Kendrapara Murder Case: ଶୋଇ ଥିବାବେଳେ ତଣ୍ଟିରେ ଚଢ଼ି ନିଶାଡ଼ି ଓ ଲମ୍ପଟ ସ୍ବାମୀଙ୍କୁ ହତ୍ୟା କ‌ଲେ ପତ୍ନୀ, ପୁଅ ଓ ଝିଅ

Oct 09, 2026 - 22:14
Kendrapara Murder Case: ଶୋଇ ଥିବାବେଳେ ତଣ୍ଟିରେ ଚଢ଼ି ନିଶାଡ଼ି ଓ ଲମ୍ପଟ ସ୍ବାମୀଙ୍କୁ ହତ୍ୟା କ‌ଲେ ପତ୍ନୀ, ପୁଅ ଓ ଝିଅ

"ଆଳି (ପ୍ରମୋଦ ମଲ୍ଲିକ): ଯାହାର ହାତଧରି ସୁଖର ଘର ସଂସାର କରିବେ ବୋଲି ଆଶା ରଖିଥିଲେ, ସେ ନିଶାଖାଇ ମାଡ଼ ମାରୁଥିଲା।

ଏପରିକି ବାପାର ଅତ୍ୟାଚାର ସହିନପାରି ବଡ଼ଝିଅ ଘରଛାଡ଼ି ଚାଲିଯାଇଛନ୍ତି।

ପତ୍ନୀ ସବୁ ସହିଯାଇଥିଲା, କିନ୍ତୁ ଯେତେବେଳେ ଅତ୍ୟାଚାର ଅସହ୍ୟ ହେଲା ସେତେବେଳେ ସବୁବନ୍ଧନ ଛିଣ୍ଡାଇଦେଲେ।

ନିଶାଖାଇ ମାତାଲ ହୋଇ ଶୋଇଥିବା ବେଳେ ତଣ୍ଟିଉପରେ ଠିଆ ହୋଇ ହତ୍ୟା କଲେ ପତ୍ନୀ।

ଏଭଳି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦ୍ରପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପାଟଣା ଗ୍ରାମରେ ଘଟିଯାଇଛି।

ସୂଚନା ପାଇ ପୁଲିସ ପତ୍ନୀ, ପୁଅ ଓ ସାନ ଝିଅକୁ ଗିରଫ କରିଛି।

ଗିରଫପରେ ପୁଲିସ ହେଫାଜତରେ ବାପାର ଶେଷକୃତ୍ୟ ସମ୍ପନ୍ନ କରିଛି ପୁଅ।

Advertisment Crime: ହାଇ ଡୋଜ୍‌ ଆନାସ୍ଥେସିଆ ଦେଇ ପତ୍ନୀ ହତ୍ୟା ମାମଲା: ସ୍ବାମୀ ଓ ପ୍ରେମିକାକୁ ଆଜୀବନ ଜେଲ୍‌, ୨୦ମାସରେ ଶୁଣାଣି ଶେଷ ୧୫ ବର୍ଷ ପୂର୍ବେ ନିରଞ୍ଜନ ଓ ମନୋରମା ବିବାହ କରିଥିଲେ।

ସେମାନଙ୍କର ବର୍ତ୍ତମାନ ଦୁଇ ଝିଅ ଓ ପୁଅ ଅଛନ୍ତି।

ପତ୍ନୀ ମନୋରମାଙ୍କ କହିବାନୁସାରେ, ସେ ନିଶାଖାଇ କେବଳ ମାରପିଟ କରୁନଥିଲେ, ତାଙ୍କର ଝିଅଙ୍କ ଉପରେ ମଧ୍ୟ ଲୋଲୁପ ଦୃଷ୍ଟି ରଖୁଥିଲେ।

ଦୁଇଥର ଦୁଷ୍କର୍ମ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ।

ଏଣୁ ସେ ଥାନାରେ ଏତଲା ଦେଇଥିଲେ।

ନିରଞ୍ଜନ ଗିରଫହୋଇ ଜେଲ୍‌ରେ ୩ ମାସ ମଧ୍ୟ ରହିଛନ୍ତି।

ଏହାପରେ ନିୟମିତ ନିଶାଖାଇ ସେମାନଙ୍କୁ ଅତ୍ୟାଚାର କରୁଥିଲେ।

ଏହି ଅତ୍ୟାଚାର ସହିନପାରି ବଡ଼ଝିଅ ଘର ଛାଡ଼ି ଚାଲିଯାଇଛି।

ଏଭଳି ସ୍ବାମୀଠାରୁ ମୁକ୍ତି ପାଇଁ ଶାନ୍ତିରେ ଟିକିଏ ବଞ୍ଚିବି ବୋଲି ଚିନ୍ତା କରି ମାରିଦେଇଛି।

Atal Kumar murder case ପତି ହତ୍ୟା ମାମଲାରେ ପୂର୍ବତନ ବିଜେପି ନେତ୍ରୀଙ୍କୁ ଆଜୀବନ କାରାଦଣ୍ଡଗତକାଲି (ଗୁରୁବାର) ରାତିରେ ନିରଞ୍ଜନ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ପତ୍ନୀ ଓ ପୁଅ-ଝିଅଙ୍କ ସହ କଳିଗୋଳ କରି ତୁମୂଳକାଣ୍ଡ ଘଟାଇଥିଲେ।କଳିଗୋଳ କରି ନିରଞ୍ଜନ ନିଶାସକ୍ତ ଅବସ୍ଥାରେ ଶୋଇ ପଡ଼ିଥିଲେ।

ନିରଞ୍ଜନ ଶୋଇ ପଡିବା ପରେ ପତ୍ନୀ ମନୋରମା ତାଙ୍କ ତଣ୍ଟି ଉପରେ ଚଢ଼ି ହତ୍ୟା କରିଥିଲେ।

ଏହି ହତ୍ୟାକାଣ୍ଡରେ ୨୨ ବର୍ଷର ପୁଅ ଶ୍ରୀକ୍ରିଷ୍ଣା ଓ ନାବାଳିକା ଝିଅ ସାମିଲ ହୋଇ ମାଆ ମନୋରମାଙ୍କୁ ସହଯୋଗ କରିଥିବା ନେଇ ମନୋରମା ପୁଲିସ ନିକଟରେ ସ୍ବୀକାର କରିଛି।ସ୍ବାମୀ ନିରଞ୍ଜନଙ୍କୁ ହତ୍ୟା କରି ମୃତଦେହକୁ ମନୋରମା ଘର ବାହାରେ ଫୋପାଡି ଦେଇଥିଲେ।

Extramarital affiar and murder ପରକୀୟା ପ୍ରୀତିରୁ ପତ୍ନୀ ହତ୍ୟା ଅଭିଯୋଗ, ସ୍ବାମୀ ଗିରଫଆଜି ସକାଳେ ଗ୍ରାମବାସୀ ମାନେ ନିରଞ୍ଜନଙ୍କ ମୃତଦେହ ଘର ବାହାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

ଖବର ପାଇବା ପରେ ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରିବା ସହିତ ମୃତ  ନିରଞ୍ଜନଙ୍କ ପତ୍ନୀ,ପୁଅ ଓ ଝିଅଙ୍କୁ ଧରିନେଇ ଥାନାରେ ଅଟକ ରଖିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)