KGBV hostel ଅନ୍ତେବାସରେ ଦୂଷିତଖାଦ୍ୟ, ୯୨ ଛାତ୍ରୀ ଆକ୍ରାନ୍ତ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

Aug 03, 2026 - 21:34
KGBV hostel ଅନ୍ତେବାସରେ ଦୂଷିତଖାଦ୍ୟ, ୯୨ ଛାତ୍ରୀ ଆକ୍ରାନ୍ତ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

"ରାଇରଙ୍ଗପୁର/ବିଜାତଳା:  ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକ ସାରଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରଗଡାସ୍ଥ କସ୍ତୁରବା ଗାନ୍ଧୀ ବାଳିକା ଉପ୍ରା ବିଦ୍ୟାଳୟର ଅନ୍ତେବାସ (ହୋଷ୍ଟେଲ୍‌)ରେ ଦୂଷିତ ଖାଦ୍ୟ ଖାଇ ପ୍ରାୟ ୯୨ ଜଣ ଛାତ୍ରୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ।

ଏହି ଘଟଣାର ପ୍ରଧାନ ଶିକ୍ଷୟିତ୍ରୀ ହୀରାମଣି ହେମ୍ବ୍ରମ ନିଲମ୍ବିତ ହୋଇଛନ୍ତି।Advertisment Food Poisoning Under Probe କସ୍ତୁରବା ଗାନ୍ଧୀ ଉପ୍ରା ବିଦ୍ୟାଳୟରେ ଝାଡ଼ାବାନ୍ତି, ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଟପିଲାମିଳିଥିବା ଖବର ଅନୁସାରେ, ଗୋରୁମହିଷାଣି ଥାନା ତଥା ବିଜାତଳା ବ୍ଳକ ଅନ୍ତର୍ଗତ ସରଗଡା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୯୨ ଜଣ ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଝାଡ଼ାବାନ୍ତିର ଶିକାର ହୋଇଥିଲେ।

ବିଷାକ୍ତ ଖାଦ୍ୟ ଖାଇ କସ୍ତୁରବା ଗାନ୍ଧୀ ଛାତ୍ରୀବାସର ୫୦ ଛାତ୍ରୀ ଅସୁସ୍ଥ!ବିଦ୍ୟାଳୟର ୯୨ ଜଣ ଛାତ୍ରୀ ଅସୁସ୍ଥ ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ କିଛି ଛାତ୍ରୀଙ୍କୁ ରାଇରଙ୍ଗପୁର ଉପଖଣ୍ଡ କିତ୍ସାଳୟକୁ ନିଆଯାଇଥିବା ବେଳେ କିଛି ଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ହସ୍ପିଟାଲ୍ ଟିମ୍ ପହଞ୍ଚି ଚିକିତ୍ସା କରିଥିଲେ ।

ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ଯମରେ ଖବର ପ୍ରଚାରିତ ହେବାପରେ ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ଶିକ୍ଷାବିଭାଗ ଗ୍ରହଣ କରିଥିଲା।

ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ବିଜାତଳା ବିଇଓ ଦିଲୀପ କୁମାର ନନ୍ଦଙ୍କ ଚିଠି ଅନୁଯାୟୀ ଆଜି ପ୍ରଧାନ ଶିକ୍ଷୟିତ୍ରୀ ହୀରାମଣି ହେମ୍ବ୍ରମଙ୍କୁ ନିଲମ୍ବନ କରାଯାଇଛି।

ପୁଣି କାମରେ ନିୟୋଜିତ ହେଲେ କସ୍ତୁରବା ଗାନ୍ଧି ଉଚ୍ଚ ବିଦ୍ୟାଳୟର ଛାତ୍ରୀତାଙ୍କୁ ସେହି ବ୍ଳକର ପାଟପୁର ଉପ୍ରା ବିଦ୍ୟାଳୟରେ ହାଜରା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସରଗଡାସ୍ଥ କସ୍ତୁରବା ଗାନ୍ଧୀ ବାଳିକା ଉପ୍ରା ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଭାବେ ବିଦ୍ୟାଳୟର ଦୁଲିମଣି ସୋରେନଙ୍କୁ ଦାୟିତ୍ଵ ଦିଆଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।