Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...
"ପ୍ରାକ୍-ବାକ୍ କବି: ରକ୍ଷକ ନାୟକପ୍ରକାଶକ: ସୃଜନଉତ୍ତରା ଶାସନ, ଭୁବନେଶ୍ବରମୂଲ୍ୟ: ୨୨୦ ଟଙ୍କା, ପୃଷ୍ଠା: ୧୪୫Advertisment ""କେତେ ରଙ୍ଗ, ଫୂର୍ତ୍ତି ଫଡ୍ ଫଡ୍/ ରସର ଲହର, ଆସକ୍ତ ଆସର/ ବୈରାଗ୍ୟର ବିପ୍ଳାବନ, ଦେହର ଦହନ/ ଏକଠାବେ ପ୍ରାର୍ଥନା/ ମୋକ୍ଷ ଆଉ ପୁନର୍ଜନ୍ମ।"" ଜୀବନ କ"ଣ "ମଙ୍ଗଳାଯୋଡ଼ି", ଯେଉଁଠି ଏତେ କଥା ଘଟୁଥାଏ!
ତେବେ ତତ୍ତ୍ବଫତ୍ତ୍ବ ଭିତରକୁ ନଯାଇ ଜୀବନର ସରଳ ସ୍ନିଗ୍ଧତାକୁ ଦେଖିବାକୁ ଚାହେ କବିତାର ନାୟକ।
ମନ ଭିତରେ ପଡ଼ିଥିବା ଛୋଟ ଗଣ୍ଠିଟିଏ ଖୋଲିଦେବାରେ ଯେଉଁ ଖୁସି ତାହାକୁ ସେ ବ୍ୟକ୍ତ କରିଛି ବହୁବାର, ଭିନ୍ନ ବାଗରେ। ""ଆଖି ପହଁରେଇ ଖୋଜୁଛି/ ମାଳକୁ ବା ମାଳତୀକୁ/ ସେ କ"ଣ ଅଛି ଏ ଭିତରେ!/ ସେ ହିଁ ଏକମାତ୍ର କାରଣ/ ମୁଁ ଏଠାକୁ ଟାଣିହୋଇ ଆସିବାର/ ତାକୁ କ୍ଷମା ମାଗିବାର ଅଛି।"" ଜୀବନ ଗୋଟେ ଲୁଚକାଳି ଖେଳ, ଯେତେ ଅଭିଜ୍ଞ ହେଲେ ବି ଖେଳିବା ସହଜ ନୁହେଁ।
ବ୍ରହ୍ମାଣ୍ଡ ଖୁବ୍ ବଡ଼ ହେଇପାରେ, ହେଲେ ଏଇ ଖେଳ ଲାଗି ଖୁବ୍ ଛୋଟ ମନେହୁଏ।
କବିଙ୍କ ଭାଷାରେ, ""ଲୁଚିଲି ମହାଶୂନ୍ୟର ଅତଳତଳ ଅନ୍ଧାରରେ/ ସେଠି ବି ପହଞ୍ଚିଗଲା କାହା ହାତ/ ମିେଳଇଗଲି ପବନରେ/ ସେଠି ବି ପହଞ୍ଚିଗଲା କାହା ନିଃଶ୍ବାସ""।
ଆଉ ଜୀବନ ଯଦି ନାଆଟିଏ ହୁଏ କେଉଁ ସ୍ପର୍ଶ ଓ ଅନୁଭବ ତାକୁ ପହଁରାଇ ନେଉଥାଏ ଆଗକୁ ଆଗକୁ ତା"ର ମନୋଜ୍ଞ ଚିତ୍ରଟିଏ ଆଙ୍କନ୍ତି କବି। ""ନାହା ଚାଲିଛି/ କେତେବେଳେ ନଈର ପ୍ରେମ/ ତ କେବେ କେବେ ବିରହ/ କେତେବେଳେ ପବନର ମିଠା ବୋକ/ ତ କେତେବେଳେ ରକ୍ତର ଚାବୁକ/ ସବୁ ସହିବାକୁ ହୁଏ/ ଗତିରେ ଧ୍ୟାନସ୍ଥ ଥାଏ।"" ପକ୍ଷୀଠୁ ନଈ ଯାଏ, ଜୀବନକୁ ଖୋଜାହୁଏ।
