BJP: ମଧ୍ୟପ୍ରଦେଶରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ବିବାଦରେ ଫସିଗଲେ ବିଜେପି ନେତା
"ଭୋପାଳ : ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାର ଜଣେ ବିଜେପିବିଧାୟକ ବିବାଦରେ ଫସି ଯାଇଛନ୍ତି।
ଏକ ପଡ଼ୋଶୀ ବିଧାନସଭା ନିର୍ବାଚନମଣ୍ଡଳୀର ଗ୍ରାମବାସୀମାନେ ସେମାନଙ୍କ ଅସୁବିଧା ସଂକ୍ରାନ୍ତରେ ଜଣାଇବାପାଇଁ ବିଧାୟକଙ୍କ ନିକଟକୁ ଆସିଥିବାବେଳେ ସେ କହିଥିଲେ, ସେମାନେ ତାଙ୍କ ଭୋଟର ନୁହନ୍ତି।
ଉକ୍ତ ଘଟଣାକୁ ବିରୋଧ କରି ଜଣେ ଗ୍ରାମବାସୀ ତାଙ୍କ ଶିଶୁକୁ କାର୍ ବନେଟ୍ ଉପରେ ରଖି ଆନ୍ଦୋଳନ କରିଥିଲେ।
ଏହି ଘଟଣାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ନରୱର ତହସିଲର ଡକ୍ଟର ଭୀମରାଓ ଆମ୍ବେଦକର ଭବନରେ କରେରା ବିଧାୟକ ରମେଶ ଖଟିକଙ୍କ ଦ୍ବାରା ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଛି।Advertisment ଆହୁରି ପଢନ୍ତୁ:Russia: ରୁଷ୍ଠାରୁ ତୈଳ କିଣିବା ପାଇଁ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ସପକ୍ଷରେ ଆମେରିକାର ୬୦ ସିନେଟର ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ନାନକପୁର ଏବଂ ବାରଖଡ଼ି ଗ୍ରାମର କିଛି ବାସିନ୍ଦା ଯେଉଁମାନେ କଂଗ୍ରେସ ବିଧାୟକ କୈଳାସ କୁଶୱାହ ପ୍ରତିନିଧିତ୍ବ କରୁଥିବା ପୋହାରୀ ନିର୍ବାଚନମଣ୍ଡଳୀର ସେମାନେ ନିଜ ଅଞ୍ଚଳର ଜଳସଙ୍କଟସମସ୍ୟା ଉଠାଇବାପାଇଁ ବିଜେପି ବିଧାୟକଙ୍କ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବିଜେପି ନେତା ସେମାନଙ୍କ ଅଭିଯୋଗ ଶୁଣିବାପରେ କହିଥିଲେ ଯେ ସେମାନେ ପୋହାରୀ ନିର୍ବାଚନମଣ୍ଡଳୀର ଏବଂ ସେମାନେ ତାଙ୍କ ନିର୍ବାଚନମଣ୍ଡଳୀର ଭୋଟର ନୁହନ୍ତି।
ବିଜେପି ବିଧାୟକ ସେମାନଙ୍କୁ ସେମାନଙ୍କ ନିଜ ବିଧାୟକଙ୍କ ପାଖରେ ଅନୁରୋଧ କରିବାପାଇଁ କହିଥିବା ସେମାନେ କହିଛନ୍ତି।
ଆହୁରି ପଢନ୍ତୁ:Mission Shakti-ICRISAT MOU ମିଶନ ଶକ୍ତି ଉଦ୍ୟୋଗ ନିମନ୍ତେ ଇକ୍ରିସାଟ୍ ସହ ବୁଝାମଣାପତ୍ର ବିଜେପି ବିଧାୟକଙ୍କର ଏହି ଟିପ୍ପଣୀରେ ଗ୍ରାମବାସୀମାନେ ତାତି ଯାଇଥିଲେ।
ସେମାନେ କହିଥିଲେଏ ଆମେ ଆମ ସମସ୍ୟା ସଂକ୍ରାନ୍ତରେ ଜଣାଇବପାଇଁ ସରକାରଙ୍କ ନିକଟକୁ ଆସିଛୁ।
ତୁମେ ଜଣେ ଶାସକ ଦଳ ବିଧାୟକ।
ଆମ କଥା ଅନ୍ତତଃ ଶୁଣ ବୋଲି କିଛି ବିଧାୟକ କହିଛନ୍ତି।
ବିବାଦ ବଢ଼ିବାରୁ ଜଣେ ଗ୍ରାମବାସୀ ତାଙ୍କ ୩ ବର୍ଷର ଶିଶୁକୁ ବିଧାୟକଙ୍କ କାର୍ ବନେଟଟ୍ ଉପରେ ରଖି କହିଥିଲେ ଯଦି ଆମ କଥା ଶୁଣିବନି ତେବେ ଆମ ପିଲାକୁ ନେଇଯାଅ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।