Knockout Stage: କଲମ୍ବିଆକୁ ନକ୍‌ଆଉଟ୍‌ରେ ପହଞ୍ଚାଇଲା ମୁନୋଜଙ୍କ ଗୋଲ୍‌

Jun 24, 2026 - 12:58
Knockout Stage: କଲମ୍ବିଆକୁ ନକ୍‌ଆଉଟ୍‌ରେ ପହଞ୍ଚାଇଲା ମୁନୋଜଙ୍କ ଗୋଲ୍‌

"ଜାପୋପାନ: ଡାନିଏଲ୍‌ ମୁନୋଜଙ୍କ ଗୋଲ୍‌ରେ କଲମ୍ବିଆ ଚଳିତ ଫିଫା ବିଶ୍ବକପ୍‌ର ରାଉଣ୍ଡ ୩୨ରେ ପ୍ରବେଶ କରିଛି।

ବୁଧବାର ‌ଏଠାରେ ଖେଳାଯାଇଥିବା ଗ୍ରୁପ୍‌-କେ"ର ଏକ ମ୍ୟାଚ୍‌ରେ ତାଙ୍କ ଗୋଲ୍‌ ବଳରେ କଲମ୍ବିଆ ୧-୦ ଗୋଲ୍‌ରେ ଡିଆର୍‌ କଙ୍ଗୋକୁ ପରାସ୍ତକରିଛି।

କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ।

ହେଲେ କେହି କାହାରିକି ଗୋଲ୍‌ ଦେବାରେ ବିଫଳ ହେବାରୁ ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା।

ତେବେ କଲମ୍ବିଆର ଏକାଧିକ ପ୍ରୟାସକୁ ବିଫଳ କରିଥିବା କଙ୍ଗୋ ଗୋଲି ଲିଓନେଲ୍‌ ଏମ୍‌ପାସି ଶେଷରେ ହାର ମାନିଥିଲେ।

Advertisment ଦଳର ନକ୍‌ଆଉଟ୍‌ ଆଶା ବଳବତ୍ତ ରହିଛି ମ୍ୟାଚ୍‌ର ୭୬ତମ ମିନିଟ୍‌ରେ ମୁନୋଜ ପେନାଲ୍‌ଟି ଅଞ୍ଚଳର ଡାହାଣ ପଟୁ କଙ୍ଗୋ ଗୋଲ୍‌ପୋଷ୍ଟକୁ ବଲ୍‌ ପଠାଇ ଦଳକୁ ବିଜୟ ଭେଟି ଦେଇଥିଲେ।

ଏଥିସହ ଉଜବେକିସ୍ତାନକୁ ୩-୧ରେ ହରାଇ ଅଭିଯାନ ଆରମ୍ଭ କରିଥିବା କଲମ୍ବିଆ ୬ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିବା ସହ ନକ୍‌ଆଉଟ୍‌ରେ ପ୍ରବେଶ କରିଥିଲା।

ନିଜର ପ୍ରଥମ ମ୍ୟାଚ୍‌ରେ କଙ୍ଗୋ ସହ ପଏଣ୍ଟ୍‌ ବାଣ୍ଟିଥିବା ପର୍ତ୍ତୁଗାଲ ମଙ୍ଗଳବାର ଡଉଜ୍‌ବେକିସ୍ତାନକୁ ୫-୦ ହରାଇ ଏହି ଗ୍ରୁପ୍‌ରେ ଦ୍ବିତୀୟ ସ୍ଥାନରେ ରହିଛି।

କଙ୍ଗୋ ୧ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ଥିଲା ବେଳେ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଉଜବେକିସ୍ତାନକୁ ଭେଟିବ।

ତେଣୁ ଏହି ଦଳର ନକ୍‌ଆଉଟ୍‌ ଆଶା ବଳବତ୍ତ ରହିଛି।

Petrol Safe: ଇ-୨୦ ପେଟ୍ରୋଲ୍ ସୁରକ୍ଷିତ ଓ ଲାଭଦାୟକ, ବୀମା କ୍ଲେମ୍ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ: କେନ୍ଦ୍ର ସରକାର "