Kolkata flowers: ଅନୁଗୋଳରେ ଛାଇଯାଉଛି କୋଲକାତା ଫୁଲ: ସ୍ଥାନୀୟ ଫୁଲ ବିକ୍ରି ପାଇଁ ବଜାର ନାହିଁ

Oct 18, 2026 - 03:53
Kolkata flowers: ଅନୁଗୋଳରେ ଛାଇଯାଉଛି କୋଲକାତା ଫୁଲ: ସ୍ଥାନୀୟ ଫୁଲ ବିକ୍ରି ପାଇଁ ବଜାର ନାହିଁ

"ଅନୁଗୋଳ: ଅନୁଗୋଳ ସହରରେ ଯେଉଁ ଫୁଲ ଦୋକାନକୁ ଦେଖିଲେ ମିଳୁଛି କୋଲକାତା ଫୁଲ।

ରାତାରାତି କୋଲକାତାରୁ ବସ୍‌ ଯୋଗେ ଅନୁଗୋଳ ସହରକୁ ବସ୍ତା ବସ୍ତା ଫୁଲ ଆସୁଛି।

ସେପଟେ, ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫୁଲ ଚାଷ ହେଉଥିଲେ ମଧ୍ୟ ବିକ୍ରି ପାଇଁ ବଜାରର ଅଭାବ ଥିବା ଚାଷୀମାନେ କହୁଛନ୍ତି।

ଫଳରେ ଏହି ଲାଭଜନକ ଚାଷରୁ ଅନେକ ଚାଷୀ ମୁହଁ ଫେରାଉଥିବା ଦେଖାଯାଉଛି।

Advertisment Fire: ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର; ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ସ୍ଥାନୀୟ ଫୁଲ ବିକ୍ରି ପାଇଁ ବଜାର ନାହିଁଫୁଲଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ସୂଚନା ମୁତାବକ, ଅନୁଗୋଳ ଜିଲ୍ଲାରେ ଫୁଲ ଚାଷ ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି।

ବର୍ଷସାରା ଫୁଲଚାଷ କରି କେତେକ ଚାଷୀ ରୋଜଗାର କରୁଛନ୍ତି।

ଜିଲ୍ଲାରେ ପ୍ରାୟ ୧୫୪ ହେକ୍ଟର ଜମିରେ ବିଭିନ୍ନ କିସମର ଗେଣ୍ଡୁ ଚାଷ (ମ୍ୟାରିଗୋଲ୍ଡ) ହେଉଛି।

ପ୍ରତି ସପ୍ତାହରେ ୧ ଏକର ଜମିରୁ ପ୍ରାୟ ୩ କ୍ବିଣ୍ଟାଲ୍‌ ପର୍ଯ୍ୟନ୍ତ ଫୁଲ ବାହାରୁଛି।

ସେହିପରି ଗୋଲାପ ଫୁଲ ଚାଷ ପ୍ରାୟ ୫୭ ହେକ୍ଟର ଜମିରେ ହେଉଥିବା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଜଣାପଡ଼ିଛି।

ଖାଲି ସେତିକି ନୁହେଁ, ବିଭିନ୍ନ ପ୍ରକାରର ସୁବାସିତ ଫୁଲ ମଧ୍ୟ ଚାଷ ହେଉଥିବା ଜଣାପଡ଼ିଛି।

ସେପଟେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ, ଛେଣ୍ଡିପଦା, କିଶୋରନଗର, ଅନୁଗୋଳ, ବଅଁରପାଳ ବ୍ଲକ୍‌ ଅଞ୍ଚଳରେ ଅଧିକ ଫୁଲ ଚାଷ ହେଉଛି।

କିଶୋରନଗର ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସ୍ବାବଲମ୍ବୀ ହେବାକୁ ଫୁଲଚାଷ କରୁଛନ୍ତି।

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଉନ୍ନତ କିସମର ଫୁଲଚାରା ଯୋଗାଇ ଦିଆଯାଉଛି।

ଚାଷୀମାନେ ଫୁଲ ବିକ୍ରି ପାଇଁ ବିଭିନ୍ନ ସମୟରେ ସମସ୍ୟାରେ ପଡ଼ୁଛନ୍ତି।

ଫୁଲ ବିକ୍ରି ପାଇଁ ଅନୁଗୋଳରେ ବଜାରର ସୁବିଧା ନାହିଁ।

ସ୍ବତନ୍ତ୍ର ଫୁଲ ବଜାର ନ ଥିବାରୁ ଚାଷୀ କେଉଁଠି ଫୁଲ ବିକିବ ସେନେଇ ଅନ୍ଧାରରେ ରହୁଛି।

କେବଳ ବିବାହ, ବ୍ରତଘର ଓ ପାର୍ବଣ ସମୟରେ ସ୍ଥାନୀୟ ଫୁଲର ଚାହିଦା ଦେଖାଯାଉଛି।

Weekly Horoscope 2026 October 18 to 24: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ପାର୍ବଣରେ ମଧ୍ୟ କୋଲକାତା ଫୁଲ ସବୁଠି ବ୍ୟବହାର ହେଉଛି।

ସେଠାରୁ ବସ୍‌ ଯୋଗେ ଭୋର୍‌ରୁ ଫୁଲ ଅନୁଗୋଳରେ ପହଞ୍ଚିଯାଉଛି।

ସେପ‌ଟେ ସ୍ଥାନୀୟ ଚାଷୀ ଫୁଲମାଳ କରି ଅଳ୍ପ ମୂଲ୍ୟରେ ବିକ୍ରି କରୁଛନ୍ତି।

କୋଲକାତାରେ ଫୁଲବଜାର ରହିଥିବାରୁ ସେଠାରୁ ଅନୁଗୋଳକୁ ଶସ୍ତା ଓ ସୁବିଧାରେ ଫୁଲ ପହଞ୍ଚି ଯାଉଥିବା ଚାଷୀମାନେ କହିଛନ୍ତି।

ଏଠାରେ ଫୁଲ ବଜାର ନଥିବାରୁ ବିକ୍ରି ପାଇଁ ସମସ୍ୟା ହେଉଥିବା ଫୁଲଚାଷୀ ବ୍ରହ୍ମାନନ୍ଦ ସାହୁ କହିଛନ୍ତି।

ସେପଟେ ହାତୀ ପାଇଁ ମଧ୍ୟ ଫୁଲଚାଷ ନଷ୍ଟ ହେଉଛି।

ଏଭଳି ସ୍ଥିତିରେ ଚଳିତ ବର୍ଷ ଆଉ ଫୁଲଚାଷ ପାଇଁ ଆଗ୍ରହ ନଥିବା ଚାଷୀ ଶ୍ରୀ ସାହୁ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)