍ଡାରୀ (ଅବସରପ୍ରାପ୍ତ) ଉପସ୍ଥିତ ଥିଲେ।

ବୈଠକରେ ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେଉଥିବା ଭୂସ୍ଖଳନ ପ୍ରଶମନ, ବିପଦ ଆକଳନ, ନିରୀକ୍ଷଣ, ଆଗୁଆ ସତର୍କତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଓସଡମା ଦଳକୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା।

Gidipabali Landslide Rescue Operation ବନ୍ଦ ହେଲା ଗିଡ଼ିପାବାଲି ଭୂସ୍ଖଳନରେ ୬ ନିଖୋଜମାନଙ୍କ ଉଦ୍ଧାର କାର୍ଯ୍ୟ ଡକ୍ଟର ମିଶ୍ର କହିଛନ୍ତି ଯେ, ନିକଟରେ ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ବନ୍ୟା ଗଞ୍ଜାମ , ଗଜପତି , କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।

ଏହି ଅଞ୍ଚଳଗୁଡ଼ିକରେ ଭୂସ୍ଖଳନ ଏବେ ଏକ ନୂଆ ଆହ୍ବାନ ଭାବେ ଉଭା ହୋଇଛି।

ଭୂସ୍ଖଳନ ପରିଚାଳନାରେ ଉତ୍ତରାଖଣ୍ଡ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ସେଠାକାର ଅଭିଜ୍ଞତା, ବୈଷୟିକ ଦକ୍ଷତା ଓ ନୂତନ ଉଦ୍ଭାବନ ଓଡ଼ିଶା ପାଇଁ ଅତ୍ୟନ୍ତ ଉପଯୋଗୀ ହେବ।

ଓସଡମା ଦଳ ଏହାକୁ ଅନୁଧ୍ୟାନ କରି ଓଡ଼ିଶାର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବ।

Land slide: ରଖେ ହରି ମାରେ କିଏ: ଭୂସ୍ଖଳନରେ ନିଖୋଜ ଶିକ୍ଷକ ୧୪ ଦିନ ପରେ ଉଦ୍ଧାର ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ବିନୋଦ କୁମାର ସୁମନ କହିଛନ୍ତି ଯେ, ଉଭୟ ଓଡ଼ିଶା ଓ ଉତ୍ତରାଖଣ୍ଡ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ପରସ୍ପର ମଧ୍ୟରେ ଜ୍ଞାନ, ଅଭିଜ୍ଞତା ଓ ପ୍ରଯୁକ୍ତିବିଦ୍ୟାର ବିନିମୟ ଅତ୍ୟନ୍ତ ଜରୁରୀ।

ଏହି ପଦକ୍ଷେପକୁ ସ୍ବାଗତ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ରାଜ୍ୟର ଅଭିଜ୍ଞତା ଓ ଆଧୁନିକ ଜ୍ଞାନକୌଶଳକୁ ଆପଣାଇ ଓଡ଼ିଶାରେ ଏକ ସୁଦୃଢ଼ ଭୂସ୍ଖଳନ ପରିଚାଳନା ବ୍ୟବସ୍ଥା ଗଢ଼ି ତୋଳାଯିବ।

Massive Landslide Destroys ଭୂସ୍ଖଳନରେ ମାଟିରେ ମିଶିଲା ଗଞ୍ଜାମର ଗିଡ଼ିପାବାଲି ଗାଁ, ୧୩ ନିଖୋଜ ଏହି ବୈଠକରେ ୟୁଏସଡିଏମଏର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ପ୍ରଶାସନ) ପ୍ରକାଶ ଚନ୍ଦ୍ର, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (କାର୍ଯ୍ୟାନ୍ବୟନ) ତଥା ଡିଆଇଜି ରାଜକୁମାର ନେଗୀ, ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିନେଶ କୁମାର ପୁନେଠା, ଓସଡମା ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ମିଶ୍ର, ଷ୍ଟ୍ରକ୍ଚରାଲ ମିଟିଗେସନ ବିଶେଷଜ୍ଞ ତଥା ଯନ୍ତ୍ରୀ ସରୋଜ କୁମାର ମହାପାତ୍ର, ରାଜ୍ୟ ପ୍ରକଳ୍ପ ପରିଚାଳକ ମେଘନାଦ ଏବଂ ୟୁଏସଡିଏମଏର ବରିଷ୍ଠ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)