Killing of Businessman Was a Pre-Planned Murder: ବ୍ୟବସାୟୀଙ୍କୁ କରାଯାଇଛି ପ୍ରି-ପ୍ଲାନିଂ ମର୍ଡର, ପୂର୍ବାଞ୍ଚଳ ଡ଼ିଆଇଜିଙ୍କ ସୂଚନା
ବାଲେଶ୍ୱରରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୂର୍ବାଞ୍ଚଳ ଡ଼ିଆଇଜି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପ୍ରି-ପ୍ଲାନିଂ ଓ ଷଡଯନ୍ତ୍ର କରି କରାଯାଇଛି ହତ୍ୟା। ହତ୍ୟାକାଣ୍ଡ ନେଇ ପୋଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲାଗିଛି ।
ହତ୍ୟାରେ ଦୁଇ ପ୍ରକାର ପିସ୍ତଲ ବ୍ୟବହାର ହୋଇଛି, ଦୁଇ ଜଣ ଗୁଳି କରିଛନ୍ତି। ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି। ବ୍ୟକ୍ତିଗତ ଶତ୍ରୁତା ବା ବ୍ୟାବସାୟିକ ଶତ୍ରୁତା ତାହାର ସନ୍ଧାନ ଚାଲିଛି। ତଦନ୍ତ ପାଇଁ ୪ ଟି ଟିମ ଗଠନ ହୋଇଥିବା ପୂର୍ବାଞ୍ଚଳ ଡ଼ିଆଇଜି ସୂଚନା ଦେଇଛନ୍ତି।
୨ ଜଣ ଦୁର୍ବୃତ୍ତ ୮ ରାଉଣ୍ଡ ଗୁଳି ମାଡ କରି ଚମ୍ପଟ୍ ମାରିଥିଲେ। ସିସିଟିଭି ଫୁଟେଜରେ ୨ ଜଣ ମୁହଁ ଢାଙ୍କି ଆସି ଗୁଳିମାଡ଼ କରିଥିବା ଦେଖିବାକୁ ପାଇଛି ପୋଲିସ। ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ। ଗତକାଲି ସହଦେବଖୁଣ୍ଟା ଥାନା ଅରଡ ବଜାରରେ ଦିନ ଦ୍ବିପ୍ରହରରେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଥିଲେ ଦୁବୃର୍ତ୍ତ। ଗୁଳିମାଡ଼ର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି ।
ବ୍ୟବସାୟୀଙ୍କୁ ହତ୍ୟା: ୪ ସ୍ପେଶାଲ ଟିମ୍ ଗଠନ
ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୂର୍ବାଞ୍ଚଳ DIGଙ୍କ ସୂଚନା
ପୂର୍ବ ଯୋଜନା ଅନୁସାରେ ହତ୍ୟା କରାଯାଇଛି କହିଲେ ଡିଆଇଜି ପିନାକ ମିଶ୍ର
୨ ଜଣ ଆସି ୨ ବନ୍ଧୁକରେ ଗୁଳି କରିଛନ୍ତି, ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଛି
ହତ୍ୟାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ୪ଟି ସ୍ପେଶାଲ ଟିମ୍ ଗଠନ
ଗତକାଲି ଅରଡ଼ ବଜାରରେ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