ପ୍ରାପ୍ତି ଓ ଅପ୍ରାପ୍ତିରେ, ନିଃଶ୍ବାସ ଓ ବିଶ୍ବାସରେ ଅନେକ ମନୋଜ୍ଞ ଚିତ୍ର ଅଙ୍କାହୁଏ ଏକ ବିରାଟ କାନ୍ଭାସରେ।
ଭଲଲାଗିବ ସଂକଳନସ୍ଥ କବିତାଗୁଡ଼ିକ।
ଆହୁରି ପଢ଼ନ୍ତୁ- Rain In Odisha: ବର୍ଷାରେ ଜନଜୀବନ ପ୍ରଭାବିତ; ୮ ଜିଲ୍ଲା ପ୍ରଭାବିତ, ୩ ମୃତ; ଆସନ୍ତାକାଲି ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ କମ୍ବିଂ ଅପରେସନ୍ ଗାଳ୍ପିକ: ରଞ୍ଜନ ପ୍ରଧାନପ୍ରକାଶକ: ପଶ୍ଚିମା ପବ୍ଲିକେଶନ୍ସନୟାପଲ୍ଲୀ, ଭୁବନେଶ୍ବରମୂଲ୍ୟ: ୨୩୯ ଟଙ୍କା, ପୃଷ୍ଠା: ୧୮୩ କୋମଲ ଉଚ୍ଚ ଶିକ୍ଷିତ, ଭଦ୍ର, ମାର୍ଜିତ ଓ ବିପ୍ଳବୀ ଥିଲା।
ସମାଜରେ ଅନ୍ୟାୟ, ଅନୀତି, ଶୋଷଣର ସେ ତୀବ୍ର ପ୍ରତିବାଦ କରୁଥିଲା।
ସମ୍ପା କାଡ୍ରାକାକୁ ଖୁବ୍ ପ୍ରେମ କରୁଥିଲା।
ତା"ର ସବୁ ପ୍ରକାର ଯତ୍ନ ନେଉଥିଲା।
ଜଙ୍ଗଲରେ କେବେ ତା" ପାଦରେ କଣ୍ଟା ଫୁଟିଗଲେ କାଢ଼ି ଦେଉଥିଲା। ତେବେ ବି ସମ୍ପା କାଡ୍ରାକା କୋମଲ ଉପରୁ ଆସ୍ଥା ତୁଟେଇ ସାରିଥିଲା।
ମାଓ ଆଦର୍ଶ ପ୍ରତି ସେ ବୀତସ୍ପୃହ ହୋଇପଡ଼ିଥିଲା।
ହେଲେ କାହିଁକି?
ସଂକଳନର ଶୀର୍ଷକ ଗଳ୍ପ "କମ୍ବିଂ ଅପରେସନ୍"ରେ ଏଭଳି ଏକ ଉତ୍କଣ୍ଠା ପାଠକଙ୍କୁ ବାନ୍ଧିରଖେ।
ସଂକଳନର ଅନ୍ୟଏକ ଗଳ୍ପ "ହୃଦୟ ଆରପଟେ" ଜଣେ ଭିକାରୁଣୀ ବୁଢ଼ୀ ଭିତରେ ବଂଚିରହିଥିବା ମାନବିକତାକୁ ମନୋଜ୍ଞ ଭାବେ ବାଢ଼ି ଦେଇଛନ୍ତି ଗାଳ୍ପିକ।
ତେବେ କାହାଣୀଟି ଏତିକିରେ ସରିଯାଇନାହିଁ।
ମଣିଷ ମନର ବିଶ୍ବାସ ସେଇ ଭିକାରୁଣୀ ବୁଢ଼ୀ ଭିତରେ ଭେଟିଛି ଦେବୀଙ୍କୁ।
ବଦଳୁଥିବା ସମୟ ଓ ଚରିତ୍ର ପୁଣି ଜୀବନର ନାଟକୀୟ ମୋଡ଼କୁ ନେଇ ସଂକଳନର କାହାଣୀଗୁଡ଼ିକ ଗତିଶୀଳ।
ଯେତିକି ଆବେଗ ସେତିକି ଆବେଶ ପାଠକଙ୍କୁ ବାନ୍ଧିରଖେ ଆରମ୍ଭରୁ ଶେଷଯାଏ।
ସଂକଳନଟିରେ ସ୍ଥାନ ପାଇଛି ବାରଟି ଗଳ୍ପ।
