Keralam: କେରଳରେ ପୁଲିସକୁ ଧମକ ପରେ ୫୫ ଅପରାଧୀ ଗିରଫ

Aug 09, 2026 - 18:57
Keralam: କେରଳରେ ପୁଲିସକୁ ଧମକ ପରେ ୫୫ ଅପରାଧୀ ଗିରଫ

"ତିରୁବବନନ୍ତପୁରମ୍‌: ଅପରାଧ ପୃଷ୍ଠଭୂମିର ବ୍ୟକ୍ତିଙ୍କ ଧମକ ପରେ କେରଳ ପୁଲିସ ରାଜ୍ୟବ୍ୟାପୀ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। "ଅପରେସନ୍‌ ଗ୍ରିପ୍‌" ମାଧ୍ୟମରେ ପୁଲିସ ଆପରାଧିକ ନେଟୱର୍କ ଭାଙ୍ଗିବା ସହିତ ଗ୍ୟାଙ୍ଗ‌ଷ୍ଟର, ସେମାନଙ୍କ ସହଯୋଗୀ ଓ ପୃଷ୍ଠପୋଷକଙ୍କୁ ଟାର୍ଗେଟ କରିଛି।

ନିକଟରେ ଅପରାଧୀ ଅର୍ଜୁନ ଆୟାଙ୍କି ପୁଲିସକୁ ଧମକ ଦେଇଥିଲା।

ରାଜ୍ୟ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା କହିଛନ୍ତି ଯେ, ଶନିବାର ଅପରାଧୀଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା।

ପୁଲିସ ଶନିବାର ରାତି ୧୦ ଟା ସୁଦ୍ଧା ୫୫ ଜଣଙ୍କୁ ଗିରଫ କରିଥିଲା।Advertisment ଆହୁରି ପଢନ୍ତୁ: Westbengal: ପଶ୍ଚିମବଙ୍ଗରେ "ଟିଏମ୍‌ସି ସଂସ୍କୃତି"କୁ ନେଇ ବିଜେପିର ଚିନ୍ତା: ବଟି ଆଦାୟ ଅଭିଯୋଗରେ ୩୨୫ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କୋଥାମଙ୍ଗଲମରେ ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ଧମକ ଦେବା ଅଭିଯୋଗରେ ଆୟାଙ୍କିକୁ ରବିବାର କନ୍ନୁରରୁ ଗିରଫ କରାଯାଇଥିଲା।

ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାରେ ଚେନ୍ନିଥାଲା କହିଛନ୍ତି, ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଓ ଅପରାଧ ପୃଷ୍ଠଭୂମିର ଲୋକଙ୍କ ଉପରେ ନଜର ରଖାଯାଉଛି ଓ ସେମାନଙ୍କୁ ଧରା ଯାଉଛି।

ଆମେ କେରଳରେ କୌଣସି ଗୁଣ୍ଡା କାର୍ଯ୍ୟକଳାପକୁ ଅନୁମତି ଦେବୁ ନାହିଁ।

ଏଡିଜିପି (ଆଇନ ଓ ଶୃଙ୍ଖଳା) ପି ବିଜୟନ କହିଛନ୍ତି ଯେ, ପୁଲିସ ଆୟଙ୍କିକୁ ଟ୍ରାକ କରୁଥିବା ସମୟରେ ଏହି ଅପରେସନ ଯୋଜନାବଦ୍ଧ ଥିଲା।

ପୁଲିସ ସୂତ୍ର ଅନୁଯାୟୀ, ରାଜ୍ୟ ଓ ଜିଲ୍ଲା ଗୁଇନ୍ଦା ୟୁନିଟ୍ ସହିତ ସମନ୍ୱୟ ରଖି ଏହି ଅଭିଯାନ କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media