Land Dispute Sparks Kangaroo Court Allegations: ଜମି ବିବାଦକୁ ନେଇ ଗାଁରେ କଙ୍ଗାରୁ କୋର୍ଟ ଅଭିଯୋଗ, ୩ ବର୍ଷ ହେଲା ନିଆପାଣି ବାସନ୍ଦର ଶିକାର

Nov 18, 2026 - 10:27
Land Dispute Sparks Kangaroo Court Allegations: ଜମି ବିବାଦକୁ ନେଇ ଗାଁରେ କଙ୍ଗାରୁ କୋର୍ଟ ଅଭିଯୋଗ, ୩ ବର୍ଷ ହେଲା ନିଆପାଣି ବାସନ୍ଦର ଶିକାର

ଜମି ବିବାଦକୁ ନେଇ ଗାଁରେ କଙ୍ଗାରୁ କୋର୍ଟ ଅଭିଯୋଗ।

ଦୀର୍ଘ ତିନି ବର୍ଷ ହେଲା ସାମାଜିକ ବାସନ୍ଦର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ରଣା ପରିବାର।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚେରୁପାଲି ଗାଁରୁ ଏଭିଳି ଅଭିଯୋଗ।

ଜମି ବିବାଦକୁ କେନ୍ଦ୍ର କରି ରଣାଙ୍କ ପରିବାର ନିଆପାଣି ବାସନ୍ଦ ସହ ଗାଁରେ ଦୋକାନରୁ ସାମଗ୍ରୀ କିଣିବାକୁ ମଧ୍ୟ ବାରଣ କରାଯାଉଥିବା ଅଭିଯୋଗ ହୋଇଛି।

Advertisment ନ୍ୟାୟ ପାଇଁ ପୋଲିସଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ନିରାଶ ହୋଇଥିବା କହୁଛନ୍ତି ପରିବାର ଲୋକ ଅଭିଯୋଗ କରିଛନ୍ତି।

ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ପରିବାର ସଦସ୍ୟ।

ନ୍ୟାୟ ପାଇଁ ଥାନା ଅଧିକାରୀ, ଏସଡିଓ, ଏସପି, ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିଛନ୍ତି।

ହେଲେ ଏଯାଏଁ ନ୍ୟାୟ ମିଳିନଥିବା କହୁଛନ୍ତି ରଣା ପରିବାର।

ଅନ୍ୟପଟେ ଗ୍ରାମବାସୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଦେବୋତ୍ତର ଜମିକୁ ନେଇ ଉଭୟ ପକ୍ଷ ମଧ୍ୟରେ ମାମଲା ଚାଲିଥିବା ବେଳେ ଏବେ ପ୍ରଶାସନର ହସ୍ତକ୍ଷେପକୁ ଅପେକ୍ଷା ରହିଛି।

ଜମି ବିବାଦକୁ ନେଇ ଦେବୋତ୍ତର କମିଶନ ଓ ରାମପୁର ସିଭିଲ କୋର୍ଟରେ ମଧ୍ୟ ଉଭୟ ପକ୍ଷରୁ ମାମଲା ବିଚାରାଧୀନ ରହିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)