Landslide Fears Return: ବାତ୍ୟା 'ଅକଓ୍ୱାନ୍'କୁ ନେଇ ହାଇଆଲର୍ଟରେ ଓଡ଼ିଶା; ପାହାଡ଼ି ଇଲାକାରେ ଭୂସ୍ଖଳନର ଡର

Nov 19, 2026 - 20:42
Landslide Fears Return: ବାତ୍ୟା 'ଅକଓ୍ୱାନ୍'କୁ ନେଇ ହାଇଆଲର୍ଟରେ ଓଡ଼ିଶା; ପାହାଡ଼ି ଇଲାକାରେ ଭୂସ୍ଖଳନର ଡର

ବାତ୍ୟା 'ଅର୍ଣ୍ଣବ'କୁ ବିତିଛି ମାତ୍ର ୨୪ ଦିନ।

ଭୂସ୍ଖଳନ ପ୍ରବଣ ଇଲାକାରେ ଯେଭଳି ତାଣ୍ଡବ ରଚିଥିଲା, ଆଜି ବି ତା'ର କ୍ଷତ ଶୁଖିନି, ଦଶ ଦଶ ଜଣଙ୍କୁ ହରାଇ ଆଜି ବି କାନ୍ଦୁଛନ୍ତି ଆତ୍ମୀୟ ସ୍ବଜନ।

ଆଉ ଏହି ୨୪ ଦିନର ବ୍ୟବଧାନ ପରେ ଏବେ ଆସୁଛି 'ଅକୱାନ୍'।ସେଥିପାଇଁ ପୁଣି ଥରେ ପାହାଡ଼ିଆଙ୍କ ଛାତି ଥରୁଛି।

କେବଳ ପାହାଡ଼ିଆ କିମ୍ବା ଭୂସ୍ଖଳନ ପ୍ରବଣ ଇଲାକା ଲୋକଙ୍କ ମଧ୍ୟରେ ନୁହେଁ, ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ବି ନିଦ ହଜିଯାଇଛି।

ତେଣୁ ମିଶନ୍ ଜିରୋ କାଜୁଆଲଟି ମୋଡରେ ଏବେ ଚାଲିଛି ମୁକାବିଲା ପ୍ରସ୍ତୁତି।

Advertisment ଆକାଶରେ କଳାହାଣ୍ଡିଆ ମେଘ, ସମୁଦ୍ରରେ ଅଶାନ୍ତ ଢେଉ, ପାହାଡ଼ି ଇଲାକାରେ ଭୂସ୍ଖଳନର ଡର।

ବାତ୍ୟା 'ଅକୱାନ୍'କୁ ନେଇ ହାଇଆଲର୍ଟରେ ଓଡ଼ିଶା।

ଆଉ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ପରାସ୍ତ ପାଇଁ ଗ୍ରାଉଣ୍ଡ ଜିରୋରେ ବଡ଼ ପ୍ରସ୍ତୁତି।

ଫୋକସରେ ଦକ୍ଷିଣ ଓଡ଼ିଶାର ଭୂସ୍ଖଳନ ଇଲାକା।

ବଣ ପାହାଡ଼ ଇଲାକାରେ ହେଲାଣି ମାଇକିଂ...ସିଲ୍ ହେଲାଣି ଘାଟିରାସ୍ତା, ପାହାଡ଼ରୁ ଉଦ୍ଧାର ହେଲେଣି ଲୋକେ।

କାରଣ ବାତ୍ୟା 'ଅର୍ଣ୍ଣବ' ଯାହା କଲା, ଅକୱାନରେ ସେମିତି ନ ହେଉ।

ତେଣୁ ଲୋକେ ବି ତୟାର୍।

କନ୍ଧମାଳ ଜିଲ୍ଲାର ବାତ୍ୟା ଆଶ୍ରୟସ୍ଥଳୀକୁ ନିଜେ ନିଜେ ଆସୁଛନ୍ତି ଭୂସ୍ଖଳନ ପ୍ରବଣ ଇଲାକାର ବାସିନ୍ଦା।

ପ୍ରଶାସନ ପକ୍ଷରୁ ବି ଅଣାଯାଉଛି ସମସ୍ତଙ୍କୁ।

କାରଣ କନ୍ଧମାଳ ଜିଲ୍ଲାରେ ରହିଛି ୮୦ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ।

ତେଣୁ ପିଲାଠୁ ବୟସ୍କ, ପୁରୁଷଠୁ ମହିଳା।

ସମସ୍ତଙ୍କୁ ଉଦ୍ଧାର କରି ୧୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖିବାକୁ ପଣ କରିଛି ପ୍ରଶାସନ।

