Kerala’s Waste Free Mission: ‘କଚରାମୁକ୍ତ କେରଳ’କୁ ନେଇ ପଦାରେ ପଡ଼ିଲା ୨ ମହିଳା ଆଇଏଏସଙ୍କ କଳି

Oct 08, 2026 - 18:25
Kerala’s Waste Free Mission: ‘କଚରାମୁକ୍ତ କେରଳ’କୁ ନେଇ ପଦାରେ ପଡ଼ିଲା ୨ ମହିଳା ଆଇଏଏସଙ୍କ କଳି

"ତିରୁବନନ୍ତପୁରମ୍: କେରଳ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ "କଚରାମୁକ୍ତ କେରଳ"(କେରଳ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଏକ ପ୍ରମୁଖ ବ୍ୟାପକ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସଫେଇ ଅଭିଯାନ) ଅଭିଯାନକୁ ନେଇ ଦୁଇ ବରିଷ୍ଠ ମହିଳା ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ମତଭେଦ ଚର୍ଚ୍ଚାକୁ ଆସିଛି।

ଏହାର ପ୍ରଭାବ ଅଭିଯାନ ଉପରେ ପଡ଼ୁଥିବା ନେଇ  ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଯାଇଛି।

ସ୍ଥାନୀୟ ସ୍ୱଶାସନ ବିଭାଗର ସଚିବ ଟି.ଭି.

ଅନୁପମା ଏବଂ ପ୍ରଧାନ ନିର୍ଦ୍ଦେଶିକା ଡ.

ଦିବ୍ୟା ଏସ୍.

ଅୟ୍ୟରଙ୍କ ମଧ୍ୟରେ ମତଭେଦ ଥିବା ଖବର ମଧ୍ୟରେ "ନିର୍ମଲମ୍" ଅଭିଯାନ ଏବଂ ସମାନ ଉଦ୍ଦେଶ୍ୟ ଥିବା "ଆଇସି ୧୦୦ ଚ୍ୟାଲେଞ୍ଜ" ଆରମ୍ଭ ହୋଇଛି।

ଉଭୟ ଅଭିଯାନର ଲକ୍ଷ୍ୟ କେରଳକୁ ଆବର୍ଜନା ମୁକ୍ତ କରିବା।Advertisment ୧୦୦ ଦିନିଆ ଯୋଜନାରେ "ନିର୍ମଲମ୍" ଟି.ଭି.

ଅନୁପମାଙ୍କ ନେତୃତ୍ୱରେ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟଯୋଜନା ଅଧୀନରେ "ନିର୍ମଲମ୍" ଅଭିଯାନ ଆରମ୍ଭ ହୋଇଥିଲା।

କେରଳକୁ ପରିଷ୍କାର ରଖିବା ପାଇଁ ବ୍ୟାପକ ସ୍ତରରେ ସ୍ୱଚ୍ଛତା ଅଭିଯାନ ଚଳାଇବା ଏହାର ଉଦ୍ଦେଶ୍ୟ।

ଅନ୍ୟପକ୍ଷରେ "ଆଇସି ୧୦୦ ଚ୍ୟାଲେଞ୍ଜ" ଅଧୀନରେ ଅଳିଆ ଜମା ହେଉଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରି ସେଠାରେ ସଫେଇ କରିବା ଏବଂ ଲଗାତାର ୧୦୦ ଦିନ ପର୍ଯ୍ୟନ୍ତ ସେହି ସ୍ଥାନଗୁଡ଼ିକୁ ଅଳିଆମୁକ୍ତ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି।

ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ଦିବ୍ୟା ସୂଚନାଯୋଗ୍ୟ,  ଦିବ୍ୟା ଏସ୍.

ଅୟ୍ୟର ସ୍ଥାନୀୟ ସ୍ୱଶାସନ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି କହିଛନ୍ତି ଯେ "ନିର୍ମଲମ୍" କାର୍ଯ୍ୟକ୍ରମରେ ତାଙ୍କୁ ପର୍ଯ୍ୟାପ୍ତ ଗୁରୁତ୍ୱ କିମ୍ବା ପ୍ରଭାବଶାଳୀ ଭୂମିକା ଦିଆଯାଇନାହିଁ।

ବିଭାଗ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ସହ ପର୍ଯ୍ୟାପ୍ତ ଆଲୋଚନା କରାଯାଇ ନଥିବା ସହିତ  "ଆଇସି ୧୦୦ ଚ୍ୟାଲେଞ୍ଜ" ଆରମ୍ଭକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ତେବେ ଏହି ନୂଆ ପଦକ୍ଷେପରେ ବିଭାଗର ସଚିବ ଅନୁପମାଙ୍କୁ ଅଲଗା ରଖାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଦଶହରା ମଣ୍ଡପ ସୁରକ୍ଷା ପାଇଁ ଟିପିସିଓଡିଏଲ୍‌ର ମାର୍ଗଦର୍ଶିକା ଜାରି: ବୈଧ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ନେବାକୁ ପରାମର୍ଶ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)