Welcome!

Unlock your personalized experience.
Sign Up

Art Gallery: ଚିତ୍ରଶାଳା: ମାଟିକୁ ଜୀବନ୍ୟାସ ଦିଅନ୍ତି ପ୍ରିୟତମା

Oct 21, 2026 - 07:10
Art Gallery: ଚିତ୍ରଶାଳା: ମାଟିକୁ ଜୀବନ୍ୟାସ ଦିଅନ୍ତି ପ୍ରିୟତମା

ମାଟି ତାଙ୍କ ପାଇଁ କେବଳ ଏକ ଉପାଦାନ ନୁହେଁ, ବରଂ ନିଜ ଭାବନା ଓ ସୃଜନଶୀଳତାକୁ ପ୍ରକାଶ କରିବାର ମାଧ୍ୟମ। ମାଟିରେ ବିଭିନ୍ନ କଳାକୃତି ଗଢ଼ିବା ସହ ଚିତ୍ରକଳା ଜରିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି ଚିତ୍ରଶିଳ୍ପୀ ପ୍ରିୟତମା ନାୟକ। ଭୁବନେଶ୍ବର ବାସିନ୍ଦା ପ୍ରିୟତମା ଆଦର୍ଶ ବିଦ୍ୟାଳୟରେ କଳା ଶିକ୍ଷୟିତ୍ରୀ ଭାବେ ଛାତ୍ରଛାତ୍ରୀଙ୍କୁ କଳା ଶିକ୍ଷା ଦେବା ସହ ନିଜର ସୃଜନଶୀଳତାକୁ ବଜାୟ ରଖିଛନ୍ତି।

ପିଲାଦିନରୁ ତାଙ୍କର ଚିତ୍ରକଳା ଓ ମାଟିରେ ବିଭିନ୍ନ ମୂର୍ତ୍ତି ଗଢ଼ିବା ପ୍ରତି ଗଭୀର ଆଗ୍ରହ ଥିଲା। ମାଆ ପାଲଟିଲେ ପ୍ରଥମ ଗୁରୁ। ତାଙ୍କଠୁ ଚିତ୍ର ଆଙ୍କିବା ଓ ବିଭିନ୍ନ କଳାକୃତି ଗଢ଼ିବା ଶିଖିଲେ। ମାଆଙ୍କ ମାର୍ଗଦର୍ଶନ ତାଙ୍କ ଭିତରେ କଳା ପ୍ରତି ଆଗ୍ରହକୁ ଆହୁରି ବଢ଼ାଇଦେଲା। ମାଟିରେ ହାଣ୍ଡି, ମାଠିଆ ଓ ବିଭିନ୍ନ ଘରକରଣା ସାମଗ୍ରୀ ଗଢ଼ିବା ଥିଲା ତାଙ୍କ ପିଲାଦିନର ପ୍ରିୟ ଅଭ୍ୟାସ।

Mayurbhanj Attack: ଢାବାରେ ବଚସାରୁ ରକ୍ତାକ୍ତ ସଂଘର୍ଷ ସନ୍ଦେହ, ଜଣେ ଗୁରୁତର

ରାଉରକେଲାରେ ସ୍କୁଲ୍‌ ଶିକ୍ଷା ସମାପ୍ତି ପରେ ସେ ଭୁବନେଶ୍ୱରସ୍ଥିତ ବି.କେ.କଲେଜ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟରେ କଳାରେ ସ୍ନାତକ କଲେ। ତା’ପରେ ଶାନ୍ତିନିକେତନରେ ମାଷ୍ଟର୍ସ ଡିଗ୍ରି ହାସଲ କଲେ। ଚିତ୍ରାଙ୍କନ ସହ ସେରାମିକ୍ସ୍‌ ଓ ଟେରାକୋଟାରେ ମଧ୍ୟ କଳାକୃତି ଗଢ଼ିବାରେ ପାରଙ୍ଗମ ପ୍ରିୟତମା। ତାଙ୍କର ଅନେକ କଳାକୃତି ଜାତୀୟ ସ୍ତରର ଅନେକ ପ୍ରଦର୍ଶନୀ ପାଇଁ ଚୟନ ହୋଇଛି। ଜାତୀୟ ସ୍କଲାର୍‌ସିପ୍‌ ପାଇବା ସମେତ ବିଭିନ୍ନ ସ୍ଥାନରେ ଆୟୋଜିତ କଳା ପ୍ରଦର୍ଶନୀ ଓ କର୍ମଶାଳାରେ ଭାଗ ନେବାର ସୁଯୋଗ ପାଇଛନ୍ତି ସେ। ଭବିଷ୍ୟତରେ ଏକ ନିଜସ୍ୱ ସେରାମିକ୍‌ସ ଷ୍ଟୁଡିଓ ପ୍ରତିଷ୍ଠା କରିବା ପ୍ରିୟତମାଙ୍କର ପ୍ରଥମ ସ୍ୱପ୍ନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)