Advertisment ଏପଟେ ବାତ୍ୟାର ଗତିପଥକୁ ନେଇ ଘନ ଘନ ଖବର, ସେପଟେ ବଣପାହାଡ଼ରେ ସକାଳୁ ସକାଳୁ ଝିପି ବର୍ଷା।

ତେଣୁ କେଉଁଠି ଧସିପାରେ ମାଟି, ଘଟିପାରେ ଭୂସ୍ଖଳନ, ପ୍ରଭାବିତ ହୋଇପାରେ ଜନଜୀବନ।

ତେଣୁ ପାହାଡ଼ିଆ ଜିଲ୍ଲା ଗଜପତି ବି ପ୍ରଶାସନର ରହିଛି ଫୋକସରେ।

ଆଜି ଅପରାହ୍ନ ସୁଦ୍ଧା ୧୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି।

ତାହାରି ଭିତରେ ସବୁଠୁ ଅଧିକ ସମ୍ବେଦନଶୀଳ ଇଲାକା ହେଉଛି ମୋହନା ଏବଂ ଉଦୟଗିରି ବ୍ଲକ।

ମୋହନାରେ ୧୪୭ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୨ ହଜାର ୨୭ ଜଣଙ୍କୁ ଆଣି ରଖାଗଲାଣି।

ଅଗ୍ନିଶମ, ଓଡ଼୍ରାଫ୍, ଏନଡିଆରଏଫ୍ ତୟାର ରହିଛନ୍ତି।

ତେଣେ ଗଜପତି ଜିଲ୍ଲା ଦାୟିତ୍ବରେ ଥିବା IAS ମାନସୀ ନିମ୍ବାଲ ବିଭିନ୍ନ ମାଆ ଗୃହକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଖାଦ୍ୟ ପାନୀୟ ବ୍ୟବସ୍ଥାକୁ ପରଖିଛନ୍ତି।

ସବୁଠୁ ବଡ଼ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କନ୍ଧମାଳ ଜିଲ୍ଲାର ଲାଇଫଲାଇନ୍ କୁହାଯାଉଥିବା କଳିଙ୍ଗାଘାଟି।

ଯେଉଁଠି ବନ୍ଦ ରଖାଯାଇଛି ଗମନାଗମନ।

ସୋରଡ଼ା ଥାନା ଗାଜଲବାଡ଼ି ଗାଁ ନିକଟରେ ବ୍ୟାରିକେଡ୍ ଲଗାଇ ସିଲ୍ କରିଛି ପ୍ରଶାସନ।

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉଭୟ ପଟୁ କାହାରିକୁ ବି ଛଡ଼ାଯାଉନାହିଁ।

ଅର୍ଣ୍ଣବ ବାତ୍ୟାବେଳେ ଭୁସ୍ଖଳନରେ ଯାଇଛି ମୋଟ୍ ୧୦ ଜଣଙ୍କ ଜୀବନ।

ଗଂଜାମ କନ୍ଧମାଳ ସୀମାନ୍ତ ଗିଡ଼ିପାବାଲିରେ ୭ ଏବଂ କନ୍ଧମାଳ ଜିଲ୍ଲାରେ ୩ ଜଣ ପ୍ରାଣ ହରାଇଥିଲେ ଭୁସ୍ଖଳନରେ।

ଚଳିତ ବିଧାନସଭାରେ ତଥ୍ୟ ରଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ବର୍ଷ ୨୦୨୬ ଆରମ୍ଭରୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସହ ବାତ୍ୟା ଅର୍ଣ୍ଣବ ଯାଏଁ ଭୂସ୍ଖଳନରେ ଯାଇଛି ୧୭ ଜୀବନ।

୯୨ ସ୍ଥାନରେ ମାଟି ଧସିଥିଲା।

୩୦ ଜିଲ୍ଲାର ପ୍ରାୟ ୪୨ ଲକ୍ଷ ୬୧ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିଲେ।

୬ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି।

ତେବେ ଏଥର ବି ରାଜ୍ୟ ସରକାରଙ୍କ ଗୋଟିଏ ଲକ୍ଷ୍ୟ ଜିରୋ କାଜୁଆଲିଟି।

ତଥାପି ନିଜ ଜୀବନର ସୁରକ୍ଷା ପାଇଁ ପ୍ରଥମେ ନିଜେ ସତର୍କ ସହ ସଜାଗ ରହିବା ଉଚିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)