Vishwesh Negi: ବିଶ୍ବେଶ ନେଗି ଇରାନକୁ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ

Aug 03, 2026 - 20:35
Vishwesh Negi: ବିଶ୍ବେଶ ନେଗି ଇରାନକୁ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ

"ନୂଆଦିଲ୍ଲୀ: ବିଶ୍ୱେଶ ନେଗିଙ୍କୁ ଇସଲାମିକ୍ ଗଣରାଜ୍ୟ ଇରାନରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଛି।

୨୦୦୨ ବ୍ୟାଚ ଆଇଏଫ୍‌ଏସ୍‌ ଅଧିକାରୀ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତି ଅନୁଯାୟୀ, ନେଗି ଖୁବ୍ ଶୀଘ୍ର ତେହେରାନରେ ତାଙ୍କର ନୂତନ କୂଟନୈତିକ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।Advertisment ଆହୁରି ପଢନ୍ତୁ :police constable death ଲାଲ ରଙ୍ଗର କାର ଭିତରୁ ମିଳିଲା ପୁଲିସ କନଷ୍ଟେବଳଙ୍କ ମୃତଦେହ ଭାରତ-ଇରାନ ରଣନୈତିକ ଓ ବାଣିଜ୍ୟିକ ସମ୍ପର୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ନେଗି ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି।

ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଭାରତ ବାଣିଜ୍ୟିକ ଜାହାଜ ମାର୍ଗର ସୁରକ୍ଷା ଓ ନାବିକମାନଙ୍କ ସୁରକ୍ଷା ଉପରେ ନିଜର ଚିନ୍ତାକୁ ଦୋହରାଇଛି।

ବିଶେଷକରି ହର୍ମୁଜ୍ ପ୍ରଣାଳୀରେ ସଙ୍କଟର ସମାଧାନ ପାଇଁ ଆଲୋଚନା ଓ କୂଟନୈତିକ ସମ୍ପର୍କକୁ ଭାରତ ସମର୍ଥନ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।