Welcome!

Unlock your personalized experience.
Sign Up

Landslide: ଏନ୍‌ଏଚ୍‌-୫୨୦ରେ ଭୂସ୍ଖଳନ: ବାରବାଙ୍କ ଘାଟିରେ ଯାତାୟାତ ପ୍ରଭାବିତ

Aug 25, 2026 - 03:24
Landslide: ଏନ୍‌ଏଚ୍‌-୫୨୦ରେ ଭୂସ୍ଖଳନ: ବାରବାଙ୍କ ଘାଟିରେ ଯାତାୟାତ ପ୍ରଭାବିତ

ବଡ଼ବିଲ/ଗୁଆଲି: କେନ୍ଦୁଝରଜିଲ୍ଲା ରିମୁଳି-ରାଜାମୁଣ୍ଡା ୫୨୦ ନମ୍ବର ଜାତୀୟ ରାଜପଥର ଭଦ୍ରାସାହି ନିକଟସ୍ଥ ବାରବାଙ୍କ ଘାଟିରେ ଭୂସ୍ଖଳନ ହୋଇଛି। ରାସ୍ତାର ଗୋଟିଏ ପାର୍ଶ୍ୱରେ ପାହାଡ଼ରୁ ମାଟି ଅତଡ଼ା ଖସିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଘୁଚାପ ପ୍ରଭାବରେ ଗତକାଲି ଯୋଡ଼ା, ବଡ଼ବିଲ ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଭଦ୍ରାସାହି ପଟୁ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଆଡ଼କୁ ଯାଇଥିବା ୫୨୦ ନମ୍ୱର ଜାତୀୟ ରାଜପଥର ବାମପଟ ରାସ୍ତାରେ ମାଟି ଅତଡ଼ା ଖସି ରାସ୍ତାରେ ଗଦା ହୋଇଥିଲା। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଚାରିଚକିଆ ଓ ଭାରୀଯାନ ଗୁଡ଼ିକ ଉକ୍ତ ରାସ୍ତାରେ ଯାତାୟାତ କରିପାରିନଥିଲା। ଅତଡ଼ା ଖସିବା ସମୟରେ ଏହି ରାସ୍ତା ଦେଇ କୌଣସି ଗାଡ଼ି‌ମୋଟର ଯାଉନଥିବାରୁ କୌଣସି କ୍ଷୟକ୍ଷତି ‌ହୋଇନି। 

Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ

ସୂଚନାଯୋଗ୍ୟ, ଏକ ଘରୋଇ କମ୍ପାନି ପକ୍ଷରୁ ପାଇପ୍‌ଲାଇନ୍ ବିଛାଇବା ପାଇଁ ବାରବାଙ୍କ ଘାଟିର ବିଭିନ୍ନ ସ୍ଥାନକୁ ତାଡ଼ି ଦିଆଯାଇଥିଲା। ପାହାଡ଼ରୁ ଝରିଆସୁଥିବା ବର୍ଷା‌ଜଳ ନିଷ୍କାସନ ବାଧାପ୍ରାପ୍ତ ହେବା ସହ ମାଟି ହାଲୁକା ହୋଇ ଜାତୀୟ ରାଜପଥ ଉପରକୁ ଅଜାଡ଼ି ହୋଇପଡ଼ିଛି। ପୂର୍ବରୁ ଏନେଇ ଏନ୍‌ଏଚ୍‌ଏଆଇ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଥିଲା। ଗତ ୧୭ତାରିଖରେ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ କରାଯାଇଥିବା ଚିଠିରେ ଦର୍ଶାଯାଇଥିଲା ଯେ ୨୦୨୨ରେ ଉକ୍ତ ଘରୋଇ କମ୍ପାନି ୫୨୦ ନମ୍ବର ଜାତୀୟ ରାଜପଥର ୟୁଟିଲିଟି କରିଡରରେ ପାଇପ୍‌ଲାଇନ୍ ବିଛାଇବା ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଇଥିଲା। ଏହା ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁଯାୟୀ ହେବା କଥା। କିନ୍ତୁ ଉକ୍ତ ସଂସ୍ଥା ନିୟମକୁ ବେଖାତିର କରି ରାସ୍ତାର ମୁଖ୍ୟଧାରକୁ ଲାଗି ଗଭୀର ଗର୍ତ୍ତ ଖୋଳୁଛି। ବର୍ଷା ଯୋଗୁଁ ଏହି ଗର୍ତ୍ତଗୁଡ଼ିକରେ ପାଣି ଜମି ରହୁଛି। ଯାହା ରାଜପଥର ସବ୍‌ଗ୍ରେଡ୍‌ ଏବଂ ବନ୍ଧ ମଧ୍ୟକୁ ପଶୁଛି। ଏହାଦ୍ୱାରା ରାସ୍ତାର ତଳଭାଗ ଦୁର୍ବଳ ହୋଇ ହଠାତ୍ ଧସିଯିବାର ବିପଦ ସୃଷ୍ଟି ହୋଇଛି।

CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ

ବିଶେଷକରି ଯୋଡ଼ା ଓ ବାରବାଙ୍କ ଜଙ୍ଗଲ ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ଚିଠିରେ ଦର୍ଶାଯାଇଥିଲା। ଯେକୌଣସି ସମୟରେ ବଡ଼ ଦୁର୍ଘଟଣା ଘଟିପାରେ ବୋଲି ଏନ୍ଏଚ୍‌ଏଆଇ ପକ୍ଷରୁ ସତର୍କ କରାଯାଇଥିଲା। ଖନନ କାର୍ଯ୍ୟ ବନ୍ଦ କରିବା ସହିତ ଉକ୍ତ ସଂସ୍ଥା ବିରୋଧରେ ଥାନାରେ ଏଫ୍ଆଇଆର୍ ଦେବାକୁ ନିବେଦନ କରାଯାଇଥିଲା। ହେଲେ କୌଣସି ପଦ‌କ୍ଷେପ ନିଆଗଲା ନାହିଁ। ଏ ସମ୍ପର୍କରେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ାଙ୍କୁ ପଚାରିବାରୁ, ଘଟଣା ସମ୍ପର୍କରେ ସେ ଅବଗତ ଅଛନ୍ତି। ସ୍ଥିତି ଅନୁଧ୍ୟାନ କରିବାକୁ ବଡ଼ବିଲ ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି। ସେହିପରି ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡାଙ୍କୁ ପଚାରିବାରୁ, ମୃତ୍ତିକା ସଂରକ୍ଷଣ ବିଭାଗ ହିଁ ଭୂସ୍ଖଳନ ସମ୍ପର୍କରେ ସଠିକ ସୂଚନା ଦେଇପାରିବ। ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)