Kidney Chain: ଧର୍ମର ସୀମା ଡେଇଁ ଜିତିଲା ମାନବିକତା: କିଡନୀ ଚେନ୍‌ ଜରିଆରେ ୪ ପରିବାର ଦେଲେ ୪ ଜଣଙ୍କୁ ନୂଆ ଜୀବନ

Aug 21, 2026 - 12:24
Kidney Chain: ଧର୍ମର ସୀମା ଡେଇଁ ଜିତିଲା ମାନବିକତା: କିଡନୀ ଚେନ୍‌ ଜରିଆରେ ୪ ପରିବାର ଦେଲେ ୪ ଜଣଙ୍କୁ ନୂଆ ଜୀବନ

"ନୂଆଦିଲ୍ଲୀ: ନା ଥିଲା ରକ୍ତର ସମ୍ପର୍କ, ନା ଥିଲା ପରିଚୟ, ନା ଥିଲା ଗୋଟିଏ ଧର୍ମ କିମ୍ବା ସମାନ ଅଞ୍ଚଳ।

ତଥାପି ମାନବିକତାର ଗୋଟିଏ ସୂତାରେ ବାନ୍ଧି ହୋଇଗଲେ ଚାରିଟି ପରିବାର।

ଜମ୍ମୁ-କଶ୍ମୀର, ଦିଲ୍ଲୀ, ବିହାର ଓ ନାଗାଲାଣ୍ଡର ଏହି ପରିବାରଗୁଡ଼ିକ ପରସ୍ପରର ଅଜଣା ହୋଇଥିଲେ ମଧ୍ୟ ନିଜ ପ୍ରିୟଜନଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ପରିବାରର ରୋଗୀଙ୍କୁ କିଡନୀ ଦାନ କରିଛନ୍ତି।

ଦୁଇ ଜଣ ହିନ୍ଦୁ, ଜଣେ ମୁସଲିମ ଓ ଜଣେ ଖ୍ରୀଷ୍ଟିଆନ୍‌ ପରିବାର ଏହି ଉକ୍ତିକୁ ପ୍ରମାଣ କରିଛନ୍ତି ଯେ, "ମଣିଷକୁ ବଞ୍ଚାଇବାର ଧର୍ମ ହେଉଛି କେବଳ ମାନବିକତା"।Advertisment ଚାରିଜଣ ରୋଗୀ ପାଇଲେ ନୂଆ ଜୀବନ ଦିଲ୍ଲୀର ସାକେତସ୍ଥିତ ମ୍ୟାକ୍ସ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଜୁଲାଇ ୧୩ ତାରିଖରେ ଏହି ଅସାଧାରଣ କିଡ୍ନୀ ପ୍ରତିରୋପଣ ସଫଳ ହୋଇଥିଲା।

ପ୍ରାୟ ୧୧ ଘଣ୍ଟା ଧରି ପାଞ୍ଚଟି ଅପରେସନ୍ ଥିଏଟରରେ ଚାଲିଥିଲା ଆଠଟି ଅସ୍ତ୍ରୋପଚାର।

ଶେଷରେ ଚାରିଜଣ ରୋଗୀ ନୂଆ ଜୀବନ ପାଇଥିଲେ।

ଯେଉଁ ରୋଗୀଙ୍କ ନିଜ କିଡନୀ ଦାତାଙ୍କ କିଡନୀ ମେଳ ଖାଇନଥିଲା, ସେଠାରେ ଅନ୍ୟ ପରିବାରର ଦାତା ଆଗକୁ ଆସି ଆଶାର ଆଲୋକ ଦେଖାଇଥିଲେ।

ଏହି ଚାରି ପରିବାରୀୟ କିଡନୀ ଏକ୍ସଚେଞ୍ଜ ଚେନ୍‌କୁ ସଫଳ କରିବା ପଛରେ ଥିଲା ଦୀର୍ଘ ଚିକିତ୍ସା ଓ ପ୍ରସ୍ତୁତି ପ୍ରକ୍ରିୟା।

