Kashipur Dussehra: କାଶୀପୁରରେ ଛିନ୍ନମସ୍ତା ଭାବେ ପୂଜାପାଆନ୍ତି ମା'ମାଣିକେଶ୍ୱର

Oct 21, 2026 - 06:38
Kashipur Dussehra: କାଶୀପୁରରେ ଛିନ୍ନମସ୍ତା ଭାବେ ପୂଜାପାଆନ୍ତି ମା'ମାଣିକେଶ୍ୱର

"କାଶୀପୁର: ରାଜାରାଜୁଡା ଅମଳରେ କାଶୀପୁରର ଆରାଧ୍ୟ ଦେବୀ ମା'ମାଣିକେଶ୍ୱରୀ ଛିହ୍ନମସ୍ତା ଭାବେ ପୂଜା ପାଉଛନ୍ତି।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ମା ମାଣିକେଶ୍ୱରୀଙ୍କ ଛତର, ଥୁଆମୁଳ ରାମପୁରରେ ମା'ଙ୍କମସ୍ତକ ଏବଂ କାଶୀପୁରରେ ମା'ମାଣିକେଶ୍ୱରୀଙ୍କ ଅବୟବକୁ ପୂଜା କରାଯାଉଛି।Advertisment ବ୍ରାହ୍ମଣ ପୂଜକ ମସ୍ତକ ବିହୀନ ଦେବୀଙ୍କୁ ମନ୍ଦିରରେ ପୂଜା ଆରାଧନା କରୁଥିବା ବେଳେ କେବଳ ଦଶହରା ସମୟରେ ପାଇକ, ଖଣ୍ଡାୟତ ଶ୍ରେଣୀର ପୂଜକ ଦେବୀଙ୍କ ମସ୍ତକ ସ୍ଥାପନା କରି ଷୋଡ଼ଶ ଉପଚାରରେ ପୂଜା କରିଥାନ୍ତି।

ଶାରଦୀୟ ପୂଜାର ମୁଣ୍ଡବସା ଉତ୍ସବ ପାଳନ ଅଵସରରେ ବିଧିପୂର୍ବକ ଘୃତଦୀପର କଜ୍ଵଳଏବଂ ସ୍ୱତନ୍ତ୍ର ପ୍ରଲେପରେ ପ୍ରସ୍ତୁତ ମସ୍ତକକୁ ସ୍ଥାପନ କରିବା ପରେ ଦଶହରାପୂଜା ଉତ୍ତାରୁ ମସ୍ତକକୁ ବିସର୍ଜନ କରାଯିବାର ବିଧି ରହିଛି।

ଦଶହରାର ମୁଖ୍ୟ ଆକର୍ଷଣବର୍ତ୍ତମାନ ରାୟଗଡ଼ା ଜିଲ୍ଲା ଅଧୀନରେ ଥିବା କାଶୀପୁର ରାଜ ପରିବାରର ଇଷ୍ଟଦେବୀ ମା'ମାଣିକେଶ୍ୱରୀଙ୍କ ଦଶହରାର ମୁଖ୍ୟ ଆକର୍ଷଣ ହେଲା ଲାଖମରା ପର୍ଵ।

ବିଜୟା ଦଶମୀ ଦିନ କାଶୀପୁର ରାଜାଡାକ୍ତର ଦ୍ବିବେନ୍ଦୁକୁମାର ଦେବରାଜକୀୟ ପରିପାଟୀରେ ରାଜପ୍ରାସାଦରୁ ବାହାରି ପୁରୁଣା ଟୋପିଦାର ବନ୍ଧୁକ ଏବଂ ବିଭିନ୍ନ ଅସ୍ତ୍ରଶସ୍ତ୍ରଧାରଣ କରିଥିବା ଦଳବଳ ସାଥିରେ କାହାଳୀ ଏବଂ ବାଦ୍ୟର ଶୋଭାଯାତ୍ରାରେ ଲାଖମରା ପଡିଆକୁ ଯାଇ ଥାନ୍ତି।

ନଅରଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା ଲାଖମରା ପଡ଼ିଆରେ ଥିବା ନିର୍ଦ୍ଦିଷ୍ଟ ଏକ ଆମ୍ବ ଗଛ ଉପରେ ବାଉଁଶ ଲାଠି ଅଗରେ ବନ୍ଧା ହୋଇ ଥିବା କାକୁଡ଼ିକୁ ପୁରୁଣା ଟୋପିଦାର ବନ୍ଧୁକରେ ଲକ୍ଷଭେଦ କରାଯାଇଥାଏ।

ଲକ୍ଷ୍ୟ ଭେଦକରିଥିବା ପ୍ରତିଯୋଗୀଙ୍କ ମୁଣ୍ଡରେ ରାଜାଶିରପା ବାନ୍ଧି ସମ୍ମାନୀତ କରିବାର ବିଧି ରହିଛି।

ଆଦିବାସୀଙ୍କ ମେରିଆ ବଳିପର୍ଵସେହିପରି ପୌଷ ମାସରେ ଅନୁଷ୍ଠିତ କାଶୀପୁର ଆଦିବାସୀଙ୍କ ମେରିଆ ବଳିପର୍ଵ "ଟୋକିମରା"ର ତିଥି ଏବଂପର୍ଵ ପାଳନ ପାଇଁ ଉଦିଷ୍ଟଗାଁର ନାମ ଦଶହରା ବେଳେ ଘୋଷଣା କରାଯାଇଥାଏ।

ମେରିଆବଳି ଦିଆ ଯାଉଥିବା ଗ୍ରାମର ମୁଖିଆମାନଙ୍କୁ ରାଜା ଶସ୍ୟପୂର୍ଣ୍ଣ ମୁଦମାଟିପାତ୍ର, ପ୍ରଦାନ କରିଥାନ୍ତି।

ଗ୍ରାମର ସୁଖଶାନ୍ତି ଏବଂ ଭଲ ଫସଲ ପାଇଁ ଆଦିବାସୀ ସମ୍ପ୍ରଦାୟ ଟୋକି ମରା ପର୍ବପାଳନ ଅବସରରେ ଗତ ଦିନରେ ଯୁବତୀ କନ୍ୟାକୁବଳି ଦେବାର ପ୍ରଥା ରହିଥିଲା।

ନରବଳି ପ୍ରଥା ବନ୍ଦହେବା ପରେଏବେ ମେଣ୍ଢା ଛୁଆକୁ ଧରଣୀ ପେନୁଙ୍କ ଠାରେ ବଳି ଦିଆ ଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)