ଆହୁରି ପଢ଼ନ୍ତୁ- Asian Games: ଏସୀୟ କ୍ରୀଡ଼ା: ଭାରତୀୟ ପୁରୁଷ ହକି ଦଳ ଘୋଷିତ; ଓଡ଼ିଶାରୁ ଅମିତ, ଶିଳାନନ୍ଦ ହୁଲୁସ୍ତୁଲ୍ ଓ ଅନ୍ୟାନ୍ୟ ଗଳ୍ପ ଗାଳ୍ପିକ: ମାଧବ କୌଶିକଅନୁବାଦକ: ରେବା ପଟ୍ଟନାୟକପ୍ରକାଶକ: ପକ୍ଷୀଘର ପ୍ରକାଶନୀମଧୁସୂଦନ ନଗର, ଭୁବନେଶ୍ବରମୂଲ୍ୟ: ୨୫୫ ଟଙ୍କା, ପୃଷ୍ଠା: ୧୩୬ ବୁଢ଼ିଆଣୀ ପରି ଜାଲ ବୁଣେ ରାଜନୀତି।
ସେହି ଜାଲରେ ଭଲ ମଣିଷମାନଙ୍କୁ ଛନ୍ଦି ଶିକାର କରେ।
ସଂକଳନର ଶୀର୍ଷକ ଗଳ୍ପ "ହୁଲ୍ସ୍ତୁଲ୍"ରେ ଯେମିତି ଶିକାର କରିଛି ସ୍ବାମିଜୀଙ୍କୁ ଶାସକ ଦଳ।
କଳେ ବଳେ କୌଶଳେ ସେ ତାଙ୍କୁ ନିଜ ଦଳର ପ୍ରାର୍ଥୀ କରିବା ପାଇଁ ଚାହିଛି।
ସ୍ବାମିଜୀ ରାଜି ନହେବାରୁ ତାଙ୍କ ଆଶ୍ରମ ବିରୋଧରେ ମିଛ ରିପୋର୍ଟ କରି ତାଙ୍କୁ ଫସାଇବାର ଧମକ ଦେଇଛନ୍ତି।
ଧର୍ମସଂକଟରେ ପଡ଼ିଯାଇଛନ୍ତି ସ୍ବାମିଜୀ।
ରାଜନୀତିର ନଗ୍ନ ବାସ୍ତବତାକୁ ସାମ୍ନାକୁ ଆଣିଛନ୍ତି ଲେଖକ।
ସଂକଳନର ପ୍ରଥମ ଗଳ୍ପ "ସକ୍ରେଟିସ୍ ମରେ ନାହିଁ"ରେ ବାସ୍ତବତାର ସ୍ବରକୁ ଆହୁରି ତୀକ୍ଷ୍ଣ କରିଛନ୍ତି ଲେଖକ।
ସମସ୍ତଙ୍କୁ ପାଗଳ ପରି ମନେହେଉଥିବା ମୋଲଡ ଦାସ ଭିତରେ ଉମେଶ୍ ଭେଟିଛି ସକ୍ରେଟିସ୍ଙ୍କୁ।
ମୋଲଡ ଦାସ କହୁଥିବା ସତ୍ୟର କେଇଧାଡ଼ି ଏଠାରେ ଉଲ୍ଲେଖ କରାଯାଇପାରେ, ""ଏ ସାରା ସହର ମଇଳା ଆବର୍ଜନାରେ ପୂରି ରହିଛି, ଗଳିଗୁଡ଼ିକରେ ଚାଲିବା ଅସମ୍ଭବ ହୋଇପଡ଼ୁଛି।
ଚିନି, ତେଲ, ଅଟା- ସବୁର ଦାମ୍ ଆକାଶଛୁଆଁ।
କାହାରି ପାଟି ଫିଟୁନାହିଁ।
ସବୁ ଚୁପ୍।
ଏଣେ କିନ୍ତୁ ଜୁଲୁସ୍ ପରେ ଜୁଲୁସ୍ ବାହାରିଚାଲିଛି।"" ସଂକଳନର ଅନ୍ୟଏକ ଗଳ୍ପ "ଅଫିସର୍ କ୍ଳବ୍"ରେ ଅଫିସର୍ମାନଙ୍କ ଦୁର୍ନୀତି ଏବଂ ପୁରୁଷକୈନ୍ଦ୍ରିକ ମାନସିକତାକୁ ଚପେଟାଘାତ କରିଛନ୍ତି ଲେଖକ।
ସଂକଳନଟିରେ ରହିଛି ଏକୋଇଶଟି ମନୋଜ୍ଞ ଗଳ୍ପ।
ଗଳ୍ପଗୁଡ଼ିକର ସାବଲୀଳ ଓଡ଼ିଆ ଅନୁବାଦ ଏହାକୁ ସୁଖପାଠ୍ୟ କରିଛି।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।