ଦାତା ଓ ରୋଗୀଙ୍କ ଉପଯୁକ୍ତ ଯୋଡ଼ି ଚିହ୍ନଟ ପାଇଁ ଏଲାଏନ୍ସ ଫର୍ ପେୟାର୍ଡ କିଡନୀ ଡୋନେସନ୍‌ (ଏପିକେଡି) ସଫ୍ଟୱେରର ସହାୟତା ନିଆଯାଇଥିଲା।

ପ୍ରତ୍ୟେକ ଯୋଡ଼ିଙ୍କର ଆବଶ୍ୟକ ଇମ୍ୟୁନୋଲୋଜିକାଲ୍ ପରୀକ୍ଷା କରାଯାଇଥିଲା, ଯାହାଦ୍ୱାରା କିଡ୍ନୀ ପ୍ରତିରୋପଣ ସୁରକ୍ଷିତ ଓ ସଫଳ କରାଯାଇଥିଲା।

ତେବେ ଏହି ମାନବିକ ପଦକ୍ଷେପର ରାସ୍ତା କେବଳ ଡାକ୍ତରି ଆହ୍ବାନରେ ଅଟକି ରହିନଥିଲା।

ଦାତା ଓ ରୋଗୀଙ୍କ ସମ୍ପର୍କ, ଆବଶ୍ୟକ ଦସ୍ତାବିଜ ଓ ଆଇନଗତ ଅନୁମତି ପାଇଁ ଦୀର୍ଘ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିଥିଲା।

ଶେଷରେ ଅନୁମତି ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଥିଲା।

ମାସ ମାସ ଧରି ଚାଲିଥିବା ଏହି ଆଇନଗତ, ପ୍ରଶାସନିକ ଓ ଚିକିତ୍ସା ପ୍ରସ୍ତୁତି ପରେ କିଡ୍ନୀ ପ୍ରତିରୋପଣ ସଫଳ ହୋଇଥିଲା।

ଏହି ଘଟଣାକୁ ଉତ୍ତର ଭାରତରେ ଏପରି ପ୍ରଥମ ଚାରିପାଖିଆ ବୃକକ୍ ବିନିମୟ ବୋଲି ଦାବି କରାଯାଇଛି।

ମ୍ୟାକ୍ସ ହସ୍ପିଟାଲର ନେଫ୍ରୋଲୋଜି ଗୃପ୍ ଚେୟାରମ୍ୟାନ୍ ପ୍ରୋ. (ଡା.) ଦିନେଶ ଖୁଲ୍ଲର ଏବଂ ୟୁରୋଲୋଜି ଓ କିଡନୀ ଟ୍ରାନ୍ସପ୍ଲାଣ୍ଟେସନ୍‌ ଚେୟାରମ୍ୟାନ୍ ପ୍ରୋ. (ଡା.) ଅନନ୍ତ କୁମାରଙ୍କ ନେତୃତ୍ୱରେ ଏହି ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା।

ଚାରି ପରିବାରର ଏହି ନିଷ୍ପତ୍ତି କେବଳ ଚାରିଟି ଜୀବନକୁ ବଞ୍ଚାଇନାହିଁ, ବରଂ ଦେଶକୁ ଏକ ବଡ଼ ସନ୍ଦେଶ ଦେଇଛି ଯେ, ରକ୍ତର ସମ୍ପର୍କ ଠାରୁ ମାନବିକତାର ସମ୍ପର୍କ ଅଧିକ ଶକ୍ତିଶାଳୀ।

ଧର୍ମ, ଭାଷା ଓ ଅଞ୍ଚଳ ଭିନ୍ନ ହୋଇପାରେ, କିନ୍ତୁ କାହାର ଜୀବନ ବଞ୍ଚାଇବାର ଇଚ୍ଛା ସମସ୍ତଙ୍କୁ ଗୋଟିଏ ପରିବାରିକ ବନ୍ଧନରେ ବାନ୍ଧି ଦେଇପାରେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)