Lalit Modi: ମୁଁ ଭାରତ ଛାଡି ପଳାୟନ କରି ନାହିଁ, ମୋ ଜୀବନ ପ୍ରତି ବିପଦ ଥିବାରୁ ମୁଁ ଦେଶ ଛାଡିଥିଲି: ଲଳିତ ମୋଦୀଙ୍କ ସଫେଇ

Nov 17, 2026 - 15:55
Lalit Modi: ମୁଁ ଭାରତ ଛାଡି ପଳାୟନ କରି ନାହିଁ, ମୋ ଜୀବନ ପ୍ରତି ବିପଦ ଥିବାରୁ ମୁଁ ଦେଶ ଛାଡିଥିଲି: ଲଳିତ ମୋଦୀଙ୍କ ସଫେଇ

ଲଣ୍ତନ: ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦୀ ତାଙ୍କୁ ବ୍ରିଟିଶ ନାଗରିକତା ପ୍ରଦାନ କରାଯିବା ଏବଂ ଭାରତ ଛାଡିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ନେଇ ସଫେଇ ଦେଇ କହିଛନ୍ତି ଯେ, ସେ କୌଣସି ଅପରାଧିକ ଅଭିଯୋଗରୁ ରକ୍ଷା ପାଇବା ପାଇଁ ଭାରତରୁ ପଳାୟନ କରି ନାହାନ୍ତି, ବରଂ ଅଣ୍ଡରୱାର୍ଲ୍ଡ ରୁ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ୨୦୧୦ ମସିହାରେ ଦେଶ ଛାଡିଛନ୍ତି।

Advertisment ତାଙ୍କର ଦେଶ ଛାଡ଼ିବାର ତିନି ଦିନ ପୂର୍ବରୁ ବିନା ନୋଟିସ୍‌ରେ ତାଙ୍କର ସଶସ୍ତ୍ର ପୁଲିସ ସୁରକ୍ଷାକୁ ହଟାଇ ଦିଆଯାଇଥିଲା।

ଭାରତ ଛାଡିବା ସମୟରେ ତାଙ୍କ ବିରୋଧରେ କୌଣସି ଏଫଆଇଆର ରୁଜୁ ହୋଇନଥିଲା।ତାଙ୍କ ବିରୋଧରେ କୌଣସି ମନି ଲଣ୍ଡରିଂ ମାମଲା କିମ୍ବା ମାମଲା ନାହିଁ।

ଇଣ୍ଟରପୋଲ୍ ମଧ୍ୟ ଲିଖିତ ଭାବରେ ନିଶ୍ଚିତ କରିଛି ଯେ ତାଙ୍କ ବିରୋଧରେ କୌଣସି ଅପରାଧିକ ସତର୍କ ନୋଟିସ୍‌ର କୌଣସି ରେକର୍ଡ ନାହିଁ।

ଭାରତୀୟ ପାସପୋର୍ଟ ରଦ୍ଦ ସେ କହିଛନ୍ତି,ଆଇପିଏଲର ଦ୍ୱିତୀୟ ସିଜିନ୍ ଆୟୋଜନ କରିବା ପାଇଁ ତାଙ୍କ ଉପରେ ଲାଗୁ ହୋଇଥିବା ବ୍ୟକ୍ତିଗତ ଜରିମାନାକୁ ମଧ୍ୟ ଆପିଲେଟ୍ ଟ୍ରିବ୍ୟୁନାଲ୍ ସମ୍ପୂର୍ଣ୍ଣ ରଦ୍ଦ କରିଦେଇଛନ୍ତି।

ସେ କହିଛନ୍ତି ଯେ, ମୁମ୍ବାଇ ପୁଲିସର ତତ୍କାଳୀନ ଅତିରିକ୍ତ କମିସନର ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି )କୁ ଲେଖିଥିବା ଏକ ଚିଠିରେ ସ୍ୱୀକାର କରିଥିଲେ ଯେ, କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା।

ଇଡିର ଅନୁରୋଧ କ୍ରମେ ତାଙ୍କର ଭାରତୀୟ ପାସପୋର୍ଟ ରଦ୍ଦ କରାଯାଇଥିଲା, କିନ୍ତୁ ୨୦୧୪ ମସିହାରେ ଦିଲ୍ଲୀ ହାଇକୋର୍ଟ ଏହି ନିଷ୍ପତ୍ତିକୁ ବାତିଲ କରି ତାଙ୍କ ପାସପୋର୍ଟକୁ ପୁନଃସ୍ଥାପିତ କରିଥିଲେ।

ନିଷ୍ପତ୍ତିକୁ ବାତିଲ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ସେ ଦାବି କରିଛନ୍ତି ଯେ, ତାଙ୍କ ବିରୋଧରେ ଭାରତୀୟ କୋର୍ଟରେ କୌଣସି ଚାର୍ଜସିଟ୍ ଦାଖଲ କରାଯାଇ ନାହିଁ, କିମ୍ବା କୌଣସି ଅପରାଧିକ ମାମଲା ଆରମ୍ଭ କରାଯାଇ ନାହିଁ।

ଗଣମାଧ୍ୟମର ଏକ ଅଂଶ ତାଙ୍କର ବ୍ରିଟିଶ ନାଗରିକତାକୁ ଏପରି ଚିତ୍ରଣ କରୁଛି ଯେପରି ସେ ଅଭିଯୋଗରୁ ରକ୍ଷା ପାଇବା ପାଇଁ ଭାରତରୁ ପଳାୟନ କରିଛନ୍ତି ଏବଂ ଭାରତ ସରକାର ଏବେ ତାଙ୍କୁ ପ୍ରତ୍ୟର୍ପଣ ବାକୁ ଚେଷ୍ଟା କରୁଛନ୍ତି।

ସେ ଏହି ରିପୋର୍ଟଗୁଡ଼ିକୁ ମିଥ୍ୟା ଏବଂ ମାନହାନିଜନକ ବୋଲି କହିଛନ୍ତି।

ଅଡୁଆରେ ଶ୍ରୀନିବାସନଙ୍କ ପଦବୀ ଅକ୍ଟୋବର ୨୦୧୦ରେ ଚେନ୍ନାଇରେ ଦାୟର ହୋଇଥିବା ଏଫଆଇଆରକୁ ପ୍ରତିଶୋଧର କାର୍ଯ୍ୟ ବୋଲି ଦର୍ଶାଇ ସେ ଅଭିଯୋଗ କରିଛନ୍ତି, ତତ୍କାଳୀନ ବିସିସିଆଇ ସଚିବ ଏନ.

ଶ୍ରୀନିବାସନ ତାଙ୍କୁ ଆଇପିଏଲରୁ ବାହାର କରିବା ଉଦ୍ଦେଶ୍ୟରେ ଅଭିଯୋଗ ଦାଖଲ କରିଥିଲେ।

ବିସିସିଆଇ ଅଧିକାରୀ, ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ସଦସ୍ୟ ଏବଂ ଚେନ୍ନାଇ ସୁପର କିଙ୍ଗସର ମାଲିକ ଭାବରେ ଶ୍ରୀନିବାସନଙ୍କ ପଦବୀ ଅଡୁଆରେ ପଡ଼ିଥିଲା।

ୟୁଜର୍ସଙ୍କ ପାଖରେ କମ୍ ପହଞ୍ଚିବ ଆପତ୍ତିଜନକ ପୋଷ୍ଟ ବ୍ରିଟିଶ ନାଗରିକତା ସମ୍ପର୍କରେ ସେ କହିଛନ୍ତି, ୨୦୧୦ ମସିହାରୁ ବ୍ରିଟେନ ତାଙ୍କର ଘର ପାଲଟିଛି।

ଗତ ୧୬ ବର୍ଷ ଧରି ସେ ବ୍ରିଟେନରେ ରହୁଛନ୍ତି।

ବ୍ରିଟେନ ସରକାର ପ୍ରଥମେ ତାଙ୍କୁ ରହିବାକୁ ଅନୁମତି ଦେଇଥିଲେ ଏବଂ ତା'ପରେ ସେ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ପୂରଣ କରିବା ପରେ ବ୍ରିଟିଶ ନାଗରିକତା ପାଇଁ ଆବେଦନ କରିଥିଲେ।

ଜୁଲାଇ ୨୦୨୬ରେ ୟୁକେ ଗୃହ କାର୍ଯ୍ୟାଳୟ ତାଙ୍କ ଆବେଦନକୁ ମଞ୍ଜୁର କରିଥିଲେ।

ସେ କହିଛନ୍ତି,ମୋର କୌଣସି ଆଇନଗତ ଛାଡ଼ କିମ୍ବା ସୁରକ୍ଷାର ଆବଶ୍ୟକତା ନାହିଁ।

ସେ ବ୍ରିଟିଶ ନାଗରିକତା ପାଇ ଖୁସି ଏବଂ ୟୁକେ ପ୍ରତି କୃତଜ୍ଞ, ଯେଉଁଠାରେ ସେ ଗତ ୧୬ ବର୍ଷ ଧରି ରହୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)