'Khatron Ke Khiladi': ରିଅଲିଟି ସୋ ‘ଖତ୍ରୋଁ କେ ଖିଲାଡ଼ି’ରେ ମର୍କେଲ୍‌

Aug 03, 2026 - 16:40
'Khatron Ke Khiladi': ରିଅଲିଟି ସୋ ‘ଖତ୍ରୋଁ କେ ଖିଲାଡ଼ି’ରେ ମର୍କେଲ୍‌

"ନୂଆଦିଲ୍ଲୀ: ରିଅଲିଟି ସୋ" "ଖତ୍ରୋଁ କେ ଖିଲାଡ଼ି"ରେ ଦୃଶ୍ୟମାନ ହୋଇଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ତଥା ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ମନି ମର୍କେଲ୍‌।

ଏହି ରିଅଲିଟି ସୋ"ର ୧୫ତମ ସଂସ୍କରଣ ଗତ ୧ ତାରିଖରୁ ଆରମ୍ଭ ହୋଇଛି।

ପୂର୍ବରୁ ଏହି ସୋ"ରେ ଅନେକ ଚଳଚ୍ଚିତ୍ର ସେଲିବ୍ରିଟି ଦେଖାଦେଇଥିବାବେଳେ ଜଣେ ଅତିଥିଭାବେ ମର୍କେଲ୍‌ଙ୍କ ଅବିର୍ଭାବ ସମସ୍ତଙ୍କୁ ଚକିତ କରିଛି।Advertisment ଗୁପ୍ତଚରୀ ଅଭିଯୋଗରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲା ଇରାନ ଏହି ପ୍ରତିଯୋଗିତାର ନିୟମ ଅନୁସାରେ ମର୍କେଲ୍‌ ପ୍ରତିଯୋଗୀଙ୍କ ଉପରକୁ ଦ୍ରୁତ ଗତିରେ ବୋଲିଂ କରିବେ ଓ ସେମାନେ ବଲ୍‌କୁ ଧରିବାକୁ ଉଦ୍ୟମ କରିବେ।

ସୋସିଆଲ୍‌ ମିଡିଆରେ ଏହି ସୋ"ର ଏକ ଝଲକ ଭାଇରାଲ୍‌ ହୋଇଛି।

ସେଥିରେ ମର୍କେଲ୍‌ ଜଣେ ପ୍ରତିଯୋଗୀଙ୍କ ଉପରକୁ ବୋଲିଂ କରୁଛନ୍ତି ଏବଂ ଏହି ସମୟରେ ଅନ୍ୟ ଅଂଶଗ୍ରହକାରୀମାନେ ତାଙ୍କୁ ଭୟରେ ଚାହୁଁଥିବା ଦେଖାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।