Land mafias: ଜାଲ ବିଛାଇଛନ୍ତି ଜମି ମାଫିଆ: ରାତାରାତି ପ୍ରସ୍ତୁତ ହେଉଛି ନକଲି ଦସ୍ତାବିଜ
ଭୁବନେଶ୍ବର: ଭୁବନେଶ୍ବର କେବଳ ରାଜଧାନୀ ନୁହେଁ, ରାଜ୍ୟରେ ରହୁଥିବା ପ୍ରତିଟି ଲୋକଙ୍କ ପାଇଁ ସ୍ବପ୍ନର ସହର।
ଶିକ୍ଷା, ନିଯୁକ୍ତି, ସ୍ବାସ୍ଥ୍ୟସେବା, ଜୀବନଶୈଳୀ ଓ ଭବିଷ୍ୟତର ସମ୍ଭାବନାକୁ ଦୃଷ୍ଟିରେ ରଖି ଏଠାରେ ନିଜର ଘରଟିଏ କରି ରହିବା ପାଇଁ ଲୋକେ ପ୍ରଥମେ ଭୁବନେଶ୍ବରକୁ ପ୍ରାଥମିକତା ଦେଉଛନ୍ତି।
ଆଉ ଏହାକୁ ସୁଯୋଗ ଭାବି ଜମିମାଫିଆ ଲୋକଙ୍କୁ ଠକିବାକୁ ନୂଆ ଫନ୍ଦି ବାହାର କରୁଛନ୍ତି।
ଜୀବନଯାକର ସଞ୍ଚିତ ଧନ ଚଳୁ କରୁଛନ୍ତି।
ଜମି କିଣିବା ପରେ କାହାକୁ ଘରୁ ବାହାରିବା ପାଇଁ ରାସ୍ତା ମିଳୁନି ତ ଆଉ କିଏ କୋଟି କୋଟି ଟଙ୍କା ଦେଇ ମଧ୍ୟ ପାଉନାହାନ୍ତି।
କେବଳ ସେତିକି ନୁହେଁ, ମାଲିକଙ୍କ ଅଗୋଚରରେ ସେମାନଙ୍କର ନକଲି ଦସ୍ତାବିଜ୍ ପ୍ରସ୍ତୁତ କରି ଜମି ବିକ୍ରି କରି ଦିଆଯାଉଛି।
ସେମାନେ ଏକଥା ଜାଣିବା ବେଳକୁ ଥାନା ଓ କୋର୍ଟ ଚକ୍କର କାଟି ନୟାନ୍ତ ହେଉଛନ୍ତି।
ଅପରପଟେ ଏଭଳି ଜମି ମାଫିଆ ଓ ଦଲାଲଙ୍କୁ ସାବାଡ଼ କରିବା ପାଇଁ କମିସନରେଟ୍ ପୁଲିସ ଏକ ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ନାଁରେ ଏକ ସ୍ବତନ୍ତ୍ର ଦପ୍ତର ଖୋଲିଛି।
ମାତ୍ର ଠକ ଦଲାଲଙ୍କୁ ଚିହ୍ନଟ କରିବା ବା ବାରମ୍ବାର ଠକେଇ କରୁଥିବା ଏହି ମାଫିଆମାନଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଲୋକେ ଠକାମିର ଶିକାର ହେଉଥିବା ଜଣାପଡ଼ିଛି।
Advertisment Teachers protest: ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଗତ ୨ମାସରେ ରାଜଧାନୀରୁ ପ୍ରାୟ ୨୦ରୁ ଅଧିକ ଜମିମାଫିଆ ଗିରଫ ହୋଇଛନ୍ତି।
ଏଥିରେ ନାମୀଦାମୀ ବିଲ୍ଡରଙ୍କଠାରୁ ଆରମ୍ଭ କରି ହାଉସିଂ ପ୍ରକଳ୍ପ ଜରିଆରେ ଜାଗା ବିକ୍ରି କରୁଥିବା ଲୋକାଲ୍ ଦାଦା ରହିଛନ୍ତି।
ପୁଲିସ ଏମାନଙ୍କୁ ବାରାମ୍ବର ଗିରଫ କରୁଛି ସତ, ମାତ୍ର ଜାମିନରେ ମୁକୁଳିବା ପରେ ଏମାନେ ପୁଣି ସମାନ ପନ୍ଥା ଆପଣାଉଛନ୍ତି।
ରାତାରାତି ପ୍ରସ୍ତୁତ ହେଉଛି ନକଲି ଦସ୍ତାବିଜ ୨ମାସରେ ବନ୍ଧା ହୋଇଛନ୍ତି ୨୦ରୁ ଅଧିକ ଠକ ସ୍ପେସାଲ୍ କ୍ରାଇମ ୟୁନିଟର କେବେ ଚେତିବ ଚଳିତ ମାସର କିଛି ପ୍ରମୁଖ ଘଟଣା ସହିଦନଗର ଥାନା ଅଞ୍ଚଳରେ ଏକ ଜମି କିଣାଇଦେବାକୁ କହି ଶ୍ରୀମନ୍ତ କଳସ ଓ ତାଙ୍କ ପତ୍ନୀ ସୌମ୍ୟ ଶୁଭଦର୍ଶିନୀ ଚନ୍ଦ୍ରଶେଖରପୁରରେ ରହୁଥିବା ସୁଧୀର ପାଣିଗ୍ରାହୀଙ୍କୁ ଠକେଇ କରିଥିଲେ।
ତାଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ଦେଢ଼ କୋଟି ଟଙ୍କା ନେଇ ଠକ ଦମ୍ପତି ତାଙ୍କୁ ଧରାଛୁଆଁ ଦେଇନଥିଲେ।
ପ୍ରାୟ ୪ବର୍ଷ କାଳ ଫେରାର୍ ହେବା ପରେ ସୁଧୀରଙ୍କ ଅଭିଯୋଗ କ୍ରମେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେମାନଙ୍କୁ ଗିରଫ କରିଥିଲା।
Tata: ବୋର୍ଡ ବୈଠକର ରେକର୍ଡିଂ ପୁଣି ଥରେ ମାଗିଲେ ନୋଏଲ ଟାଟା ବ୍ୟାଙ୍କ୍ ନିଲାମରେ ଏକ ଜମି କିଣିଥିବା ଜଣେ ଡାକ୍ତରଙ୍କ ପରିଚୟପତ୍ର ନକଲ କରି ଜୋର୍ ଜବରଦସ୍ତ ତାଙ୍କ ଘରେ ପଶି ଅକ୍ତିଆର୍ କରାଯାଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଥିଲା।
ଅଭିଯୋଗକୁ କେନ୍ଦ୍ର କରି ବଡ଼ଗଡ଼ ଥାନା ପୁଲିସ ତଦନ୍ତ କରିବାରୁ ଜମି ଠକେଇର ଏକ ସୁଚିନ୍ତିତ ଷଡ଼୍ଯନ୍ତ୍ର ସାମ୍ନାକୁ ଆସିଥିଲା।
ଜମିର ପୂର୍ବ ମାଲିକ ଜାମିନୀକାନ୍ତ ରାଉତ ସବ୍ରେଜିଷ୍ଟ୍ରାର୍ ଅଫିସରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟର୍ ପ୍ରୟାଗ ଗୌଡ଼ଙ୍କ ସମେତ ଜିିଜିପି କଲୋନିର ଅମିତ ସାହୁଙ୍କ ସହ ମିଶି ଡାକ୍ତର ଙ୍କର ଆଧାର ଓ ପ୍ୟାନ୍ କାର୍ଡ ଜାଲିଆତି କରି ଜଣେ ମହିଳାଙ୍କୁ କୋଟିଏରୁ ଅଧିକ ଟଙ୍କାରେ ବିକ୍ରି କରିଥିଲେ।
ପରେ ପୁଲିସ ଏହି ୩ ଜଣଙ୍କୁ ଗିରଫ କରିଥିଲା।
ବାଳକାଟି ଅଞ୍ଚଳରେ ଜମି ଯୋଗାଇଦେବାକୁ କହି ଜଣେ ବରିଷ୍ଠ ନାଗରିକଙ୍କଠାରୁ ରିଅଲ୍ ଇଷ୍ଟେଟ୍ ସଂସ୍ଥା ମାରିଅନ୍ କନଷ୍ଟ୍ରକ୍ସନ ପ୍ରାୟ ୩୨ଲକ୍ଷ ଟଙ୍କା ଠକି ନେଇଥିଲା।
ଏନେଇ ଯେତେବେଳେ ସଂସ୍ଥାର ମୁଖ୍ୟ ବିଭୂତି ଭୂଷଣ ବେହେରାଙ୍କୁ ଅଭିଯୋଗକାରୀ ଟଙ୍କା ମାଗିଥିଲେ, ତାଙ୍କୁ ମାଡ଼ ମାରି ମନି ରିସିପ୍ଟ ଚିରି ଦେଇଥିଲେ।
ଏନେଇ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ବିଭୂତିକୁ ଗିରଫ କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
