Kill 5 Crew Members: ଉଦ୍ଧାର ପୂର୍ବରୁ ଭାରତୀୟଙ୍କ ସମେତ ୫ ଜଣ କ୍ରୁ ସଦସ୍ୟଙ୍କୁ ହତ୍ୟା
"ନୂଆଦିଲ୍ଲୀ: ଆଫ୍ରିକା ମହାଦେଶର ପୂର୍ବ ଭାଗରେ ଅବସ୍ଥିତ ସୋମାଲିଆର ପୁଣ୍ଟଲାଣ୍ଡ ଅଧିକାରୀମାନେ ମଙ୍ଗଳବାର ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି।
ଅଧିକାରୀଙ୍କ କହିବାନୁସାରେ, ସୁରକ୍ଷାବଳ ଉଦ୍ଧାର କରିବା ପୂର୍ବରୁ ସୋମାଲିଆ ସମୁଦ୍ର ଡକାୟତମାନେ ଅପହୃତ ପେଟ୍ରୋଲିୟମ୍ ଉତ୍ପାଦ ବୋଝେଇ ଟ୍ୟାଙ୍କର "ଏମ୍ଟି ଅନର-୨୫"ର ୫ ଜଣ କ୍ରୁ ସଦସ୍ୟଙ୍କୁ ହତ୍ୟା କରିଥିଲେ।
ମଙ୍ଗଳବାର ସେମାନେ ମେ" ମାସରେ ଅପହରଣ ହୋଇଥିବା ଆଉ ଏକ ଜାହାଜକୁ ମଧ୍ୟ ଉଦ୍ଧାର କରିଛନ୍ତି।
ଏହି ଜାହାଜରେ ୧୭ ଜଣ କ୍ରୁ ସଦସ୍ୟ ଥିଲେ।
ଏପ୍ରିଲ୍ ମାସରେ ସମୁଦ୍ର ଡକାୟତମାନେ ଏହି ଜାହାଜକୁ ନିଜ କବ୍ଜାକୁ ନେଇଥିଲେ।
ସେହି ସମୟରେ ସୋମାଲିଆରେ ସମୁଦ୍ର ଡକାୟତି ଘଟଣା ପୁଣିଥରେ ବଢ଼ିବା ଆରମ୍ଭ ହୋଇଥିଲା।Advertisment ଦୁର୍ଗାପୂଜା ନାମରେ କୋଟି କୋଟି ଟଙ୍କା ଆଦାୟ: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ତଥା ଗାୟକ ଇନ୍ଦ୍ରନୀଲ ସେନଙ୍କ ଘରେ ଇଡି ଚଢ଼ାଉ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
