Korapitha Bus Stand: କାମରେ ଲାଗୁନି କୋରପିଠା ବସ୍ଷ୍ଟାଣ୍ତ
ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ କୋରପିଠା ବସ୍ଷ୍ଟାଣ୍ତ ଯାତ୍ରୀଙ୍କ କାମରେ ଆସୁନି।
ଯାତ୍ରୀମାନେ ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଯାତାୟାତ କରୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତ ରେ ଆମ ବସ୍ଷ୍ଟାଣ୍ତ ନିର୍ମାଣ କରିଛନ୍ତି।
ଯାତ୍ରୀମାନେ ବସ୍କୁ ଅପେକ୍ଷା କରିବା ଓ ବସ୍ରୁ ଓହ୍ଲାଇବା ପରେ ବିଶ୍ରାମ ନେବାର ସୁବିଧା ରହିଛି।
ଏହା ସହ ଖରା, ବର୍ଷା ଦୃଷ୍ଟିରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି।
କିନ୍ତୁ କୋରପିଠା ବସ୍ଷ୍ଟାଣ୍ତ ରୁଗ୍ଣ ଅବସ୍ଥାରେ ପଡ଼ିରହିଛି।
ସେଠାକୁ ଜଣେ ବି ଯାତ୍ରୀ ଯାଉ ନଥିବା ବେଳେ 'ଆମ ବସ୍' ସେହି ସ୍ଥାନରେ ରହଣି କରୁନି।
ବସ୍ଷ୍ଟାଣ୍ତ ସମ୍ମୁଖ ଘାସ ଓ ଅନାବନା ଗଛ ଉଠି ଜଙ୍ଗଲିଆ ପରିବେଶ ସୃଷ୍ଟି ହୋଇଛି।
Advertisment Women's Security: ଦୋକାନ ବାହାରେ ଲାଗିଲା 'ମହିଳାଙ୍କ ପ୍ରବେଶ ନିଷେଧ' ବୋର୍ଡ, ଏପରି ନିଷ୍ପତ୍ତି ନେବାକୁ କାହିଁକି ବାଧ୍ୟ ହେଲେ ଦୋକାନୀ?
ନିୟମ ଅନୁଯାୟୀ ଆମ ବସ୍ କେବଳ ବସ୍ଷ୍ଟାଣ୍ତରେ ରହଣି କରିବ କିନ୍ତୁ ଆମ ବସ୍ ବସ୍ଷ୍ଟାଣ୍ତରେ ନ ରହି ବିଭିନ୍ନ ଜାଗାରେ ରହି ପାସେଞ୍ଜର ନେବା ଆଣିବା କରୁଛି।
ବସ୍ଷ୍ଟାଣ୍ତ ନିର୍ମାଣ ପାଇଁ ସରକାର ୩୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ତାହା ଯାତ୍ରୀଙ୍କ କାମରେ ଆସୁ ନଥିବାରୁ ଅସନ୍ତୋଷ ଦେଖାଦେଇଛି।
ଏ ନେଇ ପଞ୍ଚାୟତ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।
ବସ୍ଷ୍ଟାଣ୍ତ ସଫା କରିବା ରାତି ପାଇଁ ଲାଇଟର୍ ବ୍ୟବସ୍ଥା କରିବା ଓ ଯାତ୍ରୀମାନେ କିପରି ସୁରକ୍ଷିତ ଯାତାୟାତ କରିବେ ସେହି ଚିନ୍ତା କାହାରି ନାହିଁ।
ରୋଗୀ, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ ଯାତ୍ରୀ ବିଶ୍ରାମଗୃହ ଜରୁରୀ ହୋଇଥିଲେ ମଧ୍ୟ କୋରପିଠା ବସ୍ଷ୍ଟାଣ୍ତ ଦୟନୀୟ ଅବସ୍ଥାରେ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଘଟଣାରେ ବିଡିଓ ପ୍ରୀତିବାଳା ରଣା ବସ୍ଷ୍ଟାଣ୍ତର ତଦାରଖ କରିବେ ବୋଲି କହିଛନ୍ତି।
Train: ସମୟରେ ଷ୍ଟେସନ ପହଞ୍ଚିଲେ ମଧ୍ୟ ଛାଡି ପଳାଇଲା ଟ୍ରେନ୍: ରେଳବାଇ ଓ ଆଇଆରସିଟିସିକୁ ୧୫,୬୨